ଲଣ୍ଡନ: ବୋରିସ ଜନସନଙ୍କ ଇସ୍ତଫା ପରେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଚୟନ ପ୍ରକ୍ରିୟା ଜାରି ରହିଛି । ଶାସକ ଦଳ କଞ୍ଜରଭେଟିବ ପାର୍ଟିରେ ଏକାଧିକ ଆଶାୟୀ ସାଂସଦଙ୍କ ମଧ୍ୟରେ ପର୍ଯ୍ୟାୟ କ୍ରମେ ଭୋଟିଂ ଜାରି ରହିଛି । ଏହାରି ମଧ୍ୟରେ ଅନ୍ତିମ ରଉାଣ୍ଡରେ ପହଞ୍ଚିଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ । ଦୁଇ ଅନ୍ତିମ ପ୍ରତିଦ୍ବନ୍ଦୀ ଭାବେ ପର୍ଯ୍ୟାୟ ଋଷି ଓ ଲିଜ ଟ୍ରସଙ୍କ ମଧ୍ୟରେ କଡା ପ୍ରତିଦ୍ବନ୍ଦିତା ହେବାକୁ ଯାଉଛି । ବିଜେତା ପ୍ରାର୍ଥୀ ହିଁ କଞ୍ଜରଭେଟିବ ଦଳର ନେତା ଓ ପରବର୍ତ୍ତୀ ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।
-
Grateful that my colleagues have put their trust in me today.
— Ready For Rishi (@RishiSunak) July 20, 2022 " class="align-text-top noRightClick twitterSection" data="
I will work night and day to deliver our message around the country.
Join the team at https://t.co/3cXn1rFhca pic.twitter.com/ro612xDAcL
">Grateful that my colleagues have put their trust in me today.
— Ready For Rishi (@RishiSunak) July 20, 2022
I will work night and day to deliver our message around the country.
Join the team at https://t.co/3cXn1rFhca pic.twitter.com/ro612xDAcLGrateful that my colleagues have put their trust in me today.
— Ready For Rishi (@RishiSunak) July 20, 2022
I will work night and day to deliver our message around the country.
Join the team at https://t.co/3cXn1rFhca pic.twitter.com/ro612xDAcL
ଆଜି ହୋଇଥିବା ଭୋଟିଂରେ 137 ଭୋଟ ସହ ଋଶି ଅନ୍ତିମ ପର୍ଯ୍ୟାୟକୁ ଉତୀର୍ଣ୍ଣ ହୋଇଛନ୍ତି । ପ୍ରାରମ୍ଭିକ ଭାବେ ଶାସକ ଦଳର 11ଜଣ ସାଂସଦ ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା ପ୍ରକାଶ କରିବା ସହ ପ୍ରତିଦ୍ବନ୍ଦିତାକୁ ଓହ୍ଲାଇଥିଲେ । ଏକାଧିକ ପର୍ଯ୍ୟାୟରେ ଦଳୀୟ ସଦସ୍ୟଙ୍କ ମଧ୍ୟରେ ଭୋଟିଂ ହୋଇଥିଲା । କିଛି ପ୍ରାର୍ଥୀ ସ୍ବଇଚ୍ଛାରେ ମଧ୍ୟ ନର୍ବାଚନରୁ ଓହରି ଯାଇଥିଲେ । ଏବେ ଅନ୍ତିମ ପର୍ଯ୍ୟାୟରେ ଭାରତୀୟ ବଂଶଦ୍ଭୋବ ଋଷି ସୁନକ ଓ ଲିଜ ଟ୍ରସଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳୁଛି ।
42 ବର୍ଷୀୟ ଋଷି ଭାରତୀୟ ବଂଶୋଦ୍ଭୋବ ହୋଇଥିବା ବେଳେ ବ୍ରିଟିଶ ରାଜନୀତିରେ ବେସ ସକ୍ରିୟ । ପୂର୍ବରୁ ମଧ୍ୟ ସେ ବ୍ରିଟିଶ ସଂସଦକୁ ଏକାଧିକ ଥର ସାଂସଦ ଭାବେ ନିର୍ବାଚିତ ହେବା ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ମଧ୍ୟ ରହି ସାରିଛନ୍ତି । ତାଙ୍କ ପରିବାର 1960 ମହିହାରେ ପୂର୍ବ-ଆଫ୍ରିକାରୁ ଇଂଲଣ୍ଡ ଚାଲିଯାଇ ସେଠାରେ ବସବାସ କରିଥିଲେ । ତେବେ ବୋରିଶ ଜନସନଙ୍କ ଇସ୍ତଫା ପରେ ପ୍ରଥମ ତାଲିକାରେ ଆଗ୍ରହୀ ପ୍ରାର୍ଥୀ ଭାବେ ଋଷିଙ୍କ ନାମ ଚର୍ଚ୍ଚାକୁ ଆସିଥିଲା ।
ଏହା ମଧ୍ୟ ପଢନ୍ତୁ:- ସପ୍ଟେମ୍ବର 5 ରେ ବ୍ରିଟେନକୁ ମିଳିବେ ନୂଆ ପ୍ରଧାନମନ୍ତ୍ରୀ
ଦୁର୍ନୀତି ଅଭିଯୋଗ ଓ ଜନସନଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇ ଏକାଧିକ ମନ୍ତ୍ରୀ ଇସ୍ତଫା ଦେବା ପରେ ଜନସନଙ୍କ ଉପରେ ଚାପ ବଢିଥିଲା । ପରେ ସେ ଚଳିତ ମାସ 7 ତାରିଖରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ବାଧ୍ୟ ହୋଇଥିଲେ । ସେବେଠାରୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ନେଇ ଚର୍ଚ୍ଚା ଲାଗି ରହିଛି । ଶାସକ କଞ୍ଜରଭେଟିବ ଦଳରେ ଏକାଧିକ ଆଶାୟୀଙ୍କ ମଧ୍ୟରେ ଭୋଟିଂ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ତେବେ ନୂତନ ପ୍ରଧାନମନ୍ତ୍ରୀ ଦାୟିତ୍ବ ନେବା ଯାଏ ବୋରିଶ ଜନସନ କାମଚଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବରେ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ