ETV Bharat / international

ତୁର୍କୀରେ ସଂସଦ ନିକଟରେ ଆତ୍ମଘାତୀ ବିସ୍ଫୋରଣ, ଦେହରେ ବୋମା ରଖି ନିଜକୁ ଉଡାଇ ଦେଲା ଆତଙ୍କବାଦୀ

author img

By ETV Bharat Odisha Team

Published : Oct 1, 2023, 10:55 PM IST

Updated : Oct 1, 2023, 11:06 PM IST

ତୁର୍କୀରେ ସଂସଦ ନିକଟରେ ଆତ୍ମଘାତି ବିସ୍ଫୋରଣ । ନିଜ ଦେହରେ ବୋମା ରଖି ନିଜ ଉଡାଇ ଦେଲା ଆତଙ୍କବାଦୀ । କ୍ୟାମେରାରେ କଏଦ ହେଲା ଦୃଶ୍ୟ । 2 ପୋଲିସ କର୍ମୀ ଆହତ । ଅଧିକ ପଢନ୍ତୁ

ତୁର୍କୀରେ ସଂସଦ ନିକଟରେ ଆତ୍ମଘାତି ବିସ୍ଫୋରଣ, ନିଜ ଦେହରେ ବୋମା ରଖି ନିଜ ଉଡାଇ ଦେଲା ଆତଙ୍କବାଦୀ

ଇସ୍ତାନବୁଲ: ତୁର୍କୀ ରାଜଧାନୀ ଆଙ୍କରାରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ହୋଇଛି । ଦୁଇ ଜଣ ଆକଙ୍କୀ କାରରେ ଆସି ସଂସଦ ନିକଟରେ ବିସ୍ଫୋରଣ କରିଛନ୍ତି । ନିଜ ଦେହରେ ବୋମା ରଖି ନିଜକୁ ଉଡାଇ ଦେଇଛି ଜଣେ ଆତଙ୍କବାଦୀ । ଯାହାର ଭିଡିଓ ନିକଟରେ ଲାଗିଥିବା କ୍ୟାମେରାରେ କଏଦ ହୋଇଛି । ତେବେ ଏଥିରେ ସମ୍ପୃକ୍ତ ଆତଙ୍କୀର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କେହି ପ୍ରାଣ ହରାଇନାହାନ୍ତି । ସଂସଦ ନିକଟରେ ସୁରକ୍ଷା ଦାୟିତ୍ବରେ ଥିବା ଦୁଇ ପୋଲିସ ଅଧିକାରୀ ଆହତ ହୋଇଛନ୍ତି । ଏହି ବିସ୍ଫୋରଣ ପାଇଁ ତୁର୍କୀରେ ଆତଙ୍କବାଦୀ ଘୋଷିତ କୁର୍ଦ୍ଦିସ୍ତାନ ୱାର୍କର୍ସ ପାର୍ଟି (PKK) ନିଜକୁ ଦାୟୀ କରିଛି ।

ଆକ୍ରମଣ ବେଳର ସମସ୍ତ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଭିଡିଓରେ ଦେଖିବାକୁ ମିଳୁଥିବା ଘଟଣାକ୍ରମ ଅନୁସାରେ, ଏକ କାରରେ ଦୁଇ ଜଣ ଦୁର୍ବୃତ୍ତ ଆସି ସଂସଦ ଗେଟ ନିକଟରେ ଅଟକୁଛନ୍ତି । ଏହା ପରେ ଜଣେ ଦୁର୍ବୃତ୍ତ କାରରୁ ବାହାରି ସଂସଦ ମଧ୍ୟରୁ ଦୌଡିବାକୁ ଆରମ୍ଭ କରୁଛି । ନିକଟରେ ଥିବା ଲୋକେ ମଧ୍ୟ ଭୟରେ ଧାଇଁ ପଳାଇବାକୁ ପ୍ରୟାସ କରୁଛନ୍ତି । ତେବେ ଗେଟ ନିକଟରେ ଦୁର୍ବୃତ୍ତ ଜଣକ ବିସ୍ଫୋରଣରେ ଉଡିଯାଉଛି । ଘଟଣା ସମ୍ପର୍କରେ ତୁର୍କୀର ଆଭ୍ୟନ୍ତରୀଣ ମନ୍ତ୍ରୀଙ୍କ କହିବାନୁସାରେ, ବିସ୍ଫୋରଣରେ ଦୁଇ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଅନ୍ୟ କେହି ସାଧାରଣ ନାଗରିକ ମୃତାହତ ହୋଇନାହାନ୍ତି ।

ଏହା ମଧ୍ୟ ପଢନ୍ତୁ:- Manipur Students killing: 4 ଉଗ୍ରବାଦୀଙ୍କୁ ଗିରଫ କଲା CBI, ସମସ୍ତଙ୍କୁ ଆସାମ ସ୍ଥାନାନ୍ତର

ଏହି ଆକ୍ରମଣରେ ତୁର୍କୀର ବିଛିନ୍ନତାବାଦୀ ତଥା ସ୍ଥାନୀୟ ସରକାର ଦ୍ବାରା ଆତଙ୍କବାଦୀ ଘୋଷିତ PKK ନିଜକୁ ଦାୟୀ କରିଛି । ଏହି ସଂଗଠନ 1984ରେ ଦକ୍ଷିଣ-ପୂର୍ବ ତୁର୍କୀରେ ସଶସ୍ତ୍ର ବିଦ୍ରୋହ ଆରମ୍ଭ କରିଥିଲା । ଏହି ସଂଗଠନକୁ ତୁର୍କୀ ସରକାର ସମେତ ଏହାର ସହଯୋଗୀ ରାଷ୍ଟ୍ରମାନେ ଆତଙ୍କୀ ସଂଗଠନ ଘୋଷଣା କରିଛନ୍ତି । 1984 ରେ ଦକ୍ଷିଣ ପୂର୍ବ ତୁର୍କୀରେ ସଶସ୍ତ୍ର ସଂଗ୍ରାମ ବେଳେ ପ୍ରାୟ 40,000ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା ବୋଲି କୁହାଯାଏ । ଏହା ବ୍ୟାନ ଘୋଷିତ ହେବା ପରେ ମଧ୍ୟ ତୁର୍କୀରେ କ୍ରମାଗତ ହିଂସା ଓ ଆକ୍ରମଣ ପରି ଘଟଣା ଘଟାଇବା ଜାରି ରଖିଛି । ବିସ୍ଫୋରଣ ପରେ ସମ୍ପୂର୍ଣ୍ଣ ସହରରେ ହାଇଆଲର୍ଟ ଜାରି କରାଯାଇଛି । ଘଟଣାସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଆତଙ୍କବାଦୀମାନେ କେଉଁଠୁ, କିପରି ବୋମା ଓ ବିସ୍ଫୋରକ ସହ ସେଠାରେ ପହଞ୍ଚିଲେ ସେ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 1, 2023, 11:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.