ETV Bharat / science-and-technology

Amazon Prime Day Sale: ଜୁଲାଇ 15ରୁ ଆମାଜନରେ ସପିଂ ଧମାକା, ଏହି ଜିନିଷ ଉପରେ ମିଳିବ ରିହାତି - ଆମାଜନ ପ୍ରାଇମ ଡେ

ଶସ୍ତାରେ ଜିନିଷ କିଣିବା ପାଇଁ ଚାହୁଁଛନ୍ତି କି ? ତାହେଲେ ମାତ୍ର ଆଉ 9 ଦିନର ଅପେକ୍ଷା । ଆସନ୍ତା 15 ତାରିଖରୁ ଆରମ୍ଭ ହେବ ଆମାଜନ ପ୍ରାଇମ ଡେ' ସେଲ୍‌ । ଅଧିକ ପଢନ୍ତୁ

Amazon Prime Day Sale
Amazon Prime Day Sale
author img

By

Published : Jul 6, 2023, 7:44 AM IST

ହାଇଦ୍ରାବାଦ: ଇ-କମର୍ସ ଆମାଜନ ପ୍ରାଇମ ଡେ' ସେଲ 2023 ଘୋଷଣା କରିଛି । ଏହି ସେଲ୍ 15-16 ଜୁଲାଇ 2023 ଦୁଇଦିନ ହେବାକୁ ଯାଉଛି । ଏହି ସେଲ୍‌ରେ ଆପଣ ଏକ ଭଲ ସପିଂ ସୁଯୋଗ ପାଇବାକୁ ଯାଉଛନ୍ତି । ଏଥିରେ ସ୍ମାର୍ଟଫୋନ୍, ଇଲେକ୍ଟ୍ରୋନିକ୍ସ, ରୋଷେଇ ଘର ପାଇଁ ଜିନିଷ, ଫ୍ୟାଶନ୍ ଏବଂ ଅନ୍ୟାନ୍ୟ ସେଗ୍‌ମେଣ୍ଟର ଅନେକ ଉତ୍ପାଦ କିଣିବାର ସୁଯୋଗ ମିଳିବ । ଏହାସହ ଆହୁରି ମଧ୍ୟ କିଛି ଅଫର ଦେବାକୁ ଯାଉଛି ଆମାଜନ । ଯଦି ଆପଣଙ୍କର ଆଇସିଆଇସିଆଇ ବ୍ୟାଙ୍କ କିମ୍ବା ଏସବିଆଇର କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ଅଛି, ତେବେ ଆପଣ ଆମାଜନ ପ୍ରାଇମ ଡେ' ସେଲରେ ଆହୁରି ମଧ୍ୟ ଲାଭ ଉଠାଇପାରିବେ । ଏହf କାର୍ଡରୁ କିଣିବା ଦ୍ବାରା ଡିସ୍‌କାଉଣ୍ଟ ମଧ୍ୟ ମିଳିବ।

ଏହା ମଧ୍ୟ ପଢନ୍ତୁ: ସବୁଠୁ ଶସ୍ତା 4G ଫୋନ, ଲଞ୍ଚ ହେଲା Jio Bharat V2 ଫୋନ

କେତେ ପ୍ରତିଶତ ଡିସକାଉଣ୍ଟ ମିଳିବ: ଆମାଜନ ପ୍ରାଇମ ଡେ' ସେଲ 2023 ମୋବାଇଲ ଏବଂ ଆସେସୋରିଜରେ 40% ପର୍ଯ୍ୟନ୍ତ, ଇଲେକ୍ଟ୍ରୋନିକ୍ସ ଏବଂ ଆସେସୋରିଜରେ 75% ପର୍ଯ୍ୟନ୍ତ, ହୋମ ଏବଂ ରୋଷେଇ ଘରେ 70% ପର୍ଯ୍ୟନ୍ତ, ଫ୍ୟାଶନ ଉତ୍ପାଦରେ 50-80% ପର୍ଯ୍ୟନ୍ତ, ସ୍ମାର୍ଟ ଟିଭି ଏବଂ ଆପ୍ଲାଏନ୍ସ ଉପରେ 60 ପ୍ରତିଶତ ପର୍ଯ୍ୟନ୍ତ ଅଫ୍, ଏହାସହ ବହି, ଖେଳନା ଏବଂ ପୁସ୍ତକ ଉପରେ 70 ପ୍ରତିଶତ ପର୍ଯ୍ୟନ୍ତ ଅଫ୍ ଉପଲବ୍ଧ ହେବ। ଆମାଜନ ଏହାର ବ୍ରାଣ୍ଡରେ 70 ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦେବ।

ଟ୍ରାଭେଲ ଟିକେଟରେ ମଧ୍ୟ ମିଳିବ ରିହାତି: ଆମାଜନର ଏହି ମେଗା ସେଲରେ ଫ୍ଲାଇଟ୍ ବୁକିଂରେ 25 ପ୍ରତିଶତ ପର୍ଯ୍ୟନ୍ତ, ହୋଟେଲ ବୁକିଂରେ 50 ପ୍ରତିଶତ ପର୍ଯ୍ୟନ୍ତ, ବସ୍ ବୁକିଂରେ 10 ପ୍ରତିଶତ ପର୍ଯ୍ୟନ୍ତ, ଟ୍ରେନ୍ ବୁକିଂରେ ଶୂନ୍ୟ ଗେଟୱେ ଚାର୍ଜ ପ୍ରଦାନ କରାଯିବ। ଏହା ବ୍ୟତୀତ ଫାର୍ମାସିରେ 35 ପ୍ରତିଶତ ପର୍ଯ୍ୟନ୍ତ ରିହାତି ଉପଲବ୍ଧ ହେବ। ଅନ୍ୟପଟେ ଆମାଜନ ଫ୍ରେସରେ ଫ୍ରି ଡେଲିଭରି ସହ କୁପନ ଏବଂ କ୍ୟାସବ୍ୟାକ ଅଫର ମଧ୍ୟ ରହିଛି।

35 ହଜାର ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଅଫର: ଆମାଜନର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ ଏହି ସେଲ୍‌ରେ 35,000 ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଅଫର ଦିଆଯାଉଛି । ଏହି ବିକ୍ରିରେ କିଛି ନୂତନ ଉତ୍ପାଦ ମଧ୍ୟ ଲଞ୍ଚ କରାଯିବ । ସେଲ୍‌ ସମୟରେ ଆପଣ ଲାଇଭ୍ ଅଫରରେ 5000 ଟଙ୍କା ପର୍ଯ୍ୟନ୍ତ ଗିଫ୍ଟ୍‌ କ୍ୟାସବ୍ୟାକ୍ ମଧ୍ୟ ପାଇପାରିବେ । ୱାନ ପ୍ଲସ୍, ସାମସଙ୍ଗ, ଆଇକ୍ୟୁ, ଏଲଜି, ଇଣ୍ଟେଲ, ବୋଟ ରିଅଲମି ଏହି ସେଲ୍‌ରେ ଅନେକ ନୂତନ ଉତ୍ପାଦ ଲଞ୍ଚ କରିବା ନେଇ ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.