ETV Bharat / international

ମଝି ଆକାଶରେ ସେନା ବିମାନ ଦୁର୍ଘଟଣା, ଚାଲିଗଲା ୬ ଜୀବନ - ଏୟାର ସୋ

ଆମେରିକାର ଡଲାସରେ ଏୟାର ସୋ ବେଳ ମଝି ଆକାଶରେ ବିମାନ ଦୁର୍ଘଟଣା । ଦୁଇଟି ବିମାନ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ ୬ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ମଝି ଆକାଶରେ ସାମରିକ ବିମାନ ଦୁର୍ଘଟଣା
ମଝି ଆକାଶରେ ସାମରିକ ବିମାନ ଦୁର୍ଘଟଣା
author img

By

Published : Nov 13, 2022, 9:15 AM IST

Updated : Nov 13, 2022, 9:58 AM IST

ଓ୍ବାସିଂଟନ: ଏୟାର ସୋ ବେଳେ ଦୁର୍ଘଟଣା । ଆମେରିକାରେ ଏୟାର ସୋ ବେଳେ ଧକ୍କା ହେଲା ଦୁଇ ବିମାନ (Military Planes Collide Mid Air at Dallas Airshow)। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟ ସାମରିକ ବିମାନ ମଧ୍ୟରେ ଧକ୍କା ହୋଇଛି । ଫଳରେ ଦୁଇଟି ବିମାନ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ, ୬ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।

ବୋଇଂ ବୋମା ବର୍ଷକ ବିମାନ B-୧୭ ଫ୍ଲାଇଂ ଫୋର୍ଟଟ୍ରେସ୍ ଓ P-୬୩ କିଂକୋବ୍ରା ଫାଇଟର ବିମାନ ପରସ୍ପରକୁ ଧକ୍କା ଦେଇଥିଲେ(B-17 and P-63 Planes Collide) । ଡଲାସ ଏକ୍‌ଜିକ୍ୟୁଟିଭ ଏୟାରପୋର୍ଟରେ ଏହି ଏୟାର ଶୋ ଚାଲିଥିବାବେଳେ ଏହି ଦୁର୍ଘଟଣା ହୋଇଥିଲା । ମଧ୍ୟାହ୍ନ ପ୍ରାୟ ୧.୩୦ ମିନିଟ ସମୟରେ ଏହି ଦୁର୍ଘଟଣା ହୋଇଥିବା ନେଇ ଫେଡେରାଲ ଏଭିଏଶନ ଆଡିମିନଷ୍ଟ୍ରେସନ(FAA) ପକ୍ଷରୁ ସୂଚନା ଦିଆଯାଇଛି ।

  • The NTSB is launching a go-team to investigate Saturday’s mid-air collision between a Boeing B-17G and a Bell P-63F near Dallas, Texas. Member Michael Graham will serve as spokesperson on scene. Team expected to arrive tomorrow. Check Twitter @ntsb_newsroom for updates.

    — NTSB Newsroom (@NTSB_Newsroom) November 13, 2022 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ: ଭାରସାମ୍ୟ ହରାଇ କେନାଲକୁ ଖସିପଡିଲା ବସ୍, ୨୨ ମୃତ

ଏନେଇ ବାୟୁସେନାର ମୁଖପାତ୍ର ଲେ ବ୍ଲକ କହିଛନ୍ତି, "B-୧୭ ବିମାନରେ ୫ଜଣ କ୍ର୍ୟୁ ସଦସ୍ୟ ଏବଂ P-୬୩ରେ ଜଣେ ଯାତ୍ରୀ ରହିଥିଲେ ।"

ଦୁଇଟି ବିମାନ ପରସ୍ପରକୁ ଧକ୍କା ହେବା ପରେ ତଳେ ପଡି ବିସ୍ଫୋରଣ ହୋଇଥିଲା । ଦୁର୍ଘଟଣାର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିମାନ ଦୁର୍ଘଟଣା ପରେ ଏମାର୍ଡଜେନ୍ସି ଷ୍ଟାଫ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବାବେଳେ NTSB ତଦନ୍ତ ଆରମ୍ଭ କରିଛି ।

ମଝି ଆକାଶରେ ସେନା ବିମାନ ଦୁର୍ଘଟଣା

କଣ ଏହି ବାମାନର ବିଶେଷତ୍ବ

B-୧୭ ୪ ଇଞ୍ଜିନ ବିଶିଷ୍ଟ ବିମାନ ଅଟେ । ୧୯୩୦ ମସିହାରେ ଆମେରିକା ସେନା ବାୟୁସେନା (USAAC) ପାଇଁ ବିକଶିତ କରାଯାଇଥିଲା । ଏହା ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଆମେରିକା ବାୟୁସେନା ଏହାର ବ୍ୟବହାର କରିଥିଲେ ।

P-୬୩ କିଂକୋବ୍ରା ଫାଇଟର ବିମାନ ଆମେରିକାର ଅଟେ । ଯୁଦ୍ଧ ସମୟରେ ସେଭିଏତ ସେନାଙ୍କ ବିରୋଧରେ ବ୍ୟବହାର କରାଯାଇଥିଲା ।

Last Updated : Nov 13, 2022, 9:58 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.