ETV Bharat / international

Sudan Fighting: ଏୟାରଷ୍ଟ୍ରାଇକରେ 17 ମୃତ, 3 ଦିନ ଯୁଦ୍ଧ ବିରତି ନେଇ ସହମତି

author img

By

Published : Jun 18, 2023, 8:51 AM IST

ସୁଦନକୁ ଫେରିବ ଶାନ୍ତି । ଏୟାରଷ୍ଟ୍ରାଇକ ପରେ 3 ଦିନ ଯୁଦ୍ଧ ବିରତି ପାଇଁ ସେନା ଓ ଅର୍ଦ୍ଧ ସାମରିକ ବାହିନୀର ସହମତି । ଅଧିକ ପଢନ୍ତୁ

Sudans warring parties agree to 72 hour ceasefire

ଖାର୍ତ୍ତୋମ: ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି ମଧ୍ୟ-ଆଫ୍ରିକୀୟ ଦେଶ ସୁଦାନ। ତିନି ମାସ ହେଲା ଏଠାରେ ଦେଶର ସେନା ଓ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ଜାରି ରହିଛି ଘମାସନ ଲଢେଇ । ରାଜଧାନୀ ଖାର୍ତ୍ତୋମରେ ସଂଘର୍ଷ ଜାରି ରହିଥିବା ବେଳେ ଶନିବାର ଏୟାରଷ୍ଟ୍ରାଇକ ଯୋଗୁଁ 5 ଶିଶୁଙ୍କ ସମେତ 17 ଜଣଙ୍କର ମୃତ୍ୟୁ ହୋଇଛି । ଏୟାରଷ୍ଟ୍ରାଇକର କିଛି ଘଣ୍ଟା ପରେ 3 ଦିନିଆ ଯୁଦ୍ଧ ବିରତି ପାଇଁ ଘୋଷଣା ହୋଇଥିବା ସାଉଦି ଆରବର ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି।

ଆଜି ଠାରୁ ଆସନ୍ତା 21 ତାରିଖ ପର୍ଯ୍ୟନ୍ତରେ ସୁଦନରେ ଯୁଦ୍ଧବିରତି ଘୋଷଣା ହୋଇଛି । ଏଥିରେ ସହମତି ପ୍ରକାଶ କରିଛି ଦେଶର ସେନା ଓ ଅର୍ଦ୍ଧ ସାମରିକ ବାହିନୀ । ଆଗାମୀ 72 ଘଣ୍ଟା ପାଇଁ ଯୁଦ୍ଧ ବନ୍ଦ ରହିବ । ଆଜି ସକାଳ 6ଟାରୁ 21 ତାରିଖ ପର୍ଯ୍ୟନ୍ତ ଯୁଦ୍ଧ ବନ୍ଦ ରହିବ।

ସାଉଦି ଆରବର ବୈଦେଶିକ ମନ୍ତ୍ରଣାଳୟ ଟୁଇଟ୍ କରି କହିଛି ଯେ, ସାଉଦି ଆରବ ଏବଂ ସଂଯୁକ୍ତ ରାଷ୍ଟ୍ର ଆମେରିକା ଘୋଷଣା କରିଛି ଯେ ସୁଦାନର ସେନା (SAF) ଏବଂ ଅର୍ଦ୍ଧ ସାମରିକ ବାହିନୀ (RSF) ଜୁନ୍ 18 ରୁ 72 ଘଣ୍ଟିଆ ପର୍ଯ୍ୟନ୍ତ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି । ସୂଚନା ଥାଉକି, ଶନିବାର(ଗତକାଲି) ଦକ୍ଷିଣ ଖାର୍ତ୍ତୋମ ଓ ୟର୍ମୁକ୍ ପଡ଼ିଆରେ ଏହି ବିସ୍ଫୋରଣ ହୋଇଥିଲା । ଏଥିରେ 17 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । ଆହତ ସାଧାରଣ ନାଗରିକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୁଦାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଦେଇଛି । ଏୟାରଷ୍ଟ୍ରାଇକରେ 25ଟି ଘର ନଷ୍ଟ ହୋଇଯାଇଛି । ମୃତକଙ୍କ ମଧ୍ୟରେ ପାଞ୍ଚ ଜଣ ଶିଶୁ, ମହିଳା ଏବଂ ବୃଦ୍ଧ ବ୍ୟକ୍ତି ରହିଛନ୍ତି ।

ତେବେ ଡ୍ରୋନ ନା ବିମାନ ଦ୍ବାରା ଏୟାରଷ୍ଟ୍ରାଇକ ହୋଇଛି ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ । ମିଲିଟାରି ଏୟାରକ୍ରାପ୍ଟ ବାରମ୍ବାର ଆରଏସଏଫ ସୈନ୍ୟଙ୍କୁ ଟାର୍ଗେଟ କରିଥିବା ବେଳେ ଅର୍ଦ୍ଧ ସାମରିକ ବାହିନୀ ଦେଶର ସେନା ବିରୋଧରେ ଡ୍ରୋନ୍ ଏବଂ ଆଣ୍ଟି-ଏୟାରକ୍ରାଫ୍ଟ ଅସ୍ତ୍ର ବ୍ୟବହାର କରିଥିବା ଜଣାପଡିଛି । ଅର୍ଦ୍ଧ ସାମରିକ ବାହିନୀ ଅଭିଯୋଗ କରିଛି ଯେ, ଦେଶର ସେନା ବିମାନ ଏହି ଅଞ୍ଚଳରେ ବୋମା ପକାଇ ସାଧାରଣ ନାଗରିକଙ୍କ ଜୀବନ ନେଇଛି । ଏକ ମିଗ୍ ଯୁଦ୍ଧ ବିମାନକୁ ତଳକୁ ଖସାଇ ଦେଇଥିବା ଦାବି କରିଛି ଅର୍ଦ୍ଧ ସାମରିକ ବାହିନୀ । କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହା ଯାଞ୍ଚ କରାଯାଇନାହିଁ ।

ପ୍ରକାଶଥାଉକି, ସାମରିକ ଓ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ସଂଘର୍ଷ ଯୋଗୁଁ ସୁଦାନରେ ସ୍ଥିତି ଦିନକୁ ଦିନ ସାଂଘାତିକ ହେଉଛି । ଏହି ସଂଘର୍ଷରେ ଏକାଧିକ ଲୋକ ପ୍ରାଣ ହରାଇଛନ୍ତି । ଏଠାରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଅପରେସନ କାବେରୀ ଆରମ୍ଭ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.