ETV Bharat / international

ବ୍ରିଟେନ ସ୍ବରାଷ୍ଟ୍ର ମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନଙ୍କ ଇସ୍ତଫା - ସୁଏଲା ବ୍ରେଭରମ୍ୟାନ

ଭାରତୀୟ ବଂଶୋଦ୍ଭୋବ ତଥା ବ୍ରିଟେନ ସ୍ବରାଷ୍ଟ ମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନଙ୍କ ଇସ୍ତଫା । ବ୍ରିଟେନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସଙ୍କ କ୍ୟାବିନେଟରୁ ଗୃହମନ୍ତ୍ରୀ ସୁଏଲା ବ୍ରାବରମନ ଇସ୍ତଫା ଦେଇଛନ୍ତି । ଅଧିକ ପଢନ୍ତୁ

Suella Braverman Resigns
ବ୍ରିଟେନ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା
author img

By

Published : Oct 20, 2022, 11:03 AM IST

ବ୍ରିଟେନ: ଟଳମଳ ନବନିର୍ବାଚିତ ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ ଗାଦି । କିଛି ଦିନ ତଳେ ଲିଜ ଟ୍ରସ ତାଙ୍କ ଘନିଷ୍ଠ ବନ୍ଧୁ କ୍ବାସି କ୍ବାର୍ଟେଙ୍ଗଙ୍କୁ ଅର୍ଥମନ୍ତ୍ରୀ ପଦରୁ ହଟାଇଥିଲେ । ଏହାରି ଭିତରେ ଭାରତୀୟ ବଂଶୋଦ୍ଭୋବ ତଥା ବ୍ରିଟେନ ସ୍ବରାଷ୍ଟ ମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନ ଇସ୍ତଫା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ ସହ ସାକ୍ଷାତକରି ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।

ଇସ୍ତଫା ପତ୍ରରେ ସୁଏଲା ଲେଖିଛନ୍ତି, ''ଆମେ ଏବେ ଜଟିଳ ସମୟ ଦେଇ ଗତି କରୁଛେ । ସରକାର ଯେଉଁ ଦିଗରେ ଯାଉଛନ୍ତି ତାକୁ ନେଇ ଚିନ୍ତିତ । କେବଳ ନିଜ ମତଦାତାଙ୍କୁ ଦେଇଥିବା ପ୍ରତିଶ୍ରୁତିରୁ ଓହରି ଯାଇନାହୁଁ ବରଂ ସରକାର ନିଜ ଇସ୍ତାହାରରେ ଦେଇଥିବା କଥା ରଖି ପାରିନାହାନ୍ତି । ବିଶେଷ କରି ଜଳପଥ ଦେଇ ଅବୈଧ ଅନୁପ୍ରବେଶ ବନ୍ଦ କରିବା ଉପରେ ଗୁରୁତ୍ବ ଦିଆଯିବାକୁ କୁହାଯାଇଥିଲା । କିନ୍ତୁ ସରକାର ଏଥିରେ ବିଫଳ ହୋଇଛନ୍ତି ।'' ଅତ୍ୟନ୍ତ ଦୁଃଖ ଓ ପରିତାପର ସହ ପଦ ଛାଡ଼ୁଥିବା କହିଛନ୍ତି ସୁଏଲା ।

ଟ୍ରସଙ୍କ ବିଫଳ ପରିଚାଳନାକୁ ସମାଲୋଚନା କରି ସୁଏଲା ଗୃହରାଷ୍ଟ୍ର ପଦ ଛାଡିଛନ୍ତି । ଫଳରେ ଲିଜ ଟ୍ରସଙ୍କ ସରକାର ଟଳିବା ସଙ୍କଟ ଅଧିକ ଜଟିଳ ହେବାରୁ ସମ୍ଭାବନା ରହିଛି । ଲିଜ୍‌ ଟ୍ରସଙ୍କ କ୍ୟାବିନେଟରୁ ଦ୍ବିତୀୟ ସଦସ୍ୟ ଭାବେ ସୁଏଲା ବାହାରି ଯାଇଛନ୍ତି । ଅକ୍ଟୋବର ୧୪ରେ ଟ୍ରସ୍‌ଙ୍କ କ୍ୟାବିନେଟରେ ଅର୍ଥମନ୍ତ୍ରୀ ଥିବା କ୍ବାସି କ୍ବାର୍ଟେଙ୍ଗଙ୍କୁ ପଦ ଛାଡ଼ିବାକୁ କୁହାଯାଇଥିଲା । ତାଙ୍କ ସ୍ଥାନରେ ବ୍ରିଟେନର ଅର୍ଥମନ୍ତ୍ରୀ ଭାବେ ଜେର୍ମୀ ହଣ୍ଟଙ୍କୁ ଦାୟିତ୍ବ ଦିଆଯାଇଥିଲା ।

ଏହା ବି ପଢନ୍ତୁ...UK PM crisis: ସଙ୍କଟରେ ଲିଜ ଟ୍ରସଙ୍କ ଗାଦି, କମବ୍ୟାକ କରିବେ କି ସୁନକ

ପ୍ରକାଶ ଥାଉକି, ବ୍ରିଟେନରେ ବର୍ତ୍ତମାନ ରାଜନୀତିକ ଓ ଅର୍ଥନୀତିକ ସଙ୍କଟ ଦେଖାଯାଇଛି । ବିବାଦ ଯୋଗୁ ମାତ୍ର କିଛି ମାସ ତଳେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଥିବା ଲିଜ ଟ୍ରସଙ୍କ ଗାଦି ଟଳମଳ ହେଉଛି । ଏସବୁ ଭିତରେ ହିଁ ସୁଏଲା ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଚଳିତ ବର୍ଷ ସେପ୍ଟେମ୍ବରରେ ବ୍ରିଟେନ ଗୃହମନ୍ତ୍ରୀ ଭାବେ ନିଯୁକ୍ତି ପାଇଥିଲେ ଭାରତୀୟ ବଂଶୋଦ୍ଭୋବ ସୁଏଲା ବ୍ରେଭରମ୍ୟାନ । ୧୯୮୦ ଏପ୍ରିଲ ୩ତାରିଖରେ ସୁଏଲା ଜନ୍ମଗ୍ରହଣ କରିଥିଲେ । ଦୁଇ ସନ୍ତାନର ଜନନୀ ସୁଏଲା ବ୍ରେଭର୍‌ମ୍ୟାନ୍‌ଙ୍କ ମାଆ ଜଣେ ତାମିଲ ହିନ୍ଦୁ ହୋଇଥିବା ବେଳେ ବାପା ଖ୍ରୀଷ୍ଟିଆନ୍‌। ୨୦୧୫ରେ ସୁଏଲା ଇଂଲଣ୍ଡର ଫେର୍‌ହମ୍‌ ଏମପି ଭାବେ ନିର୍ବାଚିତ ହୋଇଥିଲା । ଲିଜ୍‌ ଟ୍ରସ୍‌ଙ୍କୁ ପ୍ରଧାନମନ୍ତ୍ରୀ ଭାବେ ସୁଏଲା ସମର୍ଥନ କରିଥିଲେ । ସୁଏଲାଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଥିଲା । ବିଦେଶୀ ମାଟିରେ ଜଣେ ଭାରତୀୟ ବଂଶୋଦ୍ଭବ ଭାବେ ଦାୟିତ୍ବ ନେଇ ଗର୍ବ ଆଣିଥିଲେ ସୁଏଲ ବ୍ରେଭରମ୍ୟାନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.