ETV Bharat / lifestyle

ସ୍ମାର୍ଟଫୋନ ୟୁଜର୍ସଙ୍କ ପାଇଁ ଆସିବ ନୂଆ ସର୍ଚ୍ଚ ଇଞ୍ଜିନ - ୟୁଜର୍ସ

ସେ ସ୍ମାର୍ଟଫୋନ ହେଉ କିମ୍ବା ଡେସ୍କଟପ୍‌ ସବୁଠାରେ ସର୍ଚ୍ଚ ଇଞ୍ଜିନ ବିନା କାମ ଅଧୁରା । ତେବେ ସ୍ମାର୍ଟଫୋନ ୟୁଜର୍ସଙ୍କ ପାଇଁ ଗୁଗୁଲ ଆଣିଛି ଖୁସିର ଖବର ।

ପ୍ରତୀକାତ୍ମକ ଫଟୋ
author img

By

Published : May 27, 2019, 1:44 PM IST

ନୂଆଦିଲ୍ଲୀ: ପ୍ରତିଟି ଆବଶ୍ୟକୀୟ ସର୍ଚ୍ଚ ପାଇଁ ଗୁଗୁଲ ଉପରେ ଲୋକେ ନିର୍ଭରଶୀଳ । ସେ ସ୍ମାର୍ଟଫୋନ ହେଉ କିମ୍ବା ଡେସ୍କଟପ୍‌ ସବୁଠାରେ ସର୍ଚ୍ଚ ଇଞ୍ଜିନ ବିନା କାମ ଅଧୁରା । ତେବେ ସ୍ମାର୍ଟଫୋନ ୟୁଜର୍ସଙ୍କ ପାଇଁ ଗୁଗୁଲ ଆଣିଛି ଖୁସିର ଖବର । ସ୍ମାର୍ଟଫୋନ ୟୁଜର୍ସଙ୍କ ପାଇଁ ସୁବିଧାଜନକ ଆକ୍ସେସ ପାଇଁ ଗୁଗୁଲ ଏହାର ସର୍ଚ୍ଚ ଇଞ୍ଜିନ ଟ୍ୟାବକୁ ରି ଡିଜାଇନ କରିବାକୁ ଯାଉଛି ।

ସୂଚନା ମୁତାବକ ସ୍ମାର୍ଟଫୋନରେ ଯେବେ ୟୁଜର୍ସ ସର୍ଚ୍ଚ ଟ୍ୟାବ୍‌ରେ କିଛି ସର୍ଚ୍ଚ କରନ୍ତି ସେଠାରେ ସେମାନଙ୍କୁ ରେଜଲ୍ଟ କାର୍ଡରେ କିଛି ସ୍ପଷ୍ଟ ରେଜଲ୍ଟ ମିଳିପାରେ ନାହିଁ । ଫଳରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି ୟୁଜର୍ସ । ଯାହାକୁ ନଜରରେ ରଖି ନିଜ ସର୍ଚ୍ଚ ଟ୍ୟାବ୍‌କୁ ରି ଡିଜାଇନ କରିବାର ନିଷ୍ପତ୍ତି ନେଇଛି ଗୁଗୁଲ । ଗୁଗୁଲର ସିନିୟର ଇଣ୍ଟରାକ୍ସନ ଡିଜାଇନର ଜେମି ଲିଚ୍‌ଙ୍କ ସୂଚନା ମୁତାବକ ରେଜଲ୍ଟ କାର୍ଡକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ଏହା ଏକ ଚେଷ୍ଟା ।

ଏହି ରି ଡିଜାଇନ ପରେ ୟୁଜର୍ସ କିଛି ସର୍ଚ୍ଚ କଲେ ରେଜଲ୍ଟ କାର୍ଡର ଟପ୍‌ରେ ବଡ ଆକାରରେ ୱେବସାଇଟର ଆଇକନ ଦେଖାଯିବ। ଯାହାକୁ ନେଇ ଆବଶ୍ୟକୀୟ ମୁତାବକ ୟୁଜର୍ସଙ୍କୁ ଆକ୍ସେସ କରିବାକୁ ସୁବିଧା ହେବ । ଏଥିସହ କୌଣସି ଜରୁରୀ ଆଡ୍‌ ଥିଲେ ଏହା ମଧ୍ୟ ୱେବ ଆଡ୍ରେସ ଟ୍ୟାବ ପାଖରେ ଦେଖାଯିବ । ଯାହାକୁ ୟୁଜର୍ସ ଇଚ୍ଛା ଅନୁଯାୟୀ ଦେଖିପାରିବେ ନଚେତ୍‌ କ୍ୟାନ୍ସେଲ ମଧ୍ୟ କରିପାରିବେ ।

ଏହି ନୂଆ ଡିଜାଇନ ୟୁଜର୍ସଙ୍କୁ ଅଧିକ ଆକ୍ସନ ବଟନ୍‌ ଯୋଗାଇବ । ଏଥିସହ ସର୍ଚ୍ଚ ସମ୍ବନ୍ଧୀୟ ରେଜଲ୍ଟ କାର୍ଡରେ ଏହାର ପ୍ରିଭ୍ୟୁ ମଧ୍ୟ ୟୁଜର୍ସ ପାଇ ପାରିବେ । ୱେବ ପେଜ୍‌ର କଣ୍ଟେଣ୍ଟକୁ ଏକ ବ୍ୟବସ୍ଥିତ ଢଙ୍ଗରେ ଦର୍ଶାଇବା ସହ ସୋର୍ସକୁ ଯିବା ପାଇଁ ଏକ କ୍ଲିଅର ଆଟ୍ରିବ୍ୟୁସନ ଏହି ନୂଆ ଡିଜାଇନ ଦ୍ବାରା ୟୁଜର୍ସ ପାଇପାରିବେ ।

ନୂଆ ଡିଜାଇନ ପ୍ରଥମେ ମୋବାଇଲ ରୋଲ ଆଉଟ ହେବା ପରେ ସମୟ କ୍ରମେ ଅନ୍ୟାନ୍ୟ ମାଧ୍ୟମରେ ଆସିବ ।

Intro:Body:

hhdd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.