ETV Bharat / science-and-technology

Apple Developers Conference : ଜୁନ୍‌ 5ରୁ ଆରମ୍ଭ ହେବ ଆପଲ୍‌ର ବିଶ୍ବସ୍ତରୀୟ ଡେଭଲପର କନଫରେନ୍ସ - ଆପଲର ବିଶ୍ବସ୍ତରୀୟ ଡେଭଲପର କନଫରେନ୍ସ

ଆସନ୍ତା 5ରୁ ଆରମ୍ଭ ହେବ ଆପଲର ବିଶ୍ବସ୍ତରୀୟ ଡେଭଲପର କନଫରେନ୍ସ । ଏଥିରେ ଡେଭଲପରମାନଙ୍କୁ ବୈଷୟିକ ଆଲୋଚନାରେ ଅଂଶଗ୍ରହଣ କରିବାକୁ, ସେମାନଙ୍କର ପ୍ରଶ୍ନର ଉତ୍ତର ପାଇବାକୁ ଏବଂ ପରସ୍ପର ସହିତ ସମର୍କ ରଖିବାକୁ ସୁଯୋଗ ମିଳିବ । ଅଧିକ ପଢନ୍ତୁ

Apple Developers Conference
Apple Developers Conference
author img

By

Published : May 24, 2023, 4:23 PM IST

ନୂଆଦିଲ୍ଲୀ: ଘୋଷଣା ହେଲା ଆପଲର ବିଶ୍ବସ୍ତରୀୟ ଡେଭଲପରସ କନଫରେନ୍ସ ତାରିଖ। ଆପଲ ପକ୍ଷରୁ ଗତକାଲି (ମଙ୍ଗଳବାର) ଦିନ ବିଶ୍ବସ୍ତରୀୟ ଡେଭଲପରସ କନଫରେନ୍ସ ସୂଚୀ ପ୍ରକାଶ କରାଯାଇଛି। ଏହା ଡେଭଲପର୍ମାନଙ୍କୁ iOS(iPhone Operating System), iPadOS, macOS, TBOAS, ଏବଂ watchOSରେ ଆସୁଥିବା ଅତ୍ୟାଧୁନିକ ଜ୍ଞାନକୌଶଳ, ଉପକରଣ, ଏବଂ ଫେର୍ମଓ୍ବାର୍କ ବିଷୟରେ ଜାଣିବାରେ ସାହାଯ୍ୟ କରିବ । WW DC-23 ସମସ୍ତ ଡେଭଲପର୍ସ ମାନଙ୍କ ପାଇଁ ମାଗଣା ହେବ ।

ଏହା ମଧ୍ୟ ପଢନ୍ତୁ: WhatsApp Sticker Feature : ଆହୁରି ମଜାଦାର ହେବ ହ୍ବାଟସଅପ୍ ଚାଟ୍‌, ନିଜେ ତିଆରି କରିପାରିବେ ଷ୍ଟିକର

ଏହି କାର୍ଯ୍ୟକ୍ରମ 5ରୁ 9 ଜୁନ୍ ପର୍ଯ୍ୟନ୍ତ ଅନଲାଇନ୍ ଫର୍ମାଟରେ ଅନୁଷ୍ଠିତ ହେବା ନେଇ ଘୋଷଣା କରାଯାଇଛି । ଏହି କନଫରେନ୍ସ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଡେଭଲପର ଏବଂ ଛାତ୍ରମାନଙ୍କୁ ଆପଲପାର୍କରେ ମଜା ନେବା ପାଇଁ ସୁଯୋଗ ଦିଆଯିବ । ଏଥିରେ ଡେଭଲପରମାନଙ୍କୁ ବୈଷୟିକ ଆଲୋଚନାରେ ଅଂଶଗ୍ରହଣ କରିବାକୁ, ସେମାନଙ୍କର ପ୍ରଶ୍ନର ଉତ୍ତର ପାଇବାକୁ ଏବଂ ପରସ୍ପର ସହିତ ସମର୍କ ରଖିବାକୁ ସୁଯୋଗ ମିଳିବ।

ଆପଲର ଇଞ୍ଜିନିୟର ଏବଂ ବିଶେଷଜ୍ଞଙ୍କ ସହ ଯୋଡି ହୋଇପାରିବେ ଡେଲିଗେଟ୍ସ: ଏନେଇ ଆରଲ ପକ୍ଷରୁ କୁହାଯାଇଛି, "ଏକ ସପ୍ତାହ ମଧ୍ୟରେ, ଡେଭଲପରମାନେ ପ୍ରୟୋଗଶାଳା ଏବଂ ଗତିବିଧି ମାଧ୍ୟମରେ ଆପଲ୍ ଇଞ୍ଜିନିୟର୍ ଏବଂ ବିଶେଷଜ୍ଞଙ୍କ ସହ ଯୋଡ଼ି ହେବା ପାଇଁ ସମର୍ଥ ହେବେ । ଅଲଗା ଅଲଗା ଆପ୍‌ ଏବଂ ଗେମ୍‌ ବନାଇବା ପାଇଁ ପାଇଁ ଯୋଡ଼ି ହେବେ । ଡେଭଲପରମାନେ ସେମାନଙ୍କର ଆପ୍‌କୁ କିପରି ପରବର୍ତ୍ତୀ ସ୍ତରକୁ ନେଇଯିବେ ଏନେଇ ନୂତନ ଉପକରଣ, ପ୍ରଯୁକ୍ତିବିଦ୍ୟା ଏବଂ ଆପଲ୍ ପ୍ଲାଟଫର୍ମରେ ସର୍ବଶେଷ ଶିକ୍ଷା ଗ୍ରହଣ କରିବେ । WW DC-23ରେ ଡେଭଲପରମାନଙ୍କୁ ପରବର୍ତ୍ତୀ ପୀଢିଙ୍କୁ ଗେମ୍‌ ତିଆରି କରିବା ପାଇଁ କିଭଳି କୌଣସି ସମସ୍ୟା ହେବ ନାହିଁ, ତାହା ଶିଖିବାର ସୁଯୋଗ ପାଇବେ।"

ଏହା ମଧ୍ୟ ପଢନ୍ତୁ: International Day for Biodiversity 2023: ପ୍ରକୃତି ପାଇଁ ଆମ କର୍ତ୍ତବ୍ୟକୁ ବୁଝିବା ପାଇଁ ଦିନଟିଏ

ଆହୁରି ମଧ୍ୟ କୁହାଯାଇଛି, "ଅଧିବେଶନ ଭିଡିଓ ଏବଂ ଲ୍ୟାବ ସହିତ ଆପଲ ଇଞ୍ଜିନିୟର ଏବଂ ଡେଭଲପରସମାନେ ସପ୍ତାହସାରା ଅନଲାଇନରେ ଯୋଡ଼ି ହୋଇରହିବେ । ଏଥିରେ ଡେଭଲପରମାନଙ୍କୁ ବୈଷୟିକ ଆଲୋଚନାରେ ଅଂଶଗ୍ରହଣ କରିବାକୁ, ସେମାନଙ୍କର ପ୍ରଶ୍ନର ଉତ୍ତର ପାଇବାକୁ ଏବଂ ପରସ୍ପର ସହିତ ସମର୍କ ରଖିବାକୁ ସୁଯୋଗ ମିଳିବ । ଆପଲର ବିଶ୍ବସ୍ତରୀୟ ଡେଭଲପର୍ସ କନଫରେନ୍ସ ଆପଲ୍‌ର ଇଞ୍ଜିନିୟର୍ ଏବଂ ବିଶେଷଜ୍ଞମାନେ ଖୋଲାଖୋଲି ଭାବରେ ଟେକ୍ନୋଲୋଜିରେ ଆସୁଥିବା ପରିବର୍ତ୍ତନ ଏବଂ ସମ୍ଭାବନା ବିଷୟରେ ଆଲୋଚନା କରିବେ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.