ETV Bharat / international

Ukraine Russia War: ଥମିବ ଯୁଦ୍ଧ ! ୟୁକ୍ରେନ ସହ ଆଲୋଚନା ପାଇଁ ପ୍ରସ୍ତୁତ ଋଷ - ଋଷ ୟୁକ୍ରେନ ଯୁଦ୍ଧ

ଋଷ ୟୁକ୍ରେନ ଯୁଦ୍ଧ ଭିତରେ ଯୁଦ୍ଧ ବନ୍ଦ କରିବାକୁ ମନ ବଳାଇଛନ୍ତି ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୟୁକ୍ରେନ ଉପରେ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ପୁଟିନ । ଅଧିକ ପଢନ୍ତୁ

vladimir putin
vladimir putin
author img

By

Published : Dec 26, 2022, 8:44 AM IST

ମସ୍କୋ: ଥମୁନି ଋଷ ୟୁକ୍ରେନ ଯୁଦ୍ଧ (Russia-Ukraine War) । ଅନେକ ସମୟରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ(President Vladimir Putin) ଯୁଦ୍ଧଖୋର ମନବୃତ୍ତି ପାଇଁ ଯୁଦ୍ଧ ବନ୍ଦ ହେଉନାହିଁ ବୋଲି ଅଭିଯୋଗ ହେଉଥିବା ବେଳେ ପୁଟିନ୍‌ ପାଶ୍ଚାତ୍ୟ ଦେଶ ଗୁଡକ ଉପରେ ପାଲଟା ଅଭିଯୋଗ ଆଣିଛନ୍ତି । ୟୁକ୍ରେନ ପ୍ରସଙ୍ଗରେ ଋଷିଆ ବୁଝାମଣା କରିବା ପାଇଁ ପ୍ରସ୍ତୁତ କିନ୍ତୁ ୟୁକ୍ରେନ ଏବଂ ଏହାର ସହଯୋଗୀ ପାଶ୍ଚାତ୍ୟ ରାଷ୍ଟ୍ର ଗୁଡିକ ଆଲୋଚନା କରି ଶାନ୍ତି ସ୍ଥାପନ ପାଇଁ ଆଗ୍ରହ ପ୍ରକାଶ କରୁନଥିବା କହିଛନ୍ତି ପୁଟିନ ।

ରବିବାର ଆମେରିକାର ଏକ ସାକ୍ଷାତକାରରେ ଏଭଳି କହି ୟୁକ୍ରେନ ଉପରେ ଦୋଷ ଲଦିଛନ୍ତି । ଯୁଦ୍ଧ ସହ ଜଡ଼ିତ ସବୁପକ୍ଷଙ୍କ ସହିତ ଆଲୋଚନା ପାଇଁ ମ‌ସ୍କୋ ପ୍ରସ୍ତୁତ ଅଛି । କିନ୍ତୁ ୟୁକ୍ରେନ ଏବଂ ଏହାର ସହଯୋଗୀ ପାଶ୍ଚାତ୍ୟ ଦେଶଗୁଡ଼ିକ ଆଲୋଚନା ପାଇଁ ମନା କରିଥିବା କଥା କହିଛନ୍ତି ପୁଟିନ ।

ପ୍ରକାଶଯୋଗ୍ୟ ଯେ, ଗତ ଫେବୃଆରୀ ୨୪ ତାରିଖରେ ୟୁକ୍ରେନ ଉପରେ ଋଷ ଆକ୍ରମଣ କରିଥିବା ବେଳେ ଏହାରି ଭିତରେ ଯୁଦ୍ଧକୁ ୧୦ ମାସ ବିତିଲାଣି । ଦ୍ବିତୀୟ ବିଶ୍ବଯୁଦ୍ଧ ଏବଂ ୧୯୬୨ କ୍ୟୁବା ମିଶାଇଲ ସଙ୍କଟ ପରେ ଏହା ଦ୍ବିତୀୟ ବଡ ଧରଣର ଯୁଦ୍ଧ ଅଟେ । ତେବେ ଯୁଦ୍ଧ ବନ୍ଦ ହେବାର କୌଣସି ମଧ୍ୟ ଆଭାସ ମିଳିପାରିନାହିଁ । କିଭରେ ଲକ୍ଷ୍ୟ ହାସଲ ନହେବା ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ ବୋଲି କହିଛି କ୍ରେମଲିନ । ଅନ୍ୟପଟେ ୨୦୧୪ରେ ଋଷ କବଜା କରିଥିବା କ୍ରିମିଆ ସମେତ ଦେଶ ପ୍ରତି ଇଞ୍ଚ ଜାଗାରୁ ମସ୍କୋର ସୈନ୍ୟ ନହଟେଇବା ପର୍ଯ୍ୟନ୍ତ ମୁକାବିଲା ଜାରି ରହିବ ବୋଲି କହିଛି ୟୁକ୍ରେନ ।

ଏହା ମଧ୍ୟ ପଢନ୍ତୁ: Year Ender 2022: ସ୍ବଦେଶୀ 5Gରୁ ଜି-୨୦ ଅଧ୍ୟକ୍ଷତା, ୨୦୨୨ରେ ଐତିହାସିକ ସଫଳତା ହାତେଇଲା ଭାରତ

ତେବେ ଋଷ-ୟୁକ୍ରେନ ଯୁଦ୍ଧରେ ଲକ୍ଷାଧିକ ସୈନ୍ୟ ପ୍ରାଣ ହରାଇଥିବା ବେଳେ ଅନେକ ଯୁଦ୍ଧ ବିମାନ ମଧ୍ୟ ନଷ୍ଟ ହୋଇଛି । ତେବେ ଅନେକ ମାତ୍ରାରେ ଏହାର ପ୍ରଭାବ ଋଷର ଅର୍ଥନୀତି ଉପରେ ମଧ୍ୟ ପଡିଛି । ତେଣୁ ଏହି ଯୁଦ୍ଧକୁ ଆହୁରି ଆଗକୁ ନେବା ପରିବର୍ତ୍ତେ ବୁଝାବଣା କରି ଯୁଦ୍ଧ ବନ୍ଦ କରିବାକୁ ପୁଟିନ ନିଷ୍ପତ୍ତି ନେବାକଥା କୁହାଯାଉଛି ।

ତେବେ ଗତକାଲି(ରବିବାର)ଋଷିଆ ୧ ଟିଭିକୁ( Putin told Rossiya 1 state Television) ସାକ୍ଷାତକାର ଦେଇ ପୁଟିନ କହିଛନ୍ତି, " ଆଲୋଚନା କରି ଶାନ୍ତି ଫେରାଇବା ପାଇଁ ଆମେ ଚାହୁଁଛୁ । କିନ୍ତୁ ଆମେରିକା ଋଷକୁ ବିଭାଜିତ କରିବାକୁ ଚାହୁଁଛି । ୨୦୧୪ ମସିହାରେ ପାଶ୍ଚାତ୍ୟ ରାଷ୍ଟ୍ର ୟୁକ୍ରେନ ସରକାରଙ୍କୁ ହଟାଇବା ପାଇଁ ଯୁଦ୍ଧ ଆରମ୍ଭ କରିଥିଲା । ଏବେ ମଧ୍ୟ ଅନୁରୂପ କାମ କରାଯାଉଛି । ଯୁଦ୍ଧ ସହ ଜଡ଼ିତ ସବୁପକ୍ଷଙ୍କ ସହିତ ଆଲୋଚନା ପାଇଁ ମ‌ସ୍କୋ ପ୍ରସ୍ତୁତ ଅଛି। କିନ୍ତୁ ୟୁକ୍ରେନ ଏବଂ ଏହାର ସହଯୋଗୀ ପାଶ୍ଚାତ୍ୟ ଦେଶଗୁଡ଼ିକ ଆଲୋଚନା ପାଇଁ ଆଗ୍ରହୀ ନାହାନ୍ତି ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.