ଇସଲାମବାଦ: ପାକିସ୍ତାନରେ ଶେଷ ହୋଇଛି ଇମ୍ରାନ ଖାନଙ୍କ ଯୁଗ । ତେବେ ବହିଷ୍କୃତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପୁନଃ କ୍ଷମତାଶୀଳ କରାଇବା ଦାବିରେ ରବିବାର ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ)ର ସଦସ୍ୟମାନେ ପାକିସ୍ତାନର କେତେକ ସହରରେ ରାଲି ପ୍ରଦର୍ଶନ କରିଥିଲେ। ଇମ୍ରାନଙ୍କ ସମର୍ଥକ ମାନେ ପାକିସ୍ତାନ ସେନାଙ୍କ ବିରୋଧରେ 'ଚୌକିଦାର୍ ଚୋର୍ ହୈ' ସ୍ଲୋଗାନ ଦେଇଛନ୍ତି । ତେହେରିକ-ଏ-ଇନସାଫ (ପିଟିଆଇ) ଦଳର ନେତା ତଥା ପୂର୍ବତନ ଗୃହମନ୍ତ୍ରୀ ଶେଖ ରସିଦ ଅହମ୍ମଦ ପାକିସ୍ତାନୀ ସେନା ବିରୋଧରେ ଚୌକିଦାର୍ ଚୋର୍ ହୈ ନାରା ଦେଇ ପ୍ରତିବାଦ କରିଛନ୍ତି । ପଞ୍ଜାବର ଲାଲ ହାଓ୍ବେଲି ନିକଟରେ ପ୍ରତିବାଦକାରୀମାନେ ଏହି ସ୍ଲୋଗାନ ଦେଇଥିଲେ ।
-
Thank you to all Pakistanis for their amazing outpouring of support & emotions to protest against US-backed regime change abetted by local Mir Jafars to bring into power a coterie of pliable crooks all out on bail. Shows Pakistanis at home & abroad have emphatically rejected this
— Imran Khan (@ImranKhanPTI) April 10, 2022 " class="align-text-top noRightClick twitterSection" data="
">Thank you to all Pakistanis for their amazing outpouring of support & emotions to protest against US-backed regime change abetted by local Mir Jafars to bring into power a coterie of pliable crooks all out on bail. Shows Pakistanis at home & abroad have emphatically rejected this
— Imran Khan (@ImranKhanPTI) April 10, 2022Thank you to all Pakistanis for their amazing outpouring of support & emotions to protest against US-backed regime change abetted by local Mir Jafars to bring into power a coterie of pliable crooks all out on bail. Shows Pakistanis at home & abroad have emphatically rejected this
— Imran Khan (@ImranKhanPTI) April 10, 2022
ଏହି ସମୟ ମଧ୍ୟରେ ଇମ୍ରାନ ଖାନଙ୍କ ସମର୍ଥକମାନେ ସେନାକୁ 'ଚୌକିଦାର୍' ସହ 'ଚୋର' ବୋଲି କହିଥିଲେ । ତେବେ ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,ଏକ ଭାଇରାଲ ଭିଡିଓରେ ଶେଖ ରସିଦ ଅହମ୍ମଦ ସେନା ବିରୋଧରେ ଏଭଳି ନାରା ନଦେବା ପାଇଁ କହୁଥିବା ଦେଖିବାକୁ ମିଳିଥିଲା । ଏହା ସହ ସେ କହିଥିଲେ ଯେ, ସ୍ଲୋଗାନ ଦିଅନାହିଁ ଆମେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବା । ପାକିସ୍ତାନ ସେନା ଇମ୍ରାନଖାନଙ୍କ ଜନମତ ଚୋରାଇନେଇଥିବା କଥା ଅଭିଯୋଗ କରି କର୍ମୀମାନେ ଏହି ନାରା ଦେଇଥିଲେ ।
ପ୍ରକାଶ ଯୋଗ୍ୟ ଯେ, 2019 ଲୋକସଭା ନିର୍ବାଚନରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ସ୍ଲୋଗାନ ଦେଇଥିଲେ । ସେହି ସମୟରେ ନିର୍ବାଚନ ପ୍ରଚାର ସମୟରେ ଏହି ସ୍ଲୋଗାନଟି ବହୁଳ ଭାବରେ ବ୍ୟବହୃତ ହୋଇଥିଲା ଇସ୍ଲାମାବାଦ, କରାଚୀ, ପେଶୱାର୍, ମଲକନ୍ଦ, ମୁଲ୍ତାନ ଖାନେୱାଲ୍, ଖାଇବର୍, ଝଙ୍ଗ ଏବଂ କ୍ବେଟ୍ଟା ଆଦି ସହରରେ ରାଲି କରି ପ୍ରତିବାଦକାରୀମାନେ ବିରୋଧୀ ଦଳଙ୍କ ବିରୋଧରେ ସ୍ଲୋଗାନ୍ ଦେଇଥିଲେ ।
ଗାତିଚ୍ୟୁତ ହେବାପରେ ପ୍ରଥମଥର ପାଇଁ ପ୍ରଧାମନ୍ତ୍ରୀ କହିଥିଲେ ଯେ, ସ୍ବାଧିନତା ସଂଗ୍ରାମ ପୁଣିଥରେ ଆରମ୍ଭ ହୋଇଛି । ଇମ୍ରାନଖାନ ନିଜେ ଟ୍ବିଟକରି ଲେଖିଛନ୍ତି ଯେ, ୧୯୪୭ ମସିହାରେ ପାକିସ୍ତାନ ସ୍ବାଧୀନ ହୋଇଥିଲା । କିନ୍ତୁ କ୍ଷମତା ବଦଳାଇବା ପାଇଁ କରାଯାଇଥିବା ବିଦେଶୀ ଷଡଯନ୍ତ୍ର ବିରୋଧରେ ପାକିସ୍ତାନ ପୁଣିଥରେ ସ୍ବାଧୀନତା ସଂଗ୍ରାମ ଆରମ୍ଭ ହୋଇଛି । ପାକିସ୍ତାନବାସୀ ସବୁବେଳେ ଦେଶର ସାର୍ବଭୌମତ୍ବ ଏବଂ ଗଣତନ୍ତ୍ରର ସୁରକ୍ଷା କରି ଆସୁଛନ୍ତି ଏବଂ ଆଗକୁ ମଧ୍ୟ ଜାରି ରହିବ ।
ଏହା ମଧ୍ୟ ପଢନ୍ତୁ:Pakistan Political Crisis: କ୍ଷମତାଚ୍ୟୁତ ପରେ ପ୍ରଥମ ସଂସଦୀୟ ଦଳ ବୈଠକ ଡାକିଲେ ଇମ୍ରାନ
ତେବେ ଏହି ରାଲିକୁ ନେଇ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଇମ୍ରାନଖାନ । ସେ କହିଛନ୍ତି ଯେ, ସ୍ଥାନୀୟ ବିଶ୍ବାସଘାତକମାନଙ୍କ ସହଯୋଗରେ ଯୁକ୍ତରାଷ୍ଟ୍ର ଆମେରିକା ସମର୍ଥିତ ଶାସନ ବିରୋଧରେ ସ୍ବେଚ୍ଛାକୃତ ଓ ଭାବାବେଗପୂର୍ଣ୍ଣ ପ୍ରତିବାଦ ପାଇଁ ଧନ୍ୟବାଦ ଜଣାଉଛି । ଅପରାଧୀମାନଙ୍କ ନେତୃତ୍ବାଧୀନ ବିଦେଶରୁ ଆମଦାନି ହୋଇଥିବା ସରକାରକୁ ପ୍ରତ୍ୟାଖ୍ୟାନ କରିବା ଲାଗି ଏତେ ସଂଖ୍ୟାରେ ଜନସମାଗମ ଆମ ଇତିହାସରେ ନ ଥିଲା।
ଅନାସ୍ଥା ପ୍ରସ୍ତାବ ଭୋଟରେ ଇମ୍ରାନ ସରକାରଙ୍କ ପତନ ହୋଇଛି । ପାକିସ୍ତାନ ସଂସଦର ମୋଟ ସଦସ୍ୟ ସଂଖ୍ୟା ୩୪୨ ହୋଇଥିବା ବେଳେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୧୭୪ଟି ଭୋଟ ମିଳିଥିଲା । ଫଳରେ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।