ETV Bharat / international

ଟାଇଟାନିକ ଦେଖିବାକୁ ଯାଇଥିଲା ପର୍ଯ୍ୟଟକ ବୁଡାଜାହାଜ, ମିଳୁନି ପତ୍ତା - ଟାଇଟାନିକ ଦେଖିବା ପାଇଁ ଯାଉଥିବା ପର୍ଯ୍ୟଟକ ନିଖୋଜ

‘ଟାଇଟାନିକ’ ଧ୍ୱଂସାବଶେଷ ଦେଖିବା ପାଇଁ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବୁଡାଜାହାଜ ନିଖୋଜ । ଅଣ୍ଡର ଓ୍ବାଟର ସର୍ଚ୍ଚ ଅପରେସନ ଜାରି । ଅଧିକ ପଢନ୍ତୁ

‘ଟାଇଟାନିକ’ ଧ୍ୱଂସାବଶେଷ ଦେଖିବା ପାଇଁ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବୁଡାଜାହାଜ ନିଖୋଜ

author img

By

Published : Jun 19, 2023, 10:49 PM IST

ହାଇଦ୍ରାବାଦ: ଶତାବ୍ଦୀ ପୂର୍ବରୁ ଦୁର୍ଘଟଣାର ଶିକାର ହୋଇ ସମୁଦ୍ର ଗର୍ଭରେ ପଡିରହିଥିବା ଐତିହାସିକ ‘ଟାଇଟାନିକ’ ଜାହାଜର ଧ୍ୱଂସାବଶେଷ ଦେଖିବା ପାଇଁ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବୁଡ଼ାଜାହାଜ (Submersible) ନିଖୋଜ ହୋଇଯାଇଛି । ଏଥିରେ କେତେ ସଂଖ୍ୟକ ପର୍ଯ୍ଯଟକ ଥିଲେ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । କିଛି ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏବେ ସୁଦ୍ଧା ପର୍ଯ୍ୟଟକଙ୍କୁ ନେଇ ଯାଇଥିବା ବୁଡାଜାହାଜ ସମ୍ପର୍କରେ କିଛି ତଥ୍ୟ ମିଳିନି କିମ୍ବା ଯୋଗାଯୋଗ କରିବା ମଧ୍ୟ ସମ୍ବବପର ହୋଇନାହିଁ । ଏହାକୁ ଠାବ କରିବା ପାଇଁ ଆଣ୍ଟଲାଟିକ ମହାସାଗରରେ ଅଣ୍ଡରଓ୍ବାଟର ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି ।

1912 ମସିହା ଏପ୍ରିଲ 15 ତାରିଖରେ ଏହି ବିଶାଳ ଜାହାଜଟି ଆଣ୍ଟାଲିଟିକ ମହାସାଗରେ ବୁଡିଯାଇଥିଲା । ଏଥିରେ ପ୍ରାୟ 1,500 ରୁ ଅଧିକ ଲୋକ ଯାତ୍ରା କରୁଥିବା ବେଳେ ସମସ୍ତଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଏ । ଏବେ ମଧ୍ୟ ଟାଇଟାନିକର ଧ୍ୱଂସାବଶେଷ ଗଭୀର ସମୁଦ୍ର ଗର୍ଭରେ ପଡିରହିଛି । ଏହାକୁ ଦେଖିବାକୁ ପର୍ଯ୍ୟଟକଙ୍କୁ ନେବା ପାଇଁ ଏହି ବୁଡ଼ାଜାହାଜଗୁଡ଼ିକ ବ୍ୟବହୃତ ହୋଇଥାଏ । ସ୍ବତନ୍ତ୍ର ପ୍ରଣାଳୀ ଅବଲମ୍ବନ କରି ପର୍ଯ୍ୟଟକମାନେ ସମୁଦ୍ର ଗର୍ଭରେ ଥିବା ଟାଇଟାନିକର ଧ୍ୱଂସାବଶେଷ ନିକଟରେ ପହଞ୍ଚିପାରନ୍ତି ।

ଯେଉଁଠାରେ ଟାଇଟାନିକ୍ ବୁଡ଼ି ଯାଇଥିଲା ସେହି ସ୍ଥାନଟି କାନାଡାର ନ୍ୟୁଫାଉଣ୍ଡଲ୍ୟାଣ୍ଡ ଉପକୂଳ ଠାରୁ 600 କିଲୋମିଟର ଦୂରରେ ଥିବା ଆଟଲାଣ୍ଟିକ୍ ମହାସାଗର 3,800 ମିଟର ତଳେ ରହିଛି । ଏହାକୁ ବୁଡିଯିବାର ପ୍ରାୟ ଅନେକ ବର୍ଷ ପରେ ବୈଜ୍ଞାନିକ ଓ ସ୍କୁବାଡାଇଭରମାନେ ଏହାର ଧ୍ୱଂସାବଶେଷ ନିକଟରେ ପହଞ୍ଚିବାରେ ସଫଳତା ପାଇଥିଲେ । 1985 ରେ ଏହାର ଧ୍ୱଂସାବଶେଷ ପ୍ରଥମେ ଠାବ କରାଯାଇଥିଲା । ସେବେଠାରୁ ଏହା ସମ୍ପର୍କରେ ବ୍ୟାପକ ଅନୁସନ୍ଧାନ ଜାରି ରହିଥିଲେ ଏହା ଦୁର୍ଘଟଣାଗ୍ରସ୍ତ ହେବା ଓ ବୁଡିଯିବାର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନାହିଁ ।

ଏହି ବିଶାଳ ଐତିହାସିକ ଜାହାଜ ବୁଡିବା ଘଟଣାକୁ ଗୋଟିଏ ଶତାବ୍ଦୀ ବିତିସାରିଛି । ହେଲେ ଏହାର କାରଣ ସ୍ପଷ୍ଟ ନେହେବା ଏବେ ମଧ୍ୟ ବିଶ୍ବବାସୀଙ୍କ ଉତ୍କଣ୍ଠାର କାରଣ ହୋଇଛି । କିପରି ଏହି ବିଶାଳ ଜାହାଜ ନିର୍ମାଣ କରାଯାଇଥିଲା, ଏହା କାହିଁକି ମଝି ସମୁଦ୍ରରେ ଦୁର୍ଘଟଣାର ଶିକାର ହୋଇ ବୁଡିଗଲା ତାକୁ ନେଇ ନାନା ଅସମାହିତ ପ୍ରଶ୍ନ ରହିଛି । ହେଲେ ଏହାର କାରଣ ସ୍ପଷ୍ଟ କରିବା ପାଇଁ ଏବେ ମଧ୍ୟ ଗବେଷଣା ଜାରି ରହିଛି । ବୈଜ୍ଞାନିକମାନେ ସମୁଦ୍ର ଗର୍ଭରୁ ଏହାର ଯନ୍ତ୍ରାଂସ ସଂଗ୍ରହ କରିବା ଜାରି ରଖିଛନ୍ତି । ଏହାକୁ ନେଇ ଏକାଧିକ ଫିଲ୍ମ ନିର୍ମାଣ ମଧ୍ୟ ହୋଇଛି । ଏଥିରେ ପ୍ରାୟ 15 ଶହ ଲୋକଙ୍କୁ ପ୍ରାଣହାନୀ ଘଟିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.