ETV Bharat / lifestyle

ରକ୍ତଚାପ ଓ ସ୍ମରଣ ଶକ୍ତି ପାଇଁ ବେଶ୍‌ ଲାଭଦାୟୀ ‘ବ୍ଲୁ ବେରୀ’

ସୁସ୍ଥ ଜୀବନ ପାଇଁ କେତେ କ’ଣ କରୁଛନ୍ତି ଆଜିର ପିଢୀ । କିଏ ହେଲ୍‌ଦି ଡାଏଟ ଗ୍ରହଣ କରୁଛି ତ କିଏ ପୁଣି ହେଲ୍‌ଦି ଲାଇଫଷ୍ଟାଇଲ ପାଇଁ କରୁଛି ଯୋଗାଭ୍ୟାସ । ତେବେ ଗବେଷଣାରୁ ଜଣା ପଡିଛି କି ଶରୀର ଉପରେ ବ୍ଲୁ ବେରୀର ରହିଛି ଅନେକ ସକାରାତ୍ମକ ପ୍ରଭାବ ।

author img

By

Published : Aug 27, 2019, 12:37 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ସୁସ୍ଥ ଜୀବନ ପାଇଁ କେତେ କ’ଣ କରୁଛନ୍ତି ଆଜିର ପିଢୀ । କିଏ ହେଲ୍‌ଦି ଡାଏଟ ଗ୍ରହଣ କରୁଛି ତ କିଏ ପୁଣି ହେଲ୍‌ଦି ଲାଇଫଷ୍ଟାଇଲ ପାଇଁ କରୁଛି ଯୋଗାଭ୍ୟାସ । ତେବେ ଶରୀର ପାଇଁ ସଜାଗ ଆଜିର ଜେନେରେସନ ପାଇଁ ଏହା ଜାଣିବା ଦରକାର କି କିଛି ଏଭଳି ଫଳ ରହିଛି ଯାହାକୁ ଖାଇବା ଦ୍ବାରା ଏଜିଂ ସୁସ୍ଥ ହେବା ସହ ନିୟନ୍ତ୍ରିତ ହୋଇଥାଏ ଶରୀରର ଅନେକ ମାରାତ୍ମକ ରୋଗବ୍ୟାଧି ।

ଏନେଇ କରାଯାଉଥିବା ଅନେକ ଗବେଷଣା ମଧ୍ୟରୁ ଗୋଟିଏ ହେଉଛି ଶରୀର ଉପରେ ବ୍ଲୁ ବେରୀର ପ୍ରଭାବ । 1990 ମସିହାରେ ହୋଇଥିବା ଗବେଷଣାରୁ ଜଣା ପଡିଛି କି ଶରୀର ଉପରେ ବ୍ଲୁ ବେରୀର ରହିଛି ଅନେକ ସକାରାତ୍ମକ ପ୍ରଭାବ । ଏହା ନା ଯେ କେବଳ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଏ ବରଂ ଏହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ମଧ୍ୟ ଅନେକ ସାହାଯ୍ୟ କରେ ।

ଏଫ୍‌ଜିସିଏର ପିଏଚ୍‌ଡି ବିଭାଗ ଇନଗ୍ରାମରେ ଥିବା ଡୋନାଲ୍ଡ କେ ଏନେଇ ଦେଇଛନ୍ତି କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ । ତାଙ୍କ କହିବା ଅନୁଯାୟୀ ଶରୀର ଉପରେ ବ୍ଲୁ ବେରୀ ପ୍ରଭାବ ସମୟକ୍ରମେ ବଢୁଥିବା ଦେଖା ଯାଉଛି । ଅନ୍ୟ ଫଳ ତୁଳନାରେ ବ୍ଲୁ ବେରୀ ଦ୍ବାରା ଶରୀରରେ ଆଣ୍ଟି ଅକ୍ସିଡାଣ୍ଟ ପ୍ରକ୍ରିୟା ସହ ଆଣ୍ଟି-ଇନଫ୍ଲାମେଟୋରୀ ପ୍ରକ୍ରିୟା ମଧ୍ୟ ତ୍ବରାନ୍ବିତ ହେଉଥିବା ଜଣା ପଡିଛି । ତେଣୁ ବ୍ଲୁ ବେରୀ ଶରୀର ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପୋଷକ ତତ୍ତ୍ବ ।

ଇନଷ୍ଟାଗ୍ରାମରେ ଡୋନାଲ୍ଡଙ୍କ ଦ୍ବାରା ପ୍ରକାଶିତ ସମ୍ପାଦକୀୟରେ ବ୍ଲୁ ବେରୀ ଗୁଣବତ୍ତା ପ୍ରକାଶ ପାଇବା ସହ ବ୍ଲୁ ବେରୀର ଅନ୍ୟାନ୍ୟ ସକାରାତ୍ମକ ପ୍ରଭାବ ପରବର୍ତ୍ତୀ 4ଟି ଆର୍ଟିକିଲରେ ପ୍ରକାଶ ପାଇଥିଲା । ବାୟୋଲୋଜି ସାଇନ୍ସରେ ପ୍ରକାଶିତ ଏହି 4ଟି ଆର୍ଟିକିଲରେ ଶରୀର ଉପରେ ବ୍ଲୁ ବେରୀ ପକାଉଥିବା ପ୍ରଭାବକୁ ଦୃଷ୍ଟିରେ ରଖି ଦୈନିକ ଏକ କପ୍‌ ବ୍ଲୁ ବେରୀ ଖାଇବା ପାଇଁ କୁହାଯାଇଛି ।

ଏହା ନା ଯେ କେବଳ ରକ୍ତ କୋଷିକାକୁ ସକ୍ରିୟ କରି ରକ୍ତଚାପ ନିୟନ୍ତ୍ରିତ କରିଥାଏ । ବରଂ ଏହା ସ୍ମରଣଶକ୍ତିକୁ ମଧ୍ୟ ପ୍ରଭାବିତ କରିଥାଏ । ବ୍ଲୁ ବେରୀର ଗୁଣାତ୍ମକ ପ୍ରଭାବକୁ ଅଧ୍ୟୟନ କରିବା ପାଇଁ କେତେକ ବୟସ୍କ ଲୋକଙ୍କୁ ନେଇ ଏକ ପରୀକ୍ଷା କରାଯାଇଥିଲା । ଯେଉଁଥିରେ ବ୍ଲୁ ବେରୀ ଖାଇବା ପରେ ସେମାନଙ୍କ ସ୍ମରଣ ଶକ୍ତିରେ ସାମାନ୍ୟ ସୁଧାର ଆସିଥିବା ଦେଖାଯାଇଥିଲା ।

ଲାବୋରେଟୋରୀରେ ମୂଷାମାନଙ୍କୁ ନେଇ ମଧ୍ୟ ଏହି ସମାନ ପରୀକ୍ଷଣ କରାଯାଇଥିଲା । ଯେଉଁଥିରେ ବ୍ଲୁ ବେରୀ ଖାଇଥିବା ମୂଷାମାନଙ୍କ ସ୍ମରଣ ଶକ୍ତି ସାଧାରଣ ମୂଷାଙ୍କଠାରୁ ଉନ୍ନତ ରହିଥିବା ଦେଖାଯାଇଥିଲା । ଏଥିରୁ ସ୍ପଷ୍ଟ ହେଉଛି କି ବ୍ଲୁ ବେରୀ ରକ୍ତଚାପ ନିୟନ୍ତ୍ରଣ କରିବା ସହ ସ୍ମରଣ ଶକ୍ତିକୁ ମଧ୍ୟ ପ୍ରଖର କରିବାରେ ସାହାଯ୍ୟ କରିଥାଏ । ଏହା ଉଭୟ ଶିଶୁ ଓ ବୟସ୍କ ଲୋକମାନଙ୍କ ସ୍ମରଣ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ ।

ଶରୀର ଉପରେ ବ୍ଲୁ ବେରୀର ପ୍ରଭାବକୁ ନେଇ ‘ବ୍ଲୁ ଭର୍ସେସ ଗ୍ରେ: ପୋଟେନ୍‌ସିଆଲ ହେଲ୍‌ଥ ବେନିଫିଟ୍ସ ଅଫ୍‌ ବ୍ଲୁ ବେରୀ ଫର ସକ୍ସେସଫୁଲ ଏଜିଂ’ ବିଷୟକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । 2017 ମସିହା, ଜୁଲାଇ ମାସରେ ‘ୱାର୍ଲଡ କଂଗ୍ରେସ ଅଫ୍‌ ଜେରୋଣ୍ଟୋଲୋଜି ଆଣ୍ଡ ଜେରିଆଟ୍ରିକ୍ସ’ରେ ଅନୁଷ୍ଠିତ ଏହି ଆଲୋଚନାଚକ୍ର ସ୍ବାସ୍ଥ୍ୟ ବିଜ୍ଞାନକୁ ଏକ ନୂଆ ଖୋରାକ ଯୋଗାଇଛି, ଏଥିରେ ଅତ୍ୟୁକ୍ତି ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

ppp

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.