ETV Bharat / international

Sri Lankan Crisis: ଆନ୍ଦୋଳନକାରୀଙ୍କ କବ୍ଜାରେ ରାଷ୍ଟ୍ରପତିଙ୍କ ବାସଭବନ, ମିଳିଲା ବିପୁଳ ଟଙ୍କା

ଶ୍ରୀଲଙ୍କାରେ ସ୍ଥିତି ଅଣାୟତ୍ତ । ଗୃହଯୁଦ୍ଧର ରୂପ ନେଲାଣି ପ୍ରତିବାଦ । ଆତ୍ମଗୋପନ ପରେ ଆନ୍ଦୋଳନକାରୀଙ୍କ ନିୟନ୍ତ୍ରଣରେ ରାଷ୍ଟ୍ରପତି ଭବନ । ଗତକାଲି ଇସ୍ତଫା ଦେଇ ସାରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରାଣ ଭୟରେ ଲୁଚିଛନ୍ତି ନିର୍ବାଚିତ ଜନପ୍ରତିନିଧି । ଅଧିକ ପଢନ୍ତୁ

Sri Lankan crisis: ଆନ୍ଦୋଳନକାରୀଙ୍କ କବ୍ଜାରେ ରାଷ୍ଟ୍ରପତିଙ୍କ ବାସଭବନ, ମିଳିଲା ବିପୁଳ ଟଙ୍କା

author img

By

Published : Jul 10, 2022, 12:37 PM IST

କଲୋମ୍ବୋ: ଶ୍ରୀଲଙ୍କାରେ ଦେଖିବାକୁ ମିଳିଥିବା ପ୍ରତିବାଦ ଓ ହିଂସା କ୍ରମଶଃ ଗୃହଯୁଦ୍ଧ ମୁହାଁ ହେବାରେ ଲାଗିଛି । ଗତକାଲି ରାଷ୍ଟ୍ରପତି ଗୋଟାବାୟା ରାଜପାକସେ ବାସଭବନ ଛାଡି ପଳାୟନ କରିଥିବା ବେଳେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେ ମଧ୍ୟ ପଦରୁ ଇସ୍ତଫା ଦେଇସାରିଛନ୍ତି । ରାଷ୍ଟ୍ରପତି ଭବନରେ ପ୍ରବେଶ କରି ସମଗ୍ର ଅଟ୍ଟାଳିକାକୁ ନିୟନ୍ତ୍ରଣକୁ ନେଇଛନ୍ତି ଆନ୍ଦୋଳନକାରୀ । ରାଷ୍ଟ୍ରପତିଙ୍କ ବାସଭବନରୁ ବିପୁଳ ପରିମାଣର ଟଙ୍କା ମଧ୍ୟ ମହଜୁଦ ଥିବା ସୂଚନା ସାମ୍ନାକୁ ଆସିଛି । ଏହି ଟଙ୍କା ଏବେ ଆନ୍ଦୋଳନକାରୀଙ୍କ ହାତରେ ଲାଗିଛି ।

Sri Lankan crisis: ଆନ୍ଦୋଳନକାରୀଙ୍କ କବ୍ଜାରେ ରାଷ୍ଟ୍ରପତିଙ୍କ ବାସଭବନ, ମିଳିଲା ବିପୁଳ ଟଙ୍କା

ଅନ୍ୟ ରାଜନେତା ଓ ଜନ ପ୍ରତିନିଧିମାନେ ପ୍ରାଣ ଭୟରେ କେଉଁଠି ଆତ୍ମଗୋପନ କରିବାକୁ ବାଧ୍ୟ ହୋଇଛନ୍ତି । କିଛି ନିର୍ବାଚିତ ଜନ ପ୍ରତିନିଧି ମଧ୍ୟ ଆନ୍ଦୋଳନକାରୀଙ୍କ ଆକ୍ରମଣରୁ ରକ୍ଷା ପାଇପାରି ନାହାନ୍ତି । ସେନା ଓ ପୋଲିସ ସ୍ଥିତି ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି । ରାଜଧାନୀ କଲୋମ୍ବୋ ସମେତ ଦେଶର ଅନ୍ୟ କିଛି ପ୍ରମୁଖ ସହରରେ ପ୍ରତିବାଦ ଏବେ ଗୃହଯୁଦ୍ଧ ମୁହାଁ ହୋଇଛି ।

ଗଣମାଧ୍ୟମରେ ଦେଖିବାକୁ ମିଳିଥିବା ଭିଡିଓରେ ହଜାର ହଜାର ଆନ୍ଦୋଳନକାରୀ ରାଷ୍ଟ୍ରପତି ଗୋଟୋବାୟାଙ୍କ ବାସଭବନରେ ପ୍ରବେଶ କରି ଭଙ୍ଗାରୁଜା କରିବା ସହ ସମ୍ପୂର୍ଣ୍ଣ କବ୍ଜା କରିଛନ୍ତି । ଏପରିକି ରାଷ୍ଟ୍ରପତି ଭବନର ସୁଇମିଂ ପୁଲ ଓ କିଚେନରେ ମଧ୍ୟ ଆନ୍ଦୋଳନକାରୀଙ୍କ ଉପଦ୍ରବର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ରାଷ୍ଟ୍ରପତି ଗୋଟାବାୟା ରାଜପାକସେ ଗତକାଲି ଠାରୁ କେଉଁଆଡେ ପଳାୟନ କରିଛନ୍ତି । ସ୍ଥିତିକୁ ଦେଖି ସୁରକ୍ଷା ବାହିନୀ ତାଙ୍କୁ ସୁରକ୍ଷିତ ସ୍ଥାନରେ ରଖିଥିବା ଚର୍ଚ୍ଚା ହେଉଥିଲେ ମଧ୍ୟ ତାଙ୍କ ବର୍ତ୍ତମାନ ଅବସ୍ଥିତି ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ପ୍ରଧାନମନ୍ତ୍ରୀ ବିକ୍ରମସିଙ୍ଘେ ଇସ୍ତଫା ଦେଇସାରିଥିବା ବେଳ ରାଷ୍ଟ୍ରପତି ମଧ୍ୟ ଖୁବ ଶୀଘ୍ର ଇସ୍ତଫା ଦେବା ନେଇ ସୂଚନା ମିଳିଛି ।

ପ୍ରତିବାଦକାରୀମାନେ ଶ୍ରୀଲଙ୍କା ସଙ୍କଟ ପାଇଁ ସରକାରଙ୍କ ଭୁଲ ଅର୍ଥନୀତିକୁ ଦାୟୀ କରିଛନ୍ତି । ସେନା ଓ ପୋଲିସ ମୁତୟନ ସତ୍ତ୍ବେ ମଧ୍ୟ ସ୍ଥିତିରେ କୌଣସି ନିୟନ୍ତ୍ରଣ ଆସିପାରି ନାହିଁ । ଆନ୍ଦୋଳନକାରୀଙ୍କୁ ଶାନ୍ତି ବଜାୟ ରଖିବା ସହ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବାରେ ସେନାକୁ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ଶ୍ରୀଲଙ୍କା ପ୍ରତିରକ୍ଷା ପ୍ରମୁଖ୍ୟ(CDS) ଜେନେରାଲ ଶଭେନ୍ଦ୍ର ସିଲଭା । ସିଡିଏସ ଏପରି ସ୍ଥିତିରେ ତିନି ସେନା ମୁଖ୍ୟଙ୍କ ସହ ଜରୁରୀ ଆଲୋଚନା କରିଛନ୍ତି । ସ୍ଥିତି ଏପରି ହେଲେ ଦେଶରେ ଜାତୀୟ ଜରୁରୀକାଳୀନ ସ୍ଥିତି ସହ ସେନା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ମଧ୍ୟ ଆଶଙ୍କା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.