ETV Bharat / international

UK PM crisis: ସଙ୍କଟରେ ଲିଜ ଟ୍ରସଙ୍କ ଗାଦି, କମବ୍ୟାକ କରିବେ କି ସୁନକ

author img

By

Published : Oct 17, 2022, 1:35 PM IST

ସଙ୍କଟରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଗାଦି । ଟ୍ରସଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଥିବା ଋଷି ସୁନକଙ୍କ ହାତରେ କ୍ଷମତା ଦେବା ଲାଗି ଦଳ ଭିତରେ ଆଲୋଚନା ହେଉଛି । ସୁନକଙ୍କ ସପକ୍ଷରେ ବାଜି ମଧ୍ୟ ଲାଗିଛି । ଅଧିକ ପଢନ୍ତୁ

ବିଦା ହୋଇପାରନ୍ତି ଲିଜ ଟ୍ରସ, କମବ୍ୟାକ କରିବେ କି ସୁନକ

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ ଗାଦି ଟଳମଳ । ବିଦା ହୋଇ ପାରନ୍ତି ଟ୍ରସ । ବ୍ରିଟିଶ ପ୍ରଧାନମନ୍ତ୍ରୀ ହେବାର ଗୋଟିଏ ମାସ ପରେ ଲିଜ ଟ୍ରସ ନିଜ ଦଳ କଞ୍ଜରଭେଟିଭ ପାର୍ଟି ଏବଂ ଆର୍ଥିକ ବଜାରରୁ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛନ୍ତି । ଟ୍ରସଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ତାଙ୍କ ପ୍ରତିଦ୍ବନ୍ଦୀ ଥିବା ଋଷି ସୁନକଙ୍କ ହାତରେ କ୍ଷମତା ଦେବା ଲାଗି ଦଳ ଭିତରେ ଆଲୋଚନା ହେଉଛି । ସୁନକଙ୍କ ସପକ୍ଷରେ ବାଜି ରହିଛି ।

ବ୍ରିଟେନରେ ମହଙ୍ଗାମାଡରେ ମାସେ ହେବ ପ୍ରଧାନମନ୍ତ୍ରୀ ହୋଇଥିବା ଲିଜ ଟ୍ରସଙ୍କ ସରକାର ପ୍ରଭାବିତ ହୋଇଛି । ଦେଶରେ ଆର୍ଥିକ ସଂଙ୍କଟ ମହଙ୍ଗା ମାଡରେ ପୁରା ସରକାର ଦୋହଲି ଯାଇଛି । ପ୍ରଧାନମନ୍ତ୍ରୀ ଲିଜ ଟ୍ରସ ନିଜ କଞ୍ଜରଭେଟିଭ ପାର୍ଟି ବିରୋଧର ଶିକାର ହୋଇଛନ୍ତି । ଏହାରି ଭିତରେ ପ୍ରତିଦ୍ବନ୍ଦ୍ବୀ ଥିବା ଋଷି ସୁନକଙ୍କ କମବ୍ୟାକ କରିବା ନେଇ ଆଲୋଚନା ହେଉଛି । ସୁନକଙ୍କ ନାମ ଆଗରେ ରହିଛି ।

ଏହା ବି ପଢନ୍ତୁ...ଆମେରିକୀୟ ଖବର କାଗଜରେ ମୋଦି ସରକାର ବିରୋଧୀ ବିଜ୍ଞାପନ

ବ୍ରିଟିଶ ରାଜନୀତିରେ ଗତ ସପ୍ତାହ ହେବ ସଙ୍କଟ ଓ ଆଶାନ୍ତ ବାତାବରଣ ଦେଖା ଦେଇଛି । ଦୁଇ ଦିନ ପୂର୍ବରୁ ଲିଜ ଟ୍ରସ ତାଙ୍କ ଘନିଷ୍ଠ ବନ୍ଧୁ କ୍ବାସି କ୍ବାର୍ଟେଙ୍ଗଙ୍କୁ ଅର୍ଥମନ୍ତ୍ରୀ ପଦରୁ ହଟାଇଥିଲେ । ଅର୍ଥମନ୍ତ୍ରୀ ଭାବେ କ୍ବାର୍ଟେଙ୍ଗ ପ୍ରଧାନମନ୍ତ୍ରୀ ଟ୍ରସଙ୍କ ନୀତିକୁ କାର୍ଯ୍ୟକାରୀ କରିଥିଲେ । ତାଙ୍କର ଟିକସ ନୀତି ଆର୍ଥିକ ବଜାରରେ ବିପର୍ଯ୍ୟୟ ସୃଷ୍ଟି କରିବ ବୋଲି ସୁନକ ପୂର୍ବରୁ ସତର୍କ କରାଇଥିଲେ । ପୂର୍ବତନ ବ୍ରିଟିଶ ଭାରତୀୟ ଅର୍ଥମନ୍ତ୍ରୀ ସୁନକଙ୍କ ପାଇଁ ଚଳିତ ସପ୍ତାହରେ କେନ୍ଦ୍ରୀୟ ଲଣ୍ଡନରେ ପାର୍ଟି ଆୟୋଜନ କରି ତାଙ୍କୁ ନେତୃତ୍ବ ପାଇଁ ପ୍ରଚାର ହୋଇଥିଲା । ଆକଳନ କରାଯାଉଛି କି ଋଷି ସୁନକ କମବ୍ୟାକ କରି ପାରନ୍ତି । ତେବେ ଏହା କେବଳ ଚର୍ଚ୍ଚା ନା ସତ ତାହା ଉପରେ ସମସ୍ତଙ୍କ ନଜର ।

ସେପ୍ଟେମ୍ବର 6 ତାରିଖରେ ବ୍ରିଟିଶ 16ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଭାରତୀୟ ବଂଶୋଦ୍ଭବ ତଥା ବ୍ରିଟିଶ ସାଂସଦ ଋଷି ସୁନକଙ୍କୁ 20 ହଜାରରୁ ଅଧିକ ଭୋଟରେ ହରାଇ ପିଏମ ଗାଦି ଅକ୍ତିଆର କରିଥିଲେ 47 ବର୍ଷୀୟ ଲିଜ ଟ୍ରସ । ତୃତୀୟ ମହିଳା ଭାବେ ବ୍ରିଟେନ ପିଏମ ଆସନ ଅଳକୃତ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.