ETV Bharat / international

ନୂଆ ଆଶା, ଆକାଂକ୍ଷା ଓ ସମ୍ଭାବନାକୁ ଆସିଛି ନବ ବର୍ଷ, ଧୁମଧାମରେ ସ୍ବାଗତ କଲେ ବିଶ୍ବବାସୀ - ନୂଆ ବର୍ଷ

World welcomes 2024: ଶେଷ ହୋଇଛି ପୁରୁଣା ବର୍ଷର ରାତି । କାନ୍ଥରୁ ହଟିଛି ପୁରୁଣା କ୍ୟାଲେଣ୍ଡର । ନୂଆବର୍ଷକୁ ସ୍ବାଗତ କଲେ ବିଶ୍ବବାସୀ । ଅଧିକ ପଢନ୍ତୁ

world welcomes 2024
ନବ ବର୍ଷ
author img

By ETV Bharat Odisha Team

Published : Jan 1, 2024, 7:40 AM IST

ନୂଆଦିଲ୍ଲୀ: ବିଦାୟ ନେଇଛି ପୁରୁଣା ବର୍ଷ । ଉଇଁଛି ନୂଆ ବର୍ଷର ସୂର୍ଯ୍ୟ । ନୂଆ ଆଶା, ଆକାଂକ୍ଷା ଓ ସମ୍ଭାବନାକୁ ନେଇ ଆସିଛି ବର୍ଷ 2024 । ବଦଳି ଯାଇଛି ବର୍ଷ ଓ କାନ୍ଥରୁ ହଟିଛି ପୁରୁଣା କ୍ୟାଲେଣ୍ଡର । ଶୀତୁଆ ରାତିରେ ଜିରୋ ନାଇଟ ସେଲିବ୍ରେସନ କରି ନୂଆ ବର୍ଷକୁ ସ୍ବାଗତ କରିଛନ୍ତି ବିଶ୍ବବାସୀ । ପୁରୁଣା ବର୍ଷର ଦୁଃଖକୁ ଭୁଲି ନୂଆବର୍ଷ କେମିତି ଭଲରେ କଟିବ ସେନେଇ ସଂକଳ୍ପ ନେଇଛନ୍ତି ସମସ୍ତେ । ନୂଆ ବର୍ଷ, ନୂଆ ଦିନ ଆରମ୍ଭ ହୋଇଛି । ଅକଲାଣ୍ଡ, ଅଷ୍ଟ୍ରେଲିଆ, ଆମେରିକା, ଆଫ୍ରିକା, ଇଂଲଣ୍ଡ ଓ ଇଣ୍ଡିଆରେ ନବବର୍ଷକୁ ଜୋରଦାର ସ୍ବାଗତ କରାଯାଇଛି । କାଶ୍ମୀରରୁ କନ୍ୟାକୁମାରୀ କଚ୍ଛରୁ କୋହିମା ସବୁଠି ନୂଆବର୍ଷର ଉତ୍ସାହ । ଗୀତ ଗାଇ, ନାଚି ଓ ବାଣ ଫୁଟାଇ ନୂତନ ବର୍ଷକୁ ସ୍ବାଗତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- ନୂଆବର୍ଷ ୨୦୨୪କୁ ସ୍ବାଗତ କଲା ନ୍ୟୁଜିଲାଣ୍ଡ, ଆତସବାଜିରେ ଝଲସିଲା ଅକଲାଣ୍ଡ

ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରରେ ଛୁଇଁଥିଲା ପ୍ରଥମ ନୂଆବର୍ଷ । ବିଳମ୍ବିତ ରାତିରେ ଜିରୋ ନାଇଟ ସେଲିବ୍ରେସନ କରି ଘଣ୍ଟାରେ 12ଟା ବାଜିବା ପରେ ରଙ୍ଗିନ ଆଲୋକ ମାଳାରେ ଝଲସି ଉଠିଥିଲା ଆକାଶ । ଅଷ୍ଟ୍ରେଲିଆର ସିଡନୀ ହାରବୋର ଏବଂ ଅକଲାଣ୍ଡର ସ୍କାଏ ଟାଓ୍ବାରରେ ବାଣ ଫୁଠାଇ ନୂଆବର୍ଷକୁ ସ୍ବାଗତ କରାଯାଇଛି । ସେହିପରି ଭାରତରେ ମଧ୍ୟ ନୂଆବର୍ଷକୁ ଧୁମଧାମରେ ସ୍ବାଗତ କରାଯାଇଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ହୋଟେଲ, ପବ , ରେସ୍ତୋରାଁରେ ଜମିଥିଲା ଜିରୋନାଇଟ । ଗୀତରେ ତାଳେ ତାଳେ ଛୁମିଥିଲେ ସମସ୍ତେ । ଅପେକ୍ଷା ଥିଲା ଘଣ୍ଟାରେ କେତେବେଳେ 12ଟା ବାଜିବ । ଘଣ୍ଟା କଣ୍ଟା, ମିନିଟ କଣ୍ଟା ଓ ସେକଣ୍ଡ କଣ୍ଟା 12 ସଂଖ୍ୟାରେ ପହଞ୍ଚିବା ପରେ ଆତସବାଜିରେ କମ୍ପି ଉଠିଥିଲା ପୁରା ଦେଶ । ରାତିର ଅନ୍ଧାର ଭରି ଉଠିଥିଲା ରଙ୍ଗିନ ଆଲୋକରେ । ପରସ୍ପରକୁ ହାପି ନ୍ୟୁ ଇୟର କହି ନୂଆବର୍ଷର ଶୁଭେଚ୍ଛା ଜଣାଉଛନ୍ତି ସମସ୍ତେ ।

ସକାଳୁ ଉଇଁଛି ନୂଆବର୍ଷର ସୂର୍ଯ୍ୟ । ଭାରତରେ ଥିବା ବିଭିନ୍ନ ମନ୍ଦିର ଗୁଡିକୁ ଲୋକଙ୍କ ସମାଗମ ହୋଇଛି । ଆଜି ସୋମବାର ରହିଥିବାରୁ ମନ୍ଦିର ଗୁଡିକରେ ବହୁ ସଂଖ୍ୟକ ଲୋକଙ୍କ ସମାଗମ ହୋଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ମନ୍ଦିରଗୁଡିକରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଘରେ ଘରେ ଜମିଛି ଖୁସୀର ଆସର । ଆଶା ଏହି ନୂଆ ବର୍ଷ ସମସ୍ତଙ୍କ ପାଇଁ ଖୁସୀ ଆଣିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.