ETV Bharat / lifestyle

ଆସୁଛି ନୂଆ ସେଲଫି ସେଣ୍ଟ୍ରିକ ଭିଭୋ S7 - ସେଲଫି ସେଣ୍ଟ୍ରିକ ଭିଭୋ S7

ସ୍ମାର୍ଟଫୋନ କହିଲେ ଏବେ ପ୍ରଥମେ ମନକୁ ଆସେ ସେଲଫି କଥା । ଏମିତି ଏକ ଆକର୍ଷଣୀୟ ଫିଚର ନେଇ ଅଗଷ୍ଟରେ ସ୍ମାର୍ଟଫୋନ ବଜାରରେ ଏଣ୍ଟ୍ରି ନେବାକୁ ଯାଉଛି ଭିଭୋର S7 ସ୍ମାର୍ଟଫୋନ ।

smartphone, latest technology news, latest smartphone, vivo s7 smartphone, selfie centric vivo s7, vivo latest news, ସ୍ମାର୍ଟଫୋନ, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ, ଲାଟେଷ୍ଟ ସ୍ମାର୍ଟଫୋନ, ଭିଭୋର S7 ସ୍ମାର୍ଟପୋନ, ସେଲଫି ସେଣ୍ଟ୍ରିକ ଭିଭୋ S7, ଭିଭୋ ଲାଟେଷ୍ଟ ନ୍ୟୁଜ୍‌
ଆସୁଛି ନୂଆ ସେଲଫି ସେଣ୍ଟ୍ରିକ ଭିଭୋ S7
author img

By

Published : Jul 28, 2020, 6:45 AM IST

ବେଜିଂ: ସ୍ମାର୍ଟଫୋନ କହିଲେ ଏବେ ପ୍ରଥମେ ମନକୁ ଆସେ ସେଲଫି କଥା । ଗ୍ରାହକଙ୍କ ଏହି ଚାହିଦାକୁ ଧ୍ୟାନରେ ରଖି ସ୍ମାର୍ଟଫୋନ କମ୍ପାନୀମାନେ ମଧ୍ୟ ଆଣୁଛନ୍ତି ଆକର୍ଷଣୀୟ ଫିଚର । ଏମିତି ଏକ ଆକର୍ଷଣୀୟ ଫିଚର ନେଇ ଅଗଷ୍ଟରେ ସ୍ମାର୍ଟଫୋନ ବଜାରରେ ଏଣ୍ଟ୍ରି ନେବାକୁ ଯାଉଛି ଭିଭୋର S7 ସ୍ମାର୍ଟଫୋନ । ଏହି ସ୍ମାର୍ଟଫୋନଟି ସେଲଫି ସେଣ୍ଟ୍ରିକ ହୋଇଥିବା କମ୍ପାନୀ ସ୍ପଷ୍ଟ କରିଛି ।

ଆସନ୍ତା ଅଗଷ୍ଟ 3ରେ ଚୀନ ବଜାରରେ ଏହି ସ୍ମାର୍ଟଫୋନ ପ୍ରବେସ କରିବାକୁ ଯାଉଛି । ଏନେଇ ଅଫିସିଆଲ ୱେବୋ ହ୍ୟାଣ୍ଡେଲରେ କମ୍ପାନୀ ଏକ ଟିଜର ପୋଷ୍ଟ କରିଥିଲା । ଯେଉଁଥିରେ ଦେଖାଯାଇଥିଲା କି ସ୍ମାର୍ଟଫୋନଟି ଅଲଟ୍ରା ଥିନ ବା ଖୁବ ପତଳା ହୋଇଥିବା ବେଳେ ଏଥିରେ କ୍ୟାମେରା ବମ୍ପ ରହିନାହିଁ । ତେବେ ଗ୍ଲୋବାଲ ମାର୍କେଟର ଏହାର ରିଲିଜ ନେଇ ଏଯାବତ୍‌ କମ୍ପାନୀ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ ।

ସେପଟେ ରିପୋର୍ଟ ମୁତାବକ ଏହି ସ୍ମାର୍ଟଫୋନଟିରେ ଡୁଆଲ ଫ୍ରଣ୍ଟ କ୍ୟାମେରା ସେଟଅପ୍‌ ରହିବ । ଏଥିସହ ଫୋନଟିରେ 44ଏମପି ପ୍ରାଇମେରି ସେନ୍ସର ଓ 8 ଏମପି ସେକେଣ୍ଡାରି ସେନ୍ସର ସହ ସୁପର ୱାଇଡ ଆଙ୍ଗଲ ଲେନ୍ସ ରହିବା ନେଇ କମ୍ପାନୀ ଟିଜର ପୋଷ୍ଟରେ ସୂଚନା ଦେଇଛି । ସେହିପରି ରିଅର ପ୍ୟାନେଲରେ 64 ଏମପି ସାମସଙ୍ଗ GW1 ସେନ୍ସର, 8ଏମପି ସୁପର ୱାଇଡ ଆଙ୍ଗଲ ସେନ୍ସର ଓ 13ଏମପି ସାମସଙ୍ଗ ପୋର୍ଟ୍ରେଟ ସେନ୍ସର ରହିବା ନେଇ ଜଣା ପଡିଛି ।

ଏଥିରେ 765G SoCର ସପୋର୍ଟ ରହିବ । ଅନ୍ୟ ସ୍ପେଶିଫିକେଶନ ମଧ୍ୟରେ ରହିଛି 6.4 ଇଞ୍ଚ ଫୁଲ ଏଚଡି+ ଆମୋଲେଡ ଡିସପ୍ଲେ ରହିଛି । ଯାହା ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ମଧ୍ୟ ସପୋର୍ଟ କରିପାରେ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.