ETV Bharat / international

Suicide Blast In Balochistan: ବେଲୋଚିସ୍ତାନ ମସଜିଦ ନିକଟରେ ବିସ୍ଫୋରଣ, ପୋଲିସ ଅଫିସରଙ୍କ ସମେତ 52 ମୃତ - ଇଦ ମିଲାଦ ଉନ ନବିରେ ବିସ୍ଫୋରଣ

ପାକିସ୍ତାନ ବେଲୋଚିସ୍ତାନ ମସଜିଦ ନିକଟରେ ଭୟଙ୍କର ବିସ୍ଫୋରଣ । ଜଣେ ପୋଲିସ ଅଫିସରଙ୍କ ସମେତ 52 ମୃତ ସୂଚନା । ଅଧିକ ପଢନ୍ତୁ

Suicide Blast In Balochistan
Suicide Blast In Balochistan
author img

By ETV Bharat Odisha Team

Published : Sep 29, 2023, 3:10 PM IST

ଇସଲାମବାଦ: ପାକିସ୍ତାନ ବେଲୋଚିସ୍ତାନ ନିକଟରେ ଭୟଙ୍କର ବିସ୍ଫୋରଣ । 130 ଜଣ ଆହତ ହୋଇଥିବା ବେଳେ ଅକାଳରେ ଚାଲିଗଲା 52 ଜଣଙ୍କର ଜୀବନ । ଏହି ମୃତକଙ୍କ ମଧ୍ୟରେ ଜଣେ ପୋଲିସ ଅଫିସର ଥିବା ସୂଚନା । ଇଦ-ମିଲାଦ-ଉନ-ନବି ଅବସରରେ ମସଜିଦ ନିକଟରେ ଶହ ଶହ ଶ୍ରଦ୍ଧାଳୁ ପ୍ରାର୍ଥନା ଲାଗି ଉପସ୍ଥିତ ରହିଥିଲେ । ଏହି ସମୟରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି ।

ମସ୍ତୁଙ୍ଗ ଜିଲ୍ଲାର ମଦିନା ମସଜିଦ ନିକଟରେ ଘଟିଛି ଏଭଳି ଅଘଟଣ । ବିସ୍ଫୋରଣ ଘଟିବା ପରେ ସଙ୍ଗେ ସଙ୍ଗେ ଆହତମାନଙ୍କୁ ମସ୍ତୁଙ୍ଗର ସହୀଦ ନୱାବ ଘୋଷ ବକ୍ସ ରୈସାନି ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମସ୍ତୁଙ୍ଗ ଆସିଷ୍ଟାଣ୍ଟ କମିଶନର ଅଥୁଲ ମୁନିମଙ୍କ କହିବା ଅନୁସାରେ ଡିଏସପି ନୱାଜ ଗିସ୍କୋରିଙ୍କ କାର ଭିତରେ ଏହି ବିସ୍ଫୋଟକ ରଖାଯାଇଥିଲା । କାରଟି ମସଜିଦ ବାହାରେ ପାର୍କ ହୋଇ ରହିଥିଲା । ଇଦ ମିଲାଦୁନି ନବି ଲାଗି ମୁସଲିମ ଧର୍ମାବଲମ୍ବୀମାନେ ଏକ ଶୋଭାଯାତ୍ରାର ଆୟୋଜନ କରିଥିଲେ ।

ଏହା ବି ପଢନ୍ତୁ- Suicide Blast: ପାକିସ୍ତାନରେ ପୁଣି ଆତ୍ମଘାତୀ ବିସ୍ଫୋରଣ, 9 ଯବାନ ମୃତ

ଏହି ରାଲି ଲାଗି ମସଜିଦ ନିକଟରେ ଅନେକ ମୁସଲିମ ଭାଇ ଭଉଣୀ ଏକତ୍ରିତ ହୋଇଥିଲେ । ରିପୋର୍ଟ ଅନୁସାରେ ବେଲୋଚିସ୍ତାନର ଧାର୍ମିକ ବାତାବରଣକୁ ନଷ୍ଟ କରିବା ଲାଗି ଦୁର୍ବୃତ୍ତ ଏହି ବିସ୍ଫୋରଣ ଘଟାଇଥିଲେ । ସେପଟେ କରାଚି ପୋଲିସକୁ ହାଇ ଆଲର୍ଟ ଜାରି କରିଛନ୍ତି ଅତିରିକ୍ତ ଇନସପେକ୍ଟର ଜେନେରାଲ ଖାଦିମ ହୁସେନ । ଏହି ବିସ୍ଫୋରଣ ଅତୀତ ଭବିଷ୍ୟତରେ ନୂଆ ନୁହେଁ, ଗତ କିଛି ଦିନ ଧରି ମସ୍ତୁଙ୍ଗ ଜିଲ୍ଲାରେ ସିରିଜ ଆଟାକ୍‌ ଦେଖିବାକୁ ମିଳିଛି ।

ଚଳିତ ମାସ ଆରମ୍ଭରୁ ଘଟିଥିବା ବିସ୍ଫୋରଣରେ 11 ଜଣ ଆହତ ହୋଇଥିଲେ । ଏମାନଙ୍କ ମଧ୍ୟରେ ଜାମିଆତ ଉଲେମା-ଇ-ଅସଲମ-ଫଜି (JUI-F) ନେତା ହାଫିଜ ହମଦୁଲ୍ଲା ମଧ୍ୟ ଆହତ ହୋଇଥିଲେ । ସେହିପରି ମେ ମାସରେ ମସ୍ତୁଙ୍ଗ ଉପକଣ୍ଠରେ ଏକ ପୋଲିଓ ଭ୍ୟାକ୍ସିନେସନ ଟିମକୁ ମଧ୍ୟ ଅଜଣା ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଜଣେ ପୋଲିସ ଅଫିସରଙ୍କ ମୃତ୍ୟୁ ଘଟିଥିଲା ।

ଏହା ବି ପଢନ୍ତୁ-Bomb Blast: ପାକିସ୍ତାନରେ ଭୟଙ୍କର ବୋମା ବିସ୍ଫୋରଣ, ୧୧ ଶ୍ରମିକ ମୃତ

2022 ଅକ୍ଟୋବର ମସାରେ ମଧ୍ୟ କବୁର ପାର୍ବତ୍ୟ ଅଞ୍ଚଳରେ 2ଟି ଯାନକୁ ଟାର୍ଗେଟ କରି ବୋମା ବିସ୍ଫୋରଣ ହୋଇଥିଲା । ଏଥିରେ 3 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 6 ଜଣ ଆହତ ହୋଇଥିଲେ । 2018 ଜୁଲାଇରେ ସୁଇସାଇଡ ବ୍ଲାଷ୍ଟ ଯୋଗୁଁ ବଲୋଚିସ୍ତାନ ଆବାମି ପାର୍ଟି (BAP) ନେତା ନୱାବଜାଦା ସିରାଜ ରୈସାନିଙ୍କ ସମେତ 128 ଜଣଙ୍କର ମୃତ୍ୟୁ ଘଟିଥିଲା । ଏହାସହ 200ରୁ ଅଧିକ ଲୋକ ଆହତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.