ETV Bharat / international

Building collapse in Syria: 12ରୁ ଅଧିକ ମୃତ, ବହୁ ଆହତ

ସିରିଆର ଆଲେପ୍ପୋରେ ଭୁଶିଡିଲା 5 ମହାଲା କୋଠା । 12 ରୁ ଅଧିକ ମୃତ । ଏକାଧିକ ଗୁରୁତର ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ସିରିଆରେ 12 ରୁ ଅଧିକ ମୃତ
ସିରିଆରେ 12 ରୁ ଅଧିକ ମୃତ
author img

By

Published : Jan 22, 2023, 8:39 PM IST

ହାଇଦ୍ରାବାଦ: ସିରିଆରେ ଏକ 5ମହଲା ଅଟ୍ଟାଳିକା ଭୁଶୁଡିପଡିଛି । ଏଥିରେ ପ୍ରାୟ 12ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଆଜି(ରବିବାର) ସକାଳେ ଆଲେପ୍ପୋରେ ଏହି ଅଘଟଣ ଘଟିଛି । ସିରିଆର ଉତ୍ତର ଆଲୋପୋ ସହରରେ ଥିବା ଏକ 5 ମହଲା କୋଠା ଭୁଶୁଡି ପଡିଥିଲା । ଭଗ୍ନାବଶେଷ ତଳେ ପ୍ରାୟ 30ଜଣ ଚାପି ହୋଇ ରହିଥିଲେ । ଉଦ୍ଧାର ଅପରେସନରେ ପ୍ରାୟ ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା ବେଳେ 12ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଛନ୍ତି । ଅନ୍ୟ କିଛି ଗୁରୁତର ଥିବା ହେତୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ମଧ୍ୟ ରହିଛି ।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମେରିକାର ସମର୍ଥିତ କୁର୍ଦ୍ଦ ଫୋର୍ସ ନିୟନ୍ତ୍ରଣରେ ଥିବା ଆଲୋପୋ ସହରର ଏହି ପାଞ୍ଚ ମହାଲା ବିଶିଷ୍ଟ କୋଠାଟି ଭୁଶୁଡିପଡିଥିଲା । ଏଥିରେ ପ୍ରାୟ 30ଜଣ ରହୁଥିଲେ । ଏକାଧିକ ଉଦ୍ଧାରକାରୀ ଟିମ୍‌ ଓ ଅନ୍ୟ ଜରୁରୀକାଳୀନ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅପରେସନ ଆରମ୍ଭ କରିଥିଲେ । କୋଠାର ଭଗ୍ନାବଶେଷ ତଳୁ ପ୍ରାୟ 12 ମୃତଦେହ ଉଦ୍ଧାର ହେବା ସହ ଅନ୍ୟ କେତେକ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଛି । ସେହିପରି ଚିକିତ୍ସାଧୀନଙ୍କ ମଧ୍ୟରେ କିଛି ଗୁରୁତର ରହିଛନ୍ତି । ତେବେ କୋଠାଟିର ମୁଳଦୁଆ ଦୁର୍ବଳ ଥିବା କାରଣରୁ ଏହା ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ଥିଲା । ତେଣୁ ଏହି ଅଘଟଣ ଘଟିଥିବା ବୋଲି କୁହାଯାଉଛି ।

ଆଲୋପୋ ହେଉଛି ସିରିଆର ଅନ୍ୟତମ ବୃହତ୍ତମ ସହର । ତେବେ 11 ବର୍ଷ ଧରି ଦେଶରେ ଜାରି ରହିଥିବା ହିଂସା ଓ ଗୃହଯୁଦ୍ଧ ପରିସ୍ଥିତିରେ ଏହି ସହର ଗଭୀର ଭାବେ ପ୍ରଭାବିତ ହୋଇଥିଲେ । ଏଥିରେ ଏକାଧିକ ଆକ୍ରମଣରେ ଘରଗୁଡିକ ମାଟିରେ ମିଶିଯାଇଥିଲା । ଲକ୍ଷାଧିକ ଲୋକେ ସହର ଛାଡି ପଳାୟନ କରିବାକୁ ବାଧ୍ୟ ହୋଇଥିଲେ । ଆଲୋପୋ ଏକ ଅଭିଶପ୍ତ ସହରରେ ପରିଣତ ହୋଇଥିଲା । ଏବେ ଏହି ଅଞ୍ଚଳ ଆମେରିକା ସମର୍ଥିତ କୁର୍ଦ୍ଦ ନେତୃତ୍ୱାଧୀନ ଫୋର୍ସ ଅଧୀନରେ ରହିଛି । ଅଳ୍ପ କିଛି ସୁରକ୍ଷିତ ଅଟ୍ଟାଳିକା ଥିବା ବେଳେ ଏଥିରେ ଅଳ୍ପ କିଛି ଲୋକ ମଧ୍ୟ ବସବାସ କରୁଛନ୍ତି । ଏବେ ମଧ୍ୟ ଉକ୍ତ ଯୁଦ୍ଧ ପ୍ରଭାବିତ ବିଲ୍ଡିଂଗୁଡିକ ଦୁର୍ବଳ ଅବସ୍ଥାରେ ରହିଛି । ଯାହା ଫଳରେ ଆଜିର ଏହି ଅଘଟଣା ଘଟିଥିବା କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.