ନୂଆଦିଲ୍ଲୀ: ଆମ ସ୍ମାର୍ଟଫୋନରେ ଏପରି କିଛି ଫିଚର ଥାଏ, ଯାହା ବେଶ ଉପଯୋଗୀ ହୋଇଥାଏ କିନ୍ତୁ ଆମକୁ ଏବିଷୟରେ ଜଣାନଥାଏ । ତେବେ ଜାଣନ୍ତୁ ସ୍ମାର୍ଟଫୋନର କିଛି ସିକ୍ରେଟ ଫିଚର ଏବଂ ଟିପ୍ସ ଯାହା ଅତ୍ୟନ୍ତ ଉପଯୋଗୀ ।
-ଯଦି ଆପଣ ସ୍ମାର୍ଟଫୋନରୁ ଭିଡିଓ ପ୍ରସ୍ତୁତ କରୁଛନ୍ତି ଏବଂ ସେହି ସମୟରେ ଫଟୋ କ୍ଲିକ୍ କରିବାକୁ ଚାହୁଁଛନ୍ତି । ତେବେ ଏହି ସମୟରେ ଭିଡିଓ ବନ୍ଦ କରିବାର କୌଣସି ଆବଶ୍ୟକତା ନାହିଁ । ଆଇଫୋନରେ ଭିଡିଓ ତିଆରି କରିବାବେଳେ ଏକ ଫଟୋ ଆଇକନ୍ ଦେଖାଯାଏ । ଯାହାକୁ କ୍ଲିକ୍ କରି ଚାଲିଥିବା ଭିଡିଓ ରେକର୍ଡିଂର ଆପଣ ଫଟୋ ଉଠାଇ ପାରିବେ ।
-ଯଦି ଆପଣ ଆଖି ଖରାପ ଅଛି କିମ୍ବା ମୋବାଇନ ସ୍କ୍ରିନର କୌଣସି ଟେକ୍ଟକୁ ବଡ କରି ଦେଖିବାକୁ ଚାହୁଁଛନ୍ତି । ତେବେ ସ୍ମାର୍ଟଫୋନରେ ଏକ ଭଲ ଫିଚର ସ୍କ୍ରିନ ମ୍ୟାଗ୍ନିଫିକେସନ ରହିଛି । ଏହି ଫିଚର ସାହାଯ୍ୟରେ ଆପଣ ସ୍କ୍ରିନକୁ ତିନିଥର ଟ୍ୟାପ୍ ସ୍କ୍ରିନର କିଛି ଅଂଶକୁ ଜୁମ କରି ଦେଖିପାରିବେ । ଏହି ଫିଚର ପାଇଁ ଆପଣଙ୍କୁ ଫୋନର ସେଟିଙ୍ଗକୁ ଯାଇ ଆକ୍ସେସିବିଲିଟି ମ୍ୟାଗ୍ନିଫିକେସନ୍ ଜେକ୍ସନ ଟର୍ନ୍ ଅନ୍ କରିବାକୁ ପଡିବ ।
-ଆଜିକାଲି ସ୍ମାର୍ଟଫୋନରେ ମାଇକ୍ରୋ ଲେନ୍ସ ଫିଚର ରହିଛି । ଯାହାଦ୍ବାରା ଆପଣ ଛୋଟ ଛୋଟ ଜିନିଷର ଫଟୋ ଉଠାଇ ପାରିବେ । କିନ୍ତୁ ମାଇକ୍ରୋ ଅବଜେକ୍ଟକୁ କ୍ଲିକ୍ କରିବା ପାଇଁ ଏକ ଟ୍ରିକ ରହିଛି । ଆପଣ ନିଜ ଫୋନର ରିୟର କ୍ୟାମେରା ଲେନ୍ସ ଉପରେ ଏକ ବୁନ୍ଦା ପାଣି ଲଗାଇ ଦିଅନ୍ତୁ | ଏହା କରିବା ଦ୍ବାରା କ୍ୟାମେରାର ଲେନ୍ସ ଅଧିକ ଜୁମ୍ ହୋଇଥାଏ । ଏଥିସହ ଜୁମ ବିନା କିଛି ଜିନିଷକୁ ବଡ଼ ରିଜୋଲ୍ୟୁସନରେ ଦେଖାଇଥାଏ ।
- ବହୁବାର ଟିଭିର ରିମୋଟ, ସ୍ପିକର କିମ୍ବା ଅନ୍ୟ କୌଣସି ଡିଭାଇସ ଖରାପ ହୋଇଥାଏ । ବ୍ୟାଟେରୀ ପରିବର୍ତ୍ତନ କରିବା ସତ୍ତ୍ବେ ମଧ୍ୟ ରିମୋଟ୍ ସଠିକ୍ ଭାବରେ କାମ କରେନାହିଁ | ଏଭଳି ସ୍ଥିତିରେ ରିମୋଟ୍ ପ୍ରକୃତରେ ଖରାପ କି ନାହିଁ ତାହା ସ୍ମାର୍ଟଫୋନରୁ ଜଣାପଡିବ । ଫୋନର କ୍ୟାମେରା ଆଗରେ ଆପଣଙ୍କର ସେନସର ରଖନ୍ତୁ ଏବଂ ଏହାପରେ ରିମୋଟ୍ ବଟନ୍ ଦବାନ୍ତୁ । ଯଦି ରିମୋଟର ସେନ୍ସରରେ ଲାଇଟ ଜଳିବ ତେବେ ଜାଣରଖନ୍ତୁ ଯେ ରିମୋଟ୍ ଠିକ୍ ଅଛି । ଯଦି ଏପରି ହେଉନି ତେବେ ରିମୋଟ୍ ଖରାପ ଅଛି ।
- ଆପଣ ସ୍ମାର୍ଟଫୋନର ହେଡଫୋନ କେବଳ ଗୀତ ଶୁଣିବାରେ କାମ କରେ ନାହିଁ । ବରଂ ହେଡଫୋନ ସାହାର୍ଯ୍ୟ ଆପଣ ଫୋନରେ ଫଟୋ କ୍ଲିକ୍ କରିପାରିବେ । ମାତ୍ର ଏହି ଫିଚର ସବୁ ସ୍ମାର୍ଟଫୋନର ହେଡଫୋନରେ ନଥାଏ । କିନ୍ତୁ ଆପଣ ନିଜ ଫୋନରେ ଏହି ଫିଚର ସର୍ଚ୍ଚ କରିପାରିବେ । କିଛି ଫୋନର ଇୟରଫୋନର ପ୍ଲେ ଏବଂ ପଜ ବଟନ ସାହାଯ୍ୟରେ ଆପଣ ଫଟୋ ଉଠାଇବା ସହିତ ଇୟରଫୋନ୍ ଭଲ୍ୟୁମ୍ ବଟନ ସାହାର୍ଯ୍ୟରେ ଜୁମ୍ ଇନ ଏବଂ ଜୁନ୍ ଆଉଟ୍ କରିପାରିବେ ।