ETV Bharat / science-and-technology

Airtel AirFiber vs Jio AirFiber : ଜାଣନ୍ତୁ କେଉଁ ପ୍ଲାନ ଶସ୍ତା ଏବଂ କାହାର ସ୍ପିଡ ଲିମିଟ କେତେ - ଜିଓ ଏୟାର ଫାଇବର ପ୍ଲାନ

କିଛି ଦିନ ପୂର୍ବରୁ ଏୟାରଟେଲ ଏୟାର ଫାଇବର୍‌ ଲଞ୍ଚ୍‌ ହୋଇଥିବା ବେଳେ ମଙ୍ଗଳବାର ଲଞ୍ଚ୍‌ ହୋଇଛି ଜିଓ ଏୟାର ଫାଇବର । ତେବେ ଜାଣନ୍ତୁ କେଉଁ ପ୍ଲାନ ଶସ୍ତା ଏବଂ କାହାର ସ୍ପିଡ ଲିମିଟ କେତେ ? ଅଧିକ ପଢ଼ନ୍ତୁ

Airtel AirFiber vs Jio AirFiber
Airtel AirFiber vs Jio AirFiber
author img

By ETV Bharat Odisha Team

Published : Sep 20, 2023, 12:45 PM IST

ହାଇଦ୍ରାବାଦ: ଗଣେଶ ଚତୁର୍ଥୀ ଅବସରରେ ରିଲାଏନ୍ସ ଜିଓ ଏହାର ଏୟାର ଫାଇବର ଲଞ୍ଚ କରିଛି । ବର୍ତ୍ତମାନ ଆଠୋଟି ସହର ଯଥା ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, କୋଲକାତା, ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ ଏବଂ ପୁଣେରେ ଏହି ସେବା ଆରମ୍ଭ ହୋଇଛି । ଜିଓ ଏୟାର ଫାଇବର ପ୍ଲାନ୍‌ 599ରୁ ଆରମ୍ଭ ହେଉଛି। ଅନ୍ୟପକ୍ଷରେ ଏୟାରଟେଲ ମଧ୍ୟ କିଛି ଦିନ ପୂର୍ବରୁ ଏୟାର ଫାଇବର ଲଞ୍ଚ କରିଥିଲା । ଯେଉଁଥିରେ ଏୟାରଟେଲ କେବଳ ଗୋଟିଏ ପ୍ଲାନ୍‌ ଯୋଡ଼ିଥିବା କୁହାଯାଇଛି। ଏହାର ମୂଲ୍ୟ 7 ହଜାର 733 ଟଙ୍କା ରହିଛି । ତେବେ ଜାଣନ୍ତୁ ଏୟାରଟେଲ ଏୟାର ଫାଇବର ଏବଂ ଜିଓ ଏୟାର ଫାଇବର ମଧ୍ୟରେ ପାର୍ଥକ୍ୟ

ଜିଓ ଏୟାର ଫାଇବର ପ୍ଲାନ: ଜିଓ ଏୟାର ଫାଇବର ପ୍ଲାନ 6 ମାସ 12 ମାସ ପାଇଁ ନେଇପାରିବେ ୟୁଜର୍ସ । ଯେଉଁଥିରେ କମ୍ପାନୀଠାରୁ 6 ମାସର ପ୍ଲାନ୍‌ ନେବାକୁ ହେଲେ 1000 ଟଙ୍କା ଇନଷ୍ଟଲେସନ୍ ଚାର୍ଜ ଦେବାକୁ ପଡ଼ିବ । 12 ମାସର ପ୍ଲାନ ବା ବର୍ଷିକିଆ ପ୍ଲାନ ନେବାକୁ ହେଲେ ଇନଷ୍ଟଲେସନ ପାଇଁ କୌଣସି ଦେୟ ଦେବାକୁ ହେବ ନାହିଁ ।

କମ୍ପାନୀ ଏୟାର ଫାଇବର ଏବଂ ଏୟାର ଫାଇବର ମ୍ୟାକ୍ସ ନାମକ ଦୁଇଟି ଯୋଜନା ବଜାରରେ ଲଞ୍ଚ୍‌ କରିଛି । ଏୟାର ଫାଇବର ଯୋଜନାରେ ଗ୍ରାହକ ଦୁଇ ପ୍ରକାରର ସ୍ପିଡ୍ ପ୍ଲାନ୍ 30 ଏମବିପିଏସ୍ ଏବଂ 100 MbPS ପାଇବେ । କମ୍ପାନୀ ପ୍ରାରମ୍ଭିକ 30 MbPS ପ୍ଲାନ୍‌ର ମୂଲ୍ୟ 599 ଟଙ୍କା ରଖିଥିବା ବେଳେ 100 Mbps ଯୋଜନାର ମୂଲ୍ୟ 899 ଟଙ୍କା ରଖାଯାଇଛି। ଉଭୟ ଯୋଜନାରେ ଗ୍ରାହକ 550ରୁ ଅଧିକ ଡିଜିଟାଲ୍ ଚ୍ୟାନେଲ୍ ଏବଂ 14 ମନୋରଞ୍ଜନ ଆପ୍‌ ବ୍ୟବହାର କରିବାର ସୁବିଧା ପାଇବେ । ଏୟାର ଫାଇବର ଯୋଜନା ଅନୁଯାୟୀ କମ୍ପାନୀ 100 MbPS ସ୍ପିଡ୍‌ ସହିତ 1199 ଟଙ୍କା ଯୋଜନା ମଧ୍ୟ ଆଣିଛି । ଯେଉଁଥିରେ ଉପରୋକ୍ତ ଚ୍ୟାନେଲ ଏବଂ ଆପ୍ ସହିତ ନେଟଫ୍ଲିକ୍ସ, ଆମାଜନ ଏବଂ ଜିଓ ସିନେମା ଭଳି ପ୍ରିମିୟମ୍ ଆପ୍ ମଧ୍ୟ ଉପଲବ୍ଧ ହେବ ।

ଏହା ମଧ୍ୟ ପଢନ୍ତୁ: Jio AirFiber: 8ଟି ଦେଶରେ ଲଞ୍ଚ ହେଲା ଜିଓ ଏୟାର ଫାଇବର, ଏତିକି ଟଙ୍କା ରହିଛି ପ୍ଲାନ

ଅଧିକ ଇଣ୍ଟରନେଟ୍ ସ୍ପିଡ୍ ଚାହୁଁଥିବା ଉପଭୋକ୍ତାମାନେ 'ଏୟାର ଫାଇବର ମ୍ୟାକ୍ସ' ଯୋଜନାର ମଧ୍ୟ ଲାଭ ଉଠାଇପାରିବେ । କମ୍ପାନୀ ବଜାରରେ 300 MbPS ରୁ 1000 MbPS ଅର୍ଥାତ୍ 1 GbPS ପର୍ଯ୍ୟନ୍ତ ତିନୋଟି ଯୋଜନା ଆରମ୍ଭ କରିଛି। 1499 ଟଙ୍କାରେ 300 ଏମବିପିଏସ୍ ସ୍ପିଡ୍ ପାଇବେ। ଉପଭୋକ୍ତାମାନେ 2499 ଟଙ୍କା ପାଇଁ 500 MbPS ସ୍ପିଡ୍ ପାଇବେ ଏବଂ ଯଦି ଉପଭୋକ୍ତା 1 GbPS ସ୍ପିଡ୍ ସହିତ ପ୍ଲାନ ପାଇବାକୁ ହେଲେ 3999 ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ସମସ୍ତ ଯୋଜନା ସହିତ 550ରୁ ଅଧିକ ଡିଜିଟାଲ୍ ଚ୍ୟାନେଲ୍, 14 ମନୋରଞ୍ଜନ ଆପ୍ ଏବଂ ନେଟଫ୍ଲିକ୍ସ, ଆମାଜନ ଏବଂ ଜିଓ ସିନେମା ଭଳି ପ୍ରିମିୟମ୍ ଆପ୍ ଉପଲବ୍ଧ ହେବ ।

ଏୟାରଟେଲ ଏୟାର ଫାଇବର ପ୍ଲାନ: ଏୟାରଟେଲ ବର୍ତ୍ତମାନ କେବଳ ଦିଲ୍ଲୀ ଏବଂ ମୁମ୍ବାଇରେ ଏୟାର ଫାଇବର ପ୍ଲାନ ଆରମ୍ଭ କରିଛି। ତେବେ ଏୟାରଟେଲ ଏୟାର ଫାଇବର ନେଇ କମ୍ପାନୀ ପକ୍ଷରୁ ଦାବି କରାଯାଇଛି ଯେ, ଏୟାରଟେଲ୍‌ ଏକ୍ସଟ୍ରିମ ଏୟାର ଫାଇବର ୱାଇଫାଇ ରାଉଟରର ଦୁଇଗୁଣ ସ୍ପିଡରେ ଚାଲିଥାଏ। ଏୟାରଟେଲ ଏୟାର ଫାଇବରର ମୂଲ୍ୟ ଦେଖିବା ତେବେ ଏଥିରେ ଆପଣ 6 ମାସର ଯୋଜନା ପାଇବେ। 7,733 ଟଙ୍କା ଦେଇ ଏହାକୁ କିଣି ପାରିବେ। ବେସ ପ୍ରାଇସ ଏତିକି ରହିଥିବା ବେଳେ ଜିଏସଟି ଯୋଗ ହୋଇପାରେ। ଏହି ଯୋଜନାରେ 2500 ଟଙ୍କା ସୁରକ୍ଷା ଜମା ବାଧ୍ୟତାମୂଳକ ରହିଛି। ଏଭଳି ପରିସ୍ଥିତିରେ ଆପଣ ପ୍ରଥମ ଥର ପାଇଁ 7,733 ଟଙ୍କା ଏବଂ ପରବର୍ତ୍ତୀ 6 ମାସ ପାଇଁ 4435 ଟଙ୍କା ଦେବାକୁ ପଡ଼ିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.