ପୋର୍ଟ ଓ ପ୍ରିନ୍ସ: ହାଇତିର ଏକ ଚର୍ଚ୍ଚରେ ଅତର୍କିତ ଗୁଳି ମାଡ । 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ହାଇତିର ରାଜଧାନୀ ପୋର୍ଟ ଓ ପ୍ରିନ୍ସରେ ଏହି ଗୁଳିକାଣ୍ଡ ଘଟିଛି । ଏକ ଗୋଷ୍ଠୀ ଗୁଳିମାଡ କରିଥିବା ଜଣାପଡିଛି । ଚର୍ଚ୍ଚର ପାଦ୍ରୀ ମାନେ ପଦଯାତ୍ରା କରୁଥିବା ସମୟରେ ଗୁଳିକାଣ୍ଡ ଘଟିଥିଲା ।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛିକି ଏହି ଘଟଣାରେ 10 ଜଣଙ୍କର ମୃତ୍ୟୁ ହୋଇଛି । CARDH ନିର୍ଦ୍ଦେଶକ ଜିଡେନ୍ ଜାନ୍ ରିପୋର୍ଟ କରିଛନ୍ତି, ଗୁଳିକାଣ୍ଡରେ 7 ଜଣଙ୍କର ମୃତ୍ୟୁ ହୋଇଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ଅନେକ ଲୋକ ଗୁଳିକାଣ୍ଡରେ ଆହତ ହୋଇଥିବା ବେଳେ କିଛି ଲୋକଙ୍କୁ ଅପହରଣ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ-ଆମେରିକାର ଫ୍ଲୋରିଡାରେ ଆଖିବୁଜା ଗୁଳିମାଡ, ୩ କୃଷ୍ଣକାୟଙ୍କ ମୃତ୍ୟୁ
ଗୁଳିକାଣ୍ଡ ସମୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ 100ରୁ ଊର୍ଦ୍ଧ୍ବ ଲୋକ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରି ଧାର୍ମିକ ପଦଯାତ୍ରା କରୁଥିଲେ । ସେମାନେ ହାତରେ ବାଡି ଧରିଥିଲେ । ପଦଯାତ୍ରା ଶାନ୍ତିପୂର୍ଣ୍ଣ ଚାଲିଥିବା ବେଳେ ହଠାତ ଗୁଳିମାଡ ହୋଇଥିଲା ।
ଆଜି ଆମେରିକାର ଫ୍ଲୋରିଡାର ଜ୍ୟାକ୍ସନବିଲେରେ ଆତତାୟୀର ଆଖିବୁଜା ଗୁଳିମାଡରେ 3 ଜଣଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଜଣେ ବନ୍ଧୁକଧାରୀ କୃଷ୍ଣକାୟ ଲୋକଙ୍କୁ ଟାର୍ଗେଟ କରି ଗୋଟିଏ ଡଲାର ଜେନେରାଲ ଷ୍ଟୋରରେ ପଶି ଏହି ଗୁଳିମାଡ କରିଥିଲା । ଏହାପରେ ନିଜେ ମଧ୍ୟ ନିଜକୁ ଗୁଳି କରିଦେଇଥିଲା । ଫଳରେ ଏଥିରେ ଅଭିଯୁକ୍ତ ସମେତ 4 ଜଣଙ୍କ ମୃତ୍ୟୁ ହୋଇଥିଲା । ଅଗଷ୍ଟ 24 ତାରିଖରେ କାର୍ଲିଫର୍ଣ୍ଣିଆର କୁକସ୍ କର୍ନର ନାମକ ଏକ ବାରରେ ଗୁଳି ମାଡ଼ ହୋଇଥିଲା । ଜଣେ ବନ୍ଧୁକଧାରୀର ଆଖିବୁଜା ଗୁଳିମାଡରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 6 ଜଣ ଗୁରୁତର ଆହତ ହୋଇଥିଲେ । ଗୁଳି ଚଳାଇଥିବା ଅଭିଯୁକ୍ତ ଆମେରିକାର ଜଣେ ଅବସରପ୍ରାପ୍ତ ଲ' ଏନଫୋର୍ସମେଣ୍ଟ ଅଧିକାରୀ ହୋଇଥିବା ଜଣାପଡିଥିଲା ।
ଏହା ମଧ୍ୟ ପଢନ୍ତୁ-ଗାଁରେ ପଶି ଆଖିବୁଜା ଗୁଳିମାଡ କଲେ ଆତତାୟୀ, ୨୧ ମୃତ
ଅଗଷ୍ଟ 20 ତାରିଖେ ଆଫ୍ରିକୀୟ ଦେଶ ସେଣ୍ଟ୍ରାଲ ମାଲିରେ କିଛି ଆତତାୟୀ ବର୍ବରକାଣ୍ଡ ଘଟାଇଥିଲେ । ଅଜ୍ଞାତ ବନ୍ଧୁକଧାରୀ ଆତତାୟୀମାନେ ଉଗ୍ରବାଦ ପ୍ରଭାବିତ ମୋପ୍ତି ଅଞ୍ଚଳର ଏକ ଗାଁରେ ପଶି ଆଖିବୁଜା ଗୁଳି ଚାଳନା କରିଥିଲେ । ଏହି ଆକ୍ରମଣରେ ଅତିକମରେ 21 ଜଣ ଗାଁ ଲୋକଙ୍କ ମୃତ୍ୟୁ ଘଟିଥିଲା ।