ETV Bharat / science-and-technology

First Alien Contact: ପ୍ରଥମ ଥର ମଙ୍ଗଳରୁ ପୃଥିବୀକୁ ଆସିଲା ସଙ୍କେତ - ଅନ୍ୟ ଗ୍ରହରେ ଜୀବଜଗତର ସନ୍ଧାନ

ପ୍ରଥମ ଥର ପୃଥିବୀକୁ ମିଳିଲା ସଙ୍କେତ । ମଙ୍ଗଳ ଗ୍ରହରୁ ପ୍ରଥମ ଥର ପାଇଁ ପୃଥିବୀକୁ ଏକ ସଙ୍କେତ ମିଳିଛି । ଅଧିକ ପଢନ୍ତୁ

First Alien Contact
First Alien Contact
author img

By

Published : May 26, 2023, 5:01 PM IST

ହାଇଦ୍ରାବାଦ: ପୃଥିବୀ ବାହାରେ ଅର୍ଥାତ ଅନ୍ୟ ଗ୍ରହରେ ଜୀବଜଗତର ସନ୍ଧାନ ଜାରି ରହିଛି । ଏହାରି ଭିତରେ ମଙ୍ଗଳ ଗ୍ରହରୁ ପ୍ରଥମ ଥର ପାଇଁ ପୃଥିବୀକୁ ଏକ ସଙ୍କେତ ମିଳିଛି । ଏକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ୟୁରୋପୀୟ ମହାକାଶ ସଂସ୍ଥାର ଏକ୍ସୋମାର୍ସ ଟ୍ରେସ୍‌ ଗ୍ୟାସ୍‌ ଅର୍ବିଟର ଗତ ବୁଧବାର ରାତିରେ ମଙ୍ଗଳ କକ୍ଷରେ ଘୂର୍ଣ୍ଣନ କରିବା ସମୟରେ ପୃଥିବୀକୁ ଏକ ଏନକୋଡେଡ ବାର୍ତ୍ତା ପଠାଇଛି । 16ମିନିଟରେ ଏହି ସଂକେତ ଗ୍ରହଣ କରାଯାଇଛି । ତେବେ ଏହି ଏନକୋଡେଡ ବାର୍ତ୍ତା ପଢିବା ପାଇଁ ବୈଜ୍ଞାନିକମାନେ ସମଗ୍ର ବିଶ୍ୱରୁ ବୈଜ୍ଞାନିକଙ୍କ ସାହାଯ୍ୟ ଲୋଡିଛନ୍ତି ।

ମଙ୍ଗଳ ଗ୍ରହ ପୃଥିବୀର ନିକଟତର ହେଲେ ମଧ୍ୟ ଏହାର ଦୂରତା ପ୍ରାୟ 3.86 କୋଟି କିଲୋମିଟର ଅଟେ । ଏତେ ଦୂରରୁ, TGO(ଟ୍ରେସ ଗ୍ୟାସ ଅର୍ବିଟର) ବୁଧବାର ରାତି ପ୍ରାୟ 9ଟା ସମୟରେ ପୃଥିବୀକୁ ଏକ ବାର୍ତ୍ତା ଦେଇଥିଲା । ପ୍ରାୟ 40 ନିୟୁତ କିଲୋମିଟର ଦୂରତା ଯାତ୍ରା କରିବାର ମାତ୍ର 16 ମିନିଟରେ ଏହି ବାର୍ତ୍ତା ପୃଥିବୀରେ ପହଞ୍ଚିଥିଲା ​। ୟୁରୋପୀୟ ଯାଞ୍ଚ୍‌ ଜରିଆରେ ଦିଆଯାଇଥିବା ଏହି ସଙ୍କେତ ଆମେରିକାର ପଶ୍ଚିମ ଭର୍ଜିନିଆରେ ଅବସ୍ଥିତ ଗ୍ରୀନ୍‌ ବ୍ୟାଙ୍କ୍‌ ଟେଲିସ୍କୋପ୍‌, ଇଟାଲିର ଦ ମେଡିସିନା ରେଡିଓ ଆଷ୍ଟ୍ରୋନୋମିକାଲ ଷ୍ଟେସନ୍‌, କାଲିଫର୍ନିଆର ଦ ଆଲେନ ଟେଲିସ୍କୋପ୍‌ ଆରେ ଏବଂ ନ୍ୟୁ' ମେକ୍ସିକୋର ଭେରି ଲାର୍ଜ ଦ୍ୱାରା ଗ୍ରହଣ କରାଯାଇଥିଲା

ଏହା ମଧ୍ୟ ପଢନ୍ତୁ: WhatsApp Sticker Feature : ଆହୁରି ମଜାଦାର ହେବ ହ୍ବାଟସଅପ୍ ଚାଟ୍‌, ନିଜେ ତିଆରି କରିପାରିବେ ଷ୍ଟିକର

ଏଲିଆନ ସଙ୍କେତ ମିଳିବା ପରେ ଆସିପାରେ ବଡ ପରିବର୍ତ୍ତନ: ବୈଜ୍ଞାନିକମାନେ ମଙ୍ଗଳ ଗ୍ରହରୁ ଆସିଥିବା ସଙ୍କେତକୁ ଐତିହାସିକ ବୋଲି ବିଚାର କରୁଛନ୍ତି । ସେମାନେ ବିଶ୍ୱାସ କରନ୍ତି ଯେ, ପ୍ରକୃତରେ ମଙ୍ଗଳ ଗ୍ରହକୁ ଏଲିଅନ ସଙ୍କେତ ପାଇବା ଏକ ବଡ଼ ପରିବର୍ତ୍ତନ ଆଣିବ । ଏନେଇ ରିସର୍ଚ୍ଚ ଫର୍‌ ଏକ୍ସଟ୍ରାଟେରେଷ୍ଟ୍ରିୟାଲ ଇଣ୍ଟେଲିଜେନ୍ସ (ସେଟି) ଇନ୍‌ଷ୍ଟିଚ୍ୟୁଟର ବୈଜ୍ଞାନିକ ଡି' ପୋଲିସ କହିଛନ୍ତି, "ବାହ୍ୟ ସଭ୍ୟତାରୁ ଏକ ବାର୍ତ୍ତା ଗ୍ରହଣ କରିବା ସମଗ୍ର ମାନବ ଜାତି ପାଇଁ ଗଭୀର ପରିବର୍ତ୍ତନକାରୀ ଅନୁଭବ ହେବ।"

ମେସେଜ ଡିକୋଡ କରିବା ପାଇଁ ଲୋଡା ଯାଇଛି ସାହାଯ୍ୟ: ଡି ପୋଲିସ୍ SETI ଅଧୀନରେ ସମଗ୍ର ବିଶ୍ୱରୁ ଆନ୍ତର୍ଜାତୀୟ ବିଶେଷଜ୍ଞ, ମହାକାଶ ବିଜ୍ଞାନୀ ଏବଂ ଆର୍ଟିର୍ଟ୍ସଙ୍କୁ ନେଇ ଏକ ମିଳିତ ଦଳ ଗଠନ କରିଛନ୍ତି। ଯାହା ଏଲିଅନରୁ ଆସୁଥିବା ମେସେଜ ଡିକୋଡ କରିବା ସହ ତାକୁ ବାଖ୍ୟା କରିବା ନେଇ ପ୍ରୟାସ ଜାରି ରଖିଛନ୍ତି । ଏହାସହ ସେମାନେ ମଙ୍ଗଳଗ୍ରହରୁ ଆସୁଥିବା ସଙ୍କେତକୁ ଡିକୋଡ କରିବା ପାଇଁ ବିଶ୍ବବାସୀଙ୍କୁ ସାହାଯ୍ୟ ମାଗିଛନ୍ତି । ତେବେ ବର୍ତ୍ତମାନ ଏଲିଅନ ପକ୍ଷରୁ ଆସିଥିବା ବାର୍ତ୍ତାକୁ ଅନକୋଡ କରାଯାଇଛି କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ପରିପ୍ରକାଶ କରାଯାଇ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.