ETV Bharat / science-and-technology

Amazon Great Freedom Festival Sale: ଆସୁଛି ଆମାଜନ ଗ୍ରେଡ ଫ୍ରିଡମ ଫେଷ୍ଟିଭ ସେଲ, ଏଥିରେ ରହିଛି ରିହାତି

author img

By

Published : Aug 2, 2023, 8:24 AM IST

ଆମାଜନ ବର୍ତ୍ତମାନ ଗ୍ରେଡ ଫ୍ରିଡମ ଫେଷ୍ଟିଭ ସେଲ ତାରିଖରେ ପରିବର୍ତ୍ତନ । ବର୍ତ୍ତମାନ ଏହି ତାରିଖରୁ ଆରମ୍ଭ ହେବ ସେଲ ।

Amazon Great Freedom Festival Sale
Amazon Great Freedom Festival Sale

ହାଇଦ୍ରାବାଦ: ପ୍ରାଇମ ଡେ ସେଲ ସରିବା ପରେ ଇ-କମର୍ସ ଆମାଜନ ବର୍ତ୍ତମାନ ଗ୍ରେଡ ଫ୍ରିଡମ ଫେଷ୍ଟିଭ ସେଲ ଘୋଷଣା କରିଛି । ତେବେ ପ୍ରଥମେ ଘୋଷଣା କରିଥିବା ତାରିଖରେ ପରିବର୍ତ୍ତନ କରିଛି । ପ୍ରଥମେ 5 ତାରିଖରୁ 9 ତାରିଖ ଯାଏଁ ଘୋଷଣା କରାଯାଇଥିବା ବେଳେ ଏବେ ତାହାକୁ ପରିବର୍ତ୍ତନ କରାଯାଇ 4ରୁ 8 ତାରିଖ କରାଯାଇଛି । ଏନେଇ ଗତକାଲି ଆମାଜନ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରାଇମ ମେମ୍ବରସିପ ପାଇଁ 3 ତାରିଖ ଦ୍ବିପହରରୁ ସେଲ ଆରମ୍ଭ ହେବାକୁ ଥିବା ବେଳେ ଅନ୍ୟ ସମସ୍ତ ବ୍ୟବହାରକାରୀଙ୍କ ପାଇଁ 4 ତାରିଖରୁ ଆରମ୍ଭ ହେବ ସେଲ । ଏହି ସେଲରେ ଅନେକ ଜିନିଷ ଉପରେ ରିହାତି ମିଳିବ । ଏସବିଆଇ କାର୍ଡରେ ସପିଂ କରିଲେ ଇନଷ୍ଟାଣ୍ଟ 10 ପ୍ରତିଶତ ଡିସକାଉଣ୍ଟ ମିଳିବ । ଅନ୍ୟ କିଛି ଜିନିଷ ଉପରେ 50 ପ୍ରତିଶତର ରିହାତି ମିଳିବ ।

ଏହି ପ୍ରଡକ୍ଟ ବା ଜିନିଷ ଶସ୍ତାରେ ମିଳିବ: ଆମାଜନ ଗ୍ରେଟ୍ ଫ୍ରିଡମ୍ ଫେଷ୍ଟିଭାଲ୍ 2023 ସେଲରେ ଇଲେକ୍ଟ୍ରୋନିକ୍ସ ଏବଂ ଆସେସୋରିଜ୍, ମୋବାଇଲ୍ ଏବଂ ଆସେସୋରିଜ୍, ଟିଭି ଏବଂ ଆପ୍ଲାଏନ୍ସ, ଫ୍ୟାଶନ୍ ଆଣ୍ଡ ବିୟୁଟି, ହୋମ୍ ଏବଂ କିଚେନ୍ ସହିତ ଅନେକ ଉତ୍ପାଦରେ ଆକର୍ଷଣୀୟ ଅଫର ଉପଲବ୍ଧ ରହିଛି । ଆପଣ ଏହି ସେଲରେ ଅନେକ ଭିନ୍ନ ବ୍ରାଣ୍ଡର ସାମଗ୍ରୀ କିଣିବାକୁ ସକ୍ଷମ ହେବେ ।

ଟିଭି-ଓ୍ବାଶିଂମେସିନ ଉପରେ ଆକର୍ଷକ ଡିଲ୍ସ: ଆମାଜନ ଗ୍ରେଟ୍ ଫ୍ରିଡମ୍ ଫେଷ୍ଟିଭାଲ୍ ସେଲରେ ଟିଭି, ଓ୍ବାଶିଂ ମେସିନ ରିହାତିରେ ପାଇପାରିବେ । ରେଡମିର 43-ଇଞ୍ଚ 4K ସ୍ମାର୍ଟ ଟିଭି ମାତ୍ର 23,999 ଟଙ୍କାରେ କିଣିପାରିବେ । ଏହାର ପ୍ରକୃତ ମୂଲ୍ୟ 42,999 ଟଙ୍କା ରହିଛି । ସେହିଭଳି, ଆପଣ ସାମସଙ୍ଗ ବ୍ରାଣ୍ଡର 43 ଇଞ୍ଚ 4K ସ୍ମାର୍ଟ ଟିଭି 31,990 ଟଙ୍କାରେ କିଣିପାରିବେ, ଏହାର ପ୍ରକୃତ ମୂଲ୍ୟ 47,900 ଟଙ୍କା ରହିଛି । ଏହି ସେଲରେ ଆପଣ ପ୍ରାରମ୍ଭିକ 7790 ଟଙ୍କାରେ ଫ୍ରିଜ, ସ୍ମାର୍ଟ ଟିଭି 6,999 ଟଙ୍କାରେ ଏବଂ 5,990 ଟଙ୍କାରେ ରେଫ୍ରିଜରେଟର କିଣି ପାରିବେ ।

ସେଲରେ SBI କାର୍ଡ ସହିତ ସପିଂ କରୁଥିବା ବ୍ୟକ୍ତିମାନେ ତୁରନ୍ତ 10 ପ୍ରତିଶତ ରିହାତି ପାଇବେ । ଏଥିରେ ପୋଷାକ, ଜୋତା ଏବଂ ଅନ୍ୟାନ୍ୟ ଦ୍ରବ୍ୟରେ ଅତି କମରେ 50 ପ୍ରତିଶତ ଅଫର ଉପଲବ୍ଧ ହେବ । କ୍ୟାସବ୍ୟାକ ଅଫର ମଧ୍ୟ ରହିଛି । 20 ପ୍ରତିଶତ ପର୍ଯ୍ୟନ୍ତ କ୍ୟାସବ୍ୟାକ ପାଇବେ ।

ଏହା ମଧ୍ୟ ପଢନ୍ତୁ: Amazon Prime Day Sale: ଜୁଲାଇ 15ରୁ ଆମାଜନରେ ସପିଂ ଧମାକା, ଏହି ଜିନିଷ ଉପରେ ମିଳିବ ରିହାତି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.