ETV Bharat / jagte-raho

ଡକାୟତି ଉଦ୍ୟମ ପଣ୍ଡ, 5 ଗିରଫ

author img

By

Published : Oct 23, 2020, 8:34 AM IST

ପୁରୀରେ ଡକାୟତି ଉଦ୍ୟମ ପଣ୍ଡ । 5 ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ବନ୍ଧୁକ ସହ କିଛି ଅସ୍ତ୍ରଶସ୍ତ୍ର ଜବତ ।

ଡକାୟତି ଉଦ୍ୟମ ପଣ୍ଡ
ଡକାୟତି ଉଦ୍ୟମ ପଣ୍ଡ

ପୁରୀ: ସହରରେ ଏକ ଡକାୟତି ଉଦ୍ୟମକୁ ପଣ୍ଡ କରିଛି ପୋଲିସ । ସମୁଦ୍ରକୂଳରେ ନିକାଞ୍ଚନରେ ବସି ଡକାୟତି ପାଇଁ ଯୋଜନା କରୁଥିବା 5 ଅଭିଯୁକ୍ତଙ୍କୁ ପୋଲିସ ଗରିଫ କରିଛି ।

ପୁରୀ ସି ବିଚ୍‌ ଥାନା ତାଳବଣିଆ ଝାଉଁଜଙ୍ଗଲରେ ବସି ଅଭିଯୁକ୍ତ ମାନେ ଡକାୟତି ଯୋଜନା କରୁଥିଲେ । କୌଣସି ସୂତ୍ରରୁ ଖବର ପାଇ ସି ବିଚ୍‌ ଥାନା ଅଧିକାରୀ ସେଠାରେ ଚଢାଉ ପାଇଁ ନିର୍ଦ୍ଦେଶ ଦେବା ପରେ 5 ଅଭିଯୁକ୍ତକୁ କାବୁ କରାଯାଇଥିଲା । ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଗିରଫ ଅଭିଯୁକ୍ତ ମାନେ ହେଲେ ପୁରୀ ରେଳବାଇ କଲୋନୀର ଜଗନ ବେହେରା ଓ ତାଙ୍କର ସାଥୀ କରଣ ଖଉଡିଆ, ସୁକାନ୍ତ କୁମାର ନାୟକ, ସୋମନାଥ ସାହୁ, ସୁବାସ ମହାନ୍ତି । ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ, ଗୋଟିଏ ଚାପଡ, ଜିଆଇ ପାଇପ, ଗୋଟିଏ ଖଣ୍ଡା, ଲୁହା ରଡ ଜବତ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.