ETV Bharat / international

ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସକଙ୍କ ତାଲିକାରେ ଆମେରିକାର ବାଣିଜ୍ୟ ସଚିବ, କହିଲେ ମୋଦି ବିଶ୍ବରେ ସବୁଠି ଲୋକପ୍ରିୟ - ଆମେରିକାର ସେକ୍ରେଟାରୀ ଅଫ କମର୍ସ ଜୀନା ରାଏମୋଣ୍ଡୋ

ମୋଦିଙ୍କ ପ୍ରଶଂସକ ପାଲଟିଲେ ଯୁକ୍ତରାଷ୍ଟ୍ର ଆମେରିକାର ସେକ୍ରେଟାରୀ ଅଫ କମର୍ସ ଜୀନା ରାଏମୋଣ୍ଡୋ । ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ମୋଦି ବିଶ୍ବରେ ସବୁଠି ଲୋକପ୍ରିୟ । ତାଙ୍କ ସହ କାମ କରି ମୁଁ ନିଜକୁ ସୌଭାଗ୍ୟଶାଳୀ ମନେ କରୁଛି । ଅଧିକ ପଢନ୍ତୁ

PM Modi Most Popular
PM Modi Most Popular
author img

By

Published : Apr 16, 2023, 4:58 PM IST

ଓ୍ବାଶିଂଟନ: ଦିନକୁ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । ଦେଶ ବାହାରେ ମଧ୍ୟ ଅନେକ ମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଛନ୍ତି । ବିଶ୍ୱସ୍ତରୀୟ ରେଟିଂ ଏଜେନ୍ସି ଦ୍ବାରା ପ୍ରକାଶ ପାଇଥିବା ରିପୋର୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ବୋଲି କୁହାଯାଇଥିଲା । ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କଠାରୁ ମଧ୍ୟ ଅଧିକ ଲୋକପ୍ରିୟ । ଏହାରି ଭିତରେ ଆମେରିକାର ବାଣିଜ୍ୟ ସଚିବ ଜିନା ରାଏମୋଣ୍ଡୋ ମୋଦିଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ମୋଦି ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଅଟନ୍ତି ।

ଆମେରିକାର ୱାଶିଂଟନସ୍ଥିତ ଭାରତୀୟ ଦୂତାବାସରେ ଏକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଏହାକୁ ଭାରତୀୟ ରାଷ୍ଟ୍ରଦୂତ ତରନଜିତ ସିଂ ଆୟୋଜିତ କରିଥିଲେ । ତେବେ ଆମେରିକାର ବାଣିଜ୍ୟ ସଚିବ ଜିନା ରାଏମୋଣ୍ଡୋ ସମ୍ବୋଧିକ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, "ମୋଦି ହେଉଛନ୍ତି ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା । ସେ ଜଣ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତିବଦ୍ଧତା ଅବର୍ଣ୍ଣନୀୟ । ଭାରତର ଲୋକଙ୍କ ପ୍ରତି ପ୍ରଧାନମନ୍ତ୍ରୀ ମୋଦିଙ୍କ ମନୋଭାବ ଅତ୍ୟନ୍ତ ଭାବପ୍ରବଣ । ଭାରତକୁ ବିଶ୍ବଶକ୍ତି ଭାବେ ତାଙ୍କର ଇଚ୍ଛା ବାସ୍ତବ ରୂପ ନେଉଛି । ଏହାର ପ୍ରଭାବ ପୁରା ଦେଶ ଉପରେ ପଡୁଛି । ସେ ବାସ୍ତବରେ ଭାରତର ଗରିବ ଲୋକଙ୍କୁ ଦରିଦ୍ର ମୁକ୍ତ କରିବା ପାଇଁ କାର୍ଯ୍ୟ କରୁଛନ୍ତି । ମୋତେ ମୋଦିଙ୍କ ସହ କାମ କରିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଭାଗ୍ୟଶାଳୀ ମନେ କରୁଛି । ସେ ସମସ୍ୟାର ଗଭୀରତାକୁ ଯିବାକୁ ପସନ୍ଦ କରନ୍ତି ।" ତେବେ ଉକ୍ତ କାର୍ଯ୍ୟକ୍ରମରେ ଆମେରିକାର ବାଣିଜ୍ୟ ସଚିବ ଜିନା ରାଏମୋଣ୍ଡୋଙ୍କ ସମେତ ଭାରତୀୟ ରାଷ୍ଟ୍ରଦୂତ ତରନ୍‌ଜିତ ସିଂ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମିଲ ଥିଲେ ।

ରାଏମୋଣ୍ଡୋ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ହୋଇଥିବା ସମୟକୁ ମନେପକାଇ କହିଛନ୍ତି, "ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବାର୍ତ୍ତାଳାପ ସମୟରେ ସେ କହିଥିଲେ ଯେ ଟେକ୍ନୋଲୋଜିର ଦୁଇଟି ଇକୋସିଷ୍ଟମ ରହିବ । ଆମର ଗଣତାନ୍ତ୍ରିକ ମୂଲ୍ୟବୋଧ ସହିତ ଅନୁରୂପ ରହିବ । ଟେକ୍ନୋଲୋଜି ଇକୋସିଷ୍ଟମରେ ଭାରତ ଏବଂ ଆମେରିକାକୁ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା କରିବାକୁ ପଡିବ ।"

ପ୍ରକାଶଥାଉକି, ଗତ ମାର୍ଚ୍ଚ ମାସରେ ଓଡ଼ିଶା ଆସିଥିଲେ ଯୁକ୍ତରାଷ୍ଟ୍ର ଆମେରିକାର ସେକ୍ରେଟାରୀ ଅଫ କମର୍ସ ଜୀନା ରାଏମୋଣ୍ଡୋ । ନୂଆଦିଲ୍ଲୀରେ ଆୟୋଜିତ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେଇ ଧର୍ମେନ୍ଦ୍ରଙ୍କ ସହ ଯୁକ୍ତରାଷ୍ଟ୍ର ଆମେରିକାର ସେକ୍ରେଟାରୀ ଅଫ କମର୍ସ ଜୀନା ରାଏମୋଣ୍ଡୋଙ୍କ ଜୀବନବ୍ୟାପୀ ଶିକ୍ଷା ଗ୍ରହଣରେ ବ୍ୟାପକ ସୁଯୋଗ ସୃଷ୍ଟି କରିବା, ଦକ୍ଷତା ବିକାଶ, ଷ୍ଟାର୍ଟଅପ ଓ କ୍ଷୁଦ୍ର ଏବଂ ଅଣୁ ଉଦ୍ୟୋଗ କ୍ଷେତ୍ରରେ ସହଯୋଗକୁ ଅଧିକ ମଜଭୁତ କରିବା ଦିଗରେ ଆଲୋଚନା କରିଥିଲେ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.