ETV Bharat / international

‘ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଫ୍ରାନ୍ସ ଛାଡିଦିଅ' ଗୁଜବର ପର୍ଦ୍ଦାଫାସ, ଫେକ୍ ଆକାଉଣ୍ଟରୁ ହୋଇଥିଲା ପୋଷ୍ଟ ! - France riots updates

ଜଣେ ଯୁବକଙ୍କୁ ପୋଲିସର ଗୁଳିମାଡ଼ ଘଟଣାକୁ ନେଇ ଫ୍ରାନ୍ସରେ ସ୍ଥିତି ସଙ୍ଗୀନ ହୋଇପଡିଥିବାବେଳେ ଚର୍ଚ୍ଚାକୁ ଆସିଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଦଙ୍ଗା ନିୟନ୍ତ୍ରଣ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭାରତରୁ ପଠାଯାଉ ବୋଲି ପ୍ରଫେସର ଡ. ଏନ୍ ଜନ୍ ନାମକ ଆକାଉଣ୍ଟରୁ ଟ୍ବିଟ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହା ଫେକ୍ ଆକାଉଣ୍ଟ ହୋଇଥିବା ଜଣାପଡିଛି।

ଫେକ୍ ଆକାଉଣ୍ଟରୁ ମୁଖ୍ୟମନ୍ତ୍ରୀଙ୍କ ଯୋଗୀଙ୍କ ନାଁରେ ପୋଷ୍ଟ

author img

By

Published : Jul 1, 2023, 9:12 PM IST

Updated : Jul 5, 2023, 4:14 PM IST

ଫେକ୍ ଆକାଉଣ୍ଟରୁ ମୁଖ୍ୟମନ୍ତ୍ରୀଙ୍କ ଯୋଗୀଙ୍କ ନାଁରେ ପୋଷ୍ଟ

ପ୍ୟାରିସ: ଭୟଙ୍କର ହିଂସାରେ ଫ୍ରାନ୍ସରେ ସ୍ଥିତି ସଙ୍ଗୀନ ହୋଇଛି। ଯୁବକଙ୍କୁ ପୋଲିସର ଗୁଳିମାଡ଼ ଘଟଣାକୁ ନେଇ ରାଜଧାନୀ ପ୍ୟାରିସ ସମେତ ବିଭିନ୍ନ ସହରରେ ପୋଲିସ ବିରୋଧୀ ସ୍ବର ତେଜିଛି । ମଙ୍ଗଳବାର ଟ୍ରାଫିକ ସିଗନାଲ ନମାନିବାରୁ ଯୁବକଙ୍କ ଉପରକୁ ପୋଲିସ ଗୁଳିମାଡ କରିଥିଲା। ରାଜଧାନୀ ପ୍ୟାରିସର ପଶ୍ଚିମ ଉପକଣ୍ଠ ନଣ୍ଟେରେଠାରେ ଏହି ଗୁଳିକାଣ୍ଡ ଘଟିଥିଲା। ତେବେ ଗାଡି ଚଳାଉଥିବା ଆଫ୍ରିକୀୟ ଯୁବକ ନହେଲ ଏମ. କେ ଷ୍ଟେଶନାରୀଙ୍କୁ ଅଟକାଇ ଅତି ନିକଟରୁ ଗୁଳିମାଡ କରିଥିଲେ ଦୁଇ ଫରାସୀ ପୋଲିସ। ଏହି ଘଟଣାକୁ ନେଇ ଦୁଇ ଦିନ ମଧ୍ୟରେ ସମଗ୍ର ଦେଶକୁ ବ୍ୟାପିଯାଇଛି ବିଦ୍ରୋହର ନିଆଁ । ପୋଲିସ ଭ୍ୟାନ ଓ ସରକାରୀ ଅଫିସରେ ନିଆଁ ଲଗାଇଛନ୍ତି ଆନ୍ଦୋଳନକାରୀ। ଏପରିକି ପ୍ରାୟ 5 ଲକ୍ଷ ପୁସ୍ତକ ଥିବା ପ୍ୟାରିସର ସର୍ବବୃହତ ଲାଇବ୍ରେରୀକୁ ମଧ୍ୟ ପୋଡିଦେଇଛନ୍ତି ବିକ୍ଷୋଭକାରୀ । କାନ୍ଥବାଡ଼ରେ 'justice for nahele' ପୋଷ୍ଟର ଦେଖିବାକୁ ମିଳିଛି। ନହଲେଙ୍କୁ ନ୍ୟାୟ ପାଇଁ ରାଜରାସ୍ତାକୁ ଜନସାଧାରଣ ଓହ୍ଲାଇଥିବାବେଳେ ଏହି ହିଂସା ଏବେ ଉଗ୍ର ରୂପ ଧାରଣ କରିଛି।

ସେପଟେ ଉତ୍ତେଜନା ରୋକିବାକୁ ପ୍ରାୟ 50ହଜାରରୁ ଅଧିକ ଯବାନଙ୍କୁ ନିୟୋଜିତ କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି। ଜନାକ୍ରୋଶ ଉଗ୍ରରୂପ ଧାରଣ କରିବାରୁ ହତ୍ୟାକାରୀ ପୋଲିସ ଅଫିସରଙ୍କୁ ଗିରଫ କରାଯିବା ସହ ତାଙ୍କ ବିରୋଧରେ ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଦେଶର ଆଇନ ବ୍ୟବସ୍ଥା ମୁତାବକ ଦୁଇ ଜଣ ମାଜିଷ୍ଟ୍ରେଟ ତଦନ୍ତ ଦାୟିତ୍ବରେ ଅଛନ୍ତି। ମନ୍ତ୍ରୀମାନଙ୍କୁ ନେଇ ଉଚ୍ଚସ୍ତରୀୟ ବୈଠକ ବସିଥିବାବେଳେ ଶାନ୍ତି ବଜାୟ ରଖିବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି ରାଷ୍ଟ୍ରପତି।

ଏହା ମଧ୍ୟ ପଢନ୍ତୁ...Russia-Ukraine War: ମୋଦିଙ୍କୁ ପୁଟିନଙ୍କ ଫୋନ୍ କଲ, କହିଲେ କାହିଁକି ବନ୍ଦ ହେଉନି ୟୁକ୍ରେନ୍ ଯୁଦ୍ଧ

ଏହାରି ଭିତରେ ଚର୍ଚ୍ଚାକୁ ଆସିଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଅପରାଧୀଙ୍କୁ ସାବାଡ଼ କରିବା ପାଇଁ ଉତ୍ତରପ୍ରଦେଶରେ ହୋଇଥିବା ବୁଲଡୋଜର ଅଭିଯାନକୁ ପ୍ରଶଂସା କରି ୟୁରୋପର ଜଣେ ପ୍ରତିଷ୍ଠିତ ପ୍ରଫେସର ଡ. ଏନ୍ ଜନ୍ କ୍ୟାମଙ୍କ ନାଁରେ ଟ୍ବିଟ କରାଯାଇଥିଲା । "ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଛାଡିଦିଅ ଫ୍ରାନ୍ସ , 24 ଘଣ୍ଟାରେ ଥମିବ ଦଙ୍ଗା" ବୋଲି ଉଲ୍ଲେଖ ହୋଇଥିଲା। ସେପଟେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍ ଜରିଆରେ ପ୍ରତିକ୍ରିୟା ମଧ୍ୟ ଦିଆଯାଇଥିଲା । ଯେତେବେଳେ ହିଂସା ଉଗ୍ର ରୂପ ନିଏ, ଉଗ୍ରବାଦୀମାନେ ଭୟଙ୍କର ହୁଅନ୍ତି ସେହି ସମୟରେ ଉତ୍ତରପ୍ରଦେଶ ସରକାରଙ୍କ ଦ୍ବାରା ସ୍ଥାପିତ ଯୋଗୀ ମଡେଲ ହିଁ କାମ କରେ ବୋଲି ଟ୍ବିଟରେ ଉଲ୍ଲେଖ ହୋଇଥିଲା। ହେଲେ ଏହାକୁ ନେଇ ବିରୋଧୀ ସ୍ବର ଉତ୍ତୋଳନ କରିବା ପରେ ଆରମ୍ଭ ହୋଇଥିଲା ତନାଘନା। ତେବେ ପ୍ରଫେସର ଏନ ଜନ କ୍ୟାମଙ୍କ ନାଁରେ ଟ୍ବିଟ କରାଯାଇଥିବା ଆକାଉଣ୍ଟ ଫେକ୍ ହୋଇଥିବା ଜଣାପଡିଛି।

ପ୍ରଫେସର ଏନ ଜନ କ୍ୟାମ୍ ହେଉଛନ୍ତି ଫ୍ରାନ୍ସର ଜଣେ ହୃଦରୋଗ ବିଶେଷଜ୍ଞ। ୟୁରୋପୀୟନ ସୋସାଇଟି ଅଫ୍ କାର୍ଡିଓଲୋଜି ବିଭାଗରେ ମଧ୍ୟ ସେ ମେମ୍ବର ମଧ୍ୟ ରହିଛନ୍ତି। ପ୍ରଫେସର ଏନ ଜନ କ୍ୟାମଙ୍କ ନାଁରେ ଟ୍ବିଟରରେ ଏକ ଫେକ୍ ଆକାଉଣ୍ଟ ଖୋଲି ଟ୍ବିଟ କରାଯାଇଥିବା ଜଣାପଡିଛି। ଏହି ଟ୍ବିଟ ଆକାଉଣ୍ଟ ଖୋଲିଥିବା ବ୍ୟକ୍ତିଙ୍କ ନାମ ନରେନ୍ଦ୍ର ବିକ୍ରମାଦିତ୍ୟ ଯାଦବ ବୋଲି ଜଣାପଡିଛି। ଫ୍ରାନସରେ ଉପୁଜିଥିବା ଦଙ୍ଗା ସମୟରେ ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରିଥିବାବେଳେ ବର୍ତ୍ତମାନ ସତ ସାମନାକୁ ଆସିଛି। ତେବେ ବୁଲଡୋଜର ଫର୍ମୁଲାର ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଫ୍ରାନ୍ସ ପଠାଯାଉ ବୋଲି ଏହି ଫେକ୍ ଆକାଉଣ୍ଟରେ ଉଲ୍ଲେଖ କରାଯାଇଥିଲା।

Last Updated : Jul 5, 2023, 4:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.