ETV Bharat / international

ତାଲିବାନର ନୂଆ କଟକଣା, ମହିଳାଙ୍କୁ NGOରେ କାମ କରିବା ମନା

author img

By

Published : Dec 25, 2022, 12:29 PM IST

ତାଲିବାନର ନୂଆ କଟକଣା । ମହିଳାଙ୍କୁ ଏନଜିଓରେ କାମ କରିବା କରିବା ଉପରେ କଟକଣା ଲଗାଇବା ସହ କାମରୁ ବିଦା କରିବା ପାଇଁ ଦିଆଯାଇଛି ନିର୍ଦ୍ଦେଶ । ଅଧିକ ପଢନ୍ତୁ

female employees ban ngo
female employees ban ngo

କାବୁଲ: ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ବୃଦ୍ଧି ପାଉଛି ମହିଳାଙ୍କ ପ୍ରତି ଅତ୍ୟାଚାର । ଏହାରି ଭିତରେ ମହିଳାମାନଙ୍କ ବିଶ୍ବ ବିଦ୍ୟାଳୟ ଶିକ୍ଷାରେ କଟକଣା ଲଗାଇଥିଲେ ତାଲିବାନ ସରକାର । ତେବେ ଗତକାଲି(ଶନିବାର) ଦିନ ମହିଳାଙ୍କୁ କାମରୁ ବିଦା କରିବା ପାଇଁ ସମସ୍ତ ଏନଜିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ତାଲିବାନ ସରକାର(Taliban orders NGOs to ban female employees) । ଉଭୟ ସ୍ଥାନୀୟ ଏବଂ ବିଦେଶୀ ଏନଜିଓମାନଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି ।

ଏନେଇ ଅର୍ଥ ମନ୍ତ୍ରାଳୟର ମୁଖପାତ୍ର ଅବଦୁଲ୍ଲରହମାନ ହବିବ କହିଛନ୍ତି (Economy Ministry Spokesperson Abdulrahman Habib)," ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ମହିଳାମାନଙ୍କୁ ଚାକିରି ପାଇଁ ଅନୁମତି ଦିଆଯିବ ନାହିଁ । କାରଣ କେତେକ ମହିଳା ଇସଲାମିକ ଡ୍ରେସକୋର୍ଡର ଅବମାନନା କରିଥିଲେ, ତେଣୁ ଏଭଳି ନିଷ୍ପତ୍ତି ନିଆଯାଇଛି ।"

ଏହା ମଧ୍ୟ ପଢନ୍ତୁ: Year Ender 2022: ପୃଥିବୀକୁ ବିପଦରୁ ବଞ୍ଚାଇଲା NASA, ଚନ୍ଦ୍ରମାରେ ସୋଡିୟମ ପାଇଲା ISRO

ତେବେ ଗତ ୨୦ ତାରିଖରେ ଆଫଗାନିସ୍ତାନରେ ଝିଅମାନଙ୍କ ବିଶ୍ବବିଦ୍ୟାଳୟ ଶିକ୍ଷା ଉପରେ ନିଷେଧାଦେଶ ଜାରି କରାଯାଇଥିଲା । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ନେଦା ମହମ୍ମଦ ନଦୀମ(Neda Mohammad Nadeem) ସମସ୍ତ ସରକାରୀ ଘରୋଇ ବିଶ୍ବବିଦ୍ୟାଳୟଗୁଡିକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଥିଲେ । ତେବେ ଏହାକୁ ନେଇ ସାରା ବିଶ୍ବ ସମାଲୋଚନା କରିବା ସହ ଦୃଢ ନିନ୍ଦା କରିଥିଲେ । ତେବେ ଏଭଳି ନିର୍ଦ୍ଦେଶନାମା କେତେ ମାତ୍ରାରେ ୟୁନାଟେଡ୍ ନେସନ୍ ଏଜେନ୍ସିକୁ ପ୍ରଭାବିତ କରୁଥିବା ଦେଖାଦେଇଛି ।

ତେବେ ଏହି ନିୟମରେ ୟୁଏନ ଏଜେନ୍ସି ସାମିଲ କି ନାହିଁ ପଚରାଯିବାରୁ ଅବଦୁଲ୍ଲରହମାନ ହବିବ କହିଛନ୍ତି," ACBAR ନାମରେ ଜଣାଶୁଣା ମାନବିକ ସଂଗଠନ ପାଇଁ ଆଫଗାନିସ୍ତାନର ସଂଯୋଜକ ସଂସ୍ଥା ଅଧୀନରେ ଥିବା ସଂଗଠନଗୁଡ଼ିକ ପାଇଁ ଏହା ଲାଗୁ କରାଯାଇଥିଲା । ଏଥିରେ ମିଳିତ ଜାତିସଂଘକୁ ଅନ୍ତର୍ଭୁକ୍ତ କରାଯାଇନାହିଁ । କିନ୍ତୁ ୧୮୦ରୁ ଅଧିକ ସ୍ଥାନୀୟ ଏବଂ ଅନ୍ତର୍ଜାତୀୟ ଏନଜିଓ ସାମିଲ ଅଟେ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.