ହାଇଦ୍ରାବାଦ: ଜାରି ରହିଛି ପାର୍ବଣ ଋତୁ । ଫେଷ୍ଟିଭ ସିଜନରେ ଗ୍ରାହକ ପାଇବେ ଦମଦାର ଅଫର । ଘୋଷଣା ହେଲା ଆମାଜନ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ 2023ର ତାରିଖ । ଏହି ସେଲରେ ଗ୍ରାହକମାନେ ବ୍ରାଣ୍ଡ ଉପରେ ବଡ ଧରଣର ରିହାତି ପାଇବେ । ଆମାଜନରେ ଅକ୍ଟୋବର 8ତାରିଖରୁ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ 2023 ସେଲ ଆରମ୍ଭ ହେବ । ତେବେ ସେଲ ଆରମ୍ଭ ନେଇ ତାରିଖ ଘୋଷଣା ହୋଇଥିଲେ ହେଁ କେବେ ଶେଷ ହେବ ସେନେଇ କୌଣସି ସୂଚନା ଦିଆଯାଇ ନାହିଁ । ଯେଉଁମାନେ ଆମାଜନ ପ୍ରାଇମ ମେମ୍ବର ରହିଛନ୍ତି ସେମାନଙ୍କ ପାଇଁ ୭ ଅକ୍ଟୋବର ମଧ୍ୟରାତ୍ରରୁ ଏହି ସେଲ ଆରମ୍ଭ ହେବ ।
ଏତିକି ମିଳିବ ଡିସକାଉଣ୍ଟ: ସୂଚନା ଅନୁସାରେ, ଆମାଜନ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ 2023 ସମୟରେ ଗ୍ରାହକମାନେ ଏସବିଆଇ କାର୍ଡ ମାଧ୍ୟମରେ ୧୦ ପ୍ରତିଶତ ଇନଷ୍ଟାଣ୍ଟ ଡିସକାଉଣ୍ଟ ପାଇବେ । ଏହାସହିତ ସ୍ମାର୍ଟଫୋନ ଏବଂ ଏସେସୋରିସରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ । ଯଦି ଗ୍ରାହକ ଲାପଟପ କିମ୍ବା ସ୍ମାର୍ଟଫୋନ କିଣୁଛନ୍ତି ତାହାଲେ 75 ପ୍ରତିଶତ ରିହାତି ମିଳିବ ।
ଏହି ବ୍ରାଣ୍ଡରେ ମିଳିବ ଅଧିକ ଡିସକାଉଣ୍ଟ: କହିରଖୁଛୁ କି, ଆପଲ(Apple), Lenovo(ଲେନୋଭୋ), OnePlus(ଓ୍ବାନ ପ୍ଲସ) iQoo, Realme(ରିୟଲ ମି), Samsung(ସାମସଙ୍ଗ), boAt(ବୋଟ) ଏବଂ ସୋନି(Sony) ସମେତ ଭାରତୀୟ ଏବଂ ଗ୍ଲୋବାଲ ବ୍ରାଣ୍ଡ ଡିଭାଇରସ କିଣିଲେ ଗ୍ରାହକଙ୍କୁ ବଡ ଡିସକାଉଣ୍ଟ ବା ରିହାତି ମିଳିବ ।
ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ 2023 ସେଲରେ ଆମାଜନ ଏହାର ଇ-କମର୍ସ ସାଇଟରେ ଅନେକ କିକଷ୍ଟାର୍ଟର ଡିଲ୍ ଲାଇଭ୍ କରିଛି । ବର୍ତ୍ତମାନ ଠାରୁ ସାମସଙ୍ଗର ସାମସଙ୍ଗ ଗାଲାକ୍ସି S23, ନୋକିଆ G42 5G, ମୋଟରୋଲା ରଜର 40, ଟେକ୍ନୋ ପୋଭା 5 ପ୍ରୋ, ରେଡମି 10 ପାୱାର ଏବଂ ଲାଭା ଅଗ୍ନି 2ରେ ରିହାତି ଅଫର ଦିଆଯାଇଛି । ତେବେ ଏହି ସେଲରେ ଗ୍ରାହକମାନେ ଅଧିକ ଉପକୃତ ହେବେ ବୋଲି ଅନୁମାନ କରାଯାଉଛି ।
କହିରଖୁଛୁକି, ଫ୍ଲିପକାର୍ଡର ବିଗ ବିଲିୟନ ଡେ ସେଲ ମଧ୍ୟ ଘୋଷଣା ହୋଇଛି । ଆସନ୍ତା ୮ ତାରିଖରୁ ଆରମ୍ଭ ହେବ ସେଲ । ପୋଷାକ ଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ସ ପର୍ଯ୍ୟନ୍ତ ସବୁକିଛି ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଥିବା କାରଣରୁ ସମସ୍ତଙ୍କର ନଜର ଏହି ସେଲ ଉପରେ ରହିଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ