ETV Bharat / international

ଚୀନର ଗୁଇନ୍ଦା ବେଲୁନକୁ ମିସାଇଲ ମାଡ କରି ଖସାଇଲା ଆମେରିକା - ଆମେରିକା ଆକାଶରେ ଚୀନ ବେଲୁନ

ଚୀନର ଗୁଇନ୍ଦା ବେଲୁନକୁ ମିସାଇଲ ମାଡ କରି ଖସାଇଲା ଆମେରିକା । କିଛି ଦିନ ହେଲା ଏହି ବେଲୁନ ଆମେରିକା ଆକାଶରେ ଉଡୁଥିଲା । ଅଧିକ ପଢନ୍ତୁ

ଚୀନର ଗୁଇନ୍ଦା ବେଲୁନକୁ ମିସାଇଲ ମାଡ କରି ଖସାଇଲା ଆମେରିକା

author img

By

Published : Feb 5, 2023, 7:19 AM IST

Updated : Feb 6, 2023, 9:30 AM IST

ୱାଶିଂଟନ: ଆମେରିକା ଆକାଶରେ ଉଡୁଥିବା ଚୀନର ଗୁଇନ୍ଦା ବେଲୁନକୁ ମିସାଇଲ ମାଡ କରି ଖସାଇ ଦିଆଯାଇଛି । ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ଦ୍ଦେଶରେ କୋରାଲିନା ଉପକୂଳରେ ଆମେରିକା ବାୟୁସେନା ଏହି ବିରାଟକାୟ ବେଲୁନକୁ ନଷ୍ଟ କରିଛି । ବର୍ତ୍ତମାନ ବେଲୁନର ଧ୍ବଂସାବଶେଷ ଉଦ୍ଧାର କରିବାକୁ ସମୁଦ୍ରରେ ଖୋଜାଖୋଜି ଚାଲିଛି । ଏନେଇ ପେଣ୍ଟାଗନ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ଏହାକୁ ତଳକୁ ଖସାଇବା ପୂର୍ବରୁ ଆମେରିକା ନିଜର ତିନୋଟି ଏୟାରପୋର୍ଟ ସହ ଏୟାରସ୍ପେସ୍‌କୁ ବନ୍ଦ କରିଥିଲା । ଏହାପରେ ଆଟଲାଣ୍ଟିକ ମହାସାଗର ଉପରେ ଗୁଇନ୍ଦା ବେଲୁନ ଉଡୁଥିବା ବେଳେ ଜେଟ ସାହାଯ୍ୟରେ ମିସାଇଲ କରିଥିଲା ସେନା ।

ଏହି କାର୍ଯ୍ୟ ପାଇଁ ରାଷ୍ଟ୍ରପତି ବାଇଡେନ ସେନାକୁ ପ୍ରଶଂସା କରି କହିଛନ୍ତି, ''ବିରାଟକାୟ ଗୁଇନ୍ଦା ବେଲୁନକୁ ଖସାଇବା ପାଇଁ ଏହି ସପ୍ତାହରେ ହିଁ ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ଏହାଦ୍ବାରା କାଳେ ଭୂପୃଷ୍ଠରେ ଥିବା ଜନବସିତ ଉପରେ ବିପଦ ସୃଷ୍ଟି ହେବ ସେଥିପାଇଁ ବେଲୁନ ସମୁଦ୍ର ଉପରକୁ ଆସିବା ଯାଏଁ ଅପେକ୍ଷା କରାଯାଇଥିଲା ।'' ୩ ଦିନ ହେଲାଣି ଚୀନର ଗୁଇନ୍ଦା ବେଲୁନ ଆମେରିକା ଆକାଶରେ ଉଡୁଥିବା ଦେଖାଯାଇଥିଲା । ରାଷ୍ଟ୍ରପତି ଓ ଆମେରିକା ସେନା ଲଗାତାର ଏହାର ଗତିବିଧି ଉପରେ ନଜର ରଖିଥିଲେ ।

ପ୍ରଥମେ ଆମେରିକାର ମୋଣ୍ଟାନା ଆକାଶରେ ବିରାଟକାୟ ବେଲୁନଟି ଉଡୁଥିବା ଦେଖିବାକୁ ମିଳିଥିଲା । ତିନୋଟି ବସ୍‌ର ଆକାର ଭଳି ବଡ ଏହି ବେଲୁନ ପ୍ରତିରକ୍ଷା ପ୍ରତିଷ୍ଠାନ ଉପରେ ଉଡିବା ପରେ ଲାଟିନ ଆମେରିକା ଆକାଶରେ ଆଉ ଏକ ବେଲୁନ ଠାବ କରାଯାଇଥିଲା । ମୋଣ୍ଟାନା ଏକ କମ୍ ଜନବହୁଳ ରାଜ୍ୟ ହୋଇଥିବାବେଳେ ଏଠାରେ ଦେଶର ତିନୋଟି ଆଣବିକ ଲଞ୍ଚପ୍ୟାଡ ରହିଛି । ତେଣୁ ଆମେରିକାର ଆଣବିକ ଅସ୍ତ୍ରଶସ୍ତ୍ରର ତଥ୍ୟ ସଂଗ୍ରହ କରିବା ଉଦ୍ଦେଶ୍ୟରେ ଚୀନ ଏହି ଗୁଇନ୍ଦା ବେଲୁନ ଛାଡିଥିବା ସନ୍ଦେହ କରାଯାଇଥିଲା । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବା ବେଳେ ଆମେରିକା ସେନା ପକ୍ଷରୁ ବେଲୁନକୁ ଆଟଲାଣ୍ଟିକ ମହାସାଗର ଉପରେ ମିସାଇଲ୍ ମାଡ କରି ଖସାଇ ଦିଆଯାଇଛି ।

ଅନ୍ୟପଟେ ଏହି ବେଲୁନ ସମ୍ପର୍କରେ ଚୀନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସଫେଇ ଦିଆଯାଇଛି । ଏହି ବେଲୁନ ଚୀନର ଏକ ସିଭିଲିଆନ ଏୟାରସିପ୍ ଥିଲା, ଯାହାକି କେବଳ ଗବେଷଣା ପାଇଁ ଉଦ୍ଦିଷ୍ଟ । ଏହି ଏୟାରସିପ୍ ଭୁଲରେ ଆମେରିକା ବାୟୁସୀମାରେ ପ୍ରବେଶ କରିଛି । ପାଣିପାଗ ଭଳି ବିଭିନ୍ନ ଗବେଷଣା ପାଇଁ ଏହା କାର୍ଯ୍ୟ କରେ ବୋଲି ମନ୍ତ୍ରଣାଳୟ ୱେବସାଇଟରେ କୁହାଯାଇଛି ।

Last Updated : Feb 6, 2023, 9:30 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.