ETV Bharat / international

ଆକ୍ସନ ମୁଡରେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ସମ୍ବାଦିକଙ୍କୁ ଦେବେ ସୁରକ୍ଷା

author img

By

Published : Apr 18, 2022, 12:57 PM IST

ପାକିସ୍ତାନରେ ବରିଷ୍ଠ ସାମ୍ବାଦିକ ଓ ସେମାନଙ୍କ ପରିବାରକୁ ସୁରକ୍ଷା ଦେବା ନେଇ ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ ଶେହୱାଜ ସରିଫ୍‌ । ଅଧିକ ପଢନ୍ତୁ

ଆକ୍ସନମୁଡରେ  ପାକିସ୍ତାନ ପ୍ରଧାନମନ୍ତ୍ରୀ, ସମ୍ବାଦିକଙ୍କୁ ଦେବେ ସୁରକ୍ଷା

ଇସଲାମବାଦ: ସାମ୍ବାଦିକଙ୍କ ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା । ବରିଷ୍ଠ ସାମ୍ବାଦିକ ଓ ସେମାନଙ୍କ ପରିବାରକୁ ଦିଆଯିବ ସୁରକ୍ଷା । ଏନେଇ ପ୍ରଧାନମନ୍ତ୍ରୀ ଶେହୱାଜ ସରିଫ୍‌ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁମାନେ ସାମ୍ବାଦିକଙ୍କୁ ଆକ୍ରମଣ ଓ ଦୁର୍ବ୍ୟବହାର କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପାକିସ୍ତାନ ମୁସଲିମ ଲିଗ୍ (Q) ପିଏମଏଲ-ଏନ ମୁଖପାତ୍ର ମାରିୟମ ଔରଙ୍ଗଜେବ, ଇସଲାମାବାଦର ଆଇଜିଙ୍କ ସହ ଯୋଗାଯୋଗ କରି ଯେଉଁମାନେ ସାମ୍ବାଦିକଙ୍କୁ ହଇରାଣ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ସେମାନଙ୍କୁ ଆକ୍ରମଣ କରୁଛନ୍ତି ସେମାନଙ୍କ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ ।

ଏନେଇ ଆଇନ ଶୃଙ୍ଖଳା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସାମ୍ବାଦିକଙ୍କ ପ୍ରତି ଦୁର୍ବ୍ୟବହାରକୁ କୌଣସି ପ୍ରକାରର ବରଦାସ୍ତ କରାଯିବ ନାହିଁ ବୋଲି ଟ୍ବିଟ କରି କହିଛନ୍ତି ମାରିୟମ ଔରଙ୍ଗଜେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସାମ୍ବାଦିକ ମାନେ ସାଧାରଣ ନାଗରିକଙ୍କ ହକ ନେଇ ଲଢେଇ କରୁଛନ୍ତି, ତେଣୁ ଯିଏ ଆଇନକୁ ହାତକୁ ନେବାକୁ ଚେଷ୍ଟା କରିବ ସେମାନଙ୍କୁ କେବେବି ବରଦାସ୍ତ କରାଯିବ ନାହିଁ ।

ସାମ୍ବାଦିକଙ୍କ ଉପରକୁ ଗୁଳିଚାଳନା କରିବା, ଚ୍ୟାନେଲକୁ ଅଫ ଏୟାର ,ସାମ୍ବାଦିକଙ୍କୁ ଜେଲରେ ରଖିବା ଭଳି ଅନ୍ଧକାର ଯୁଗ ଶେଷ ହୋଇଛି । ଏଥର ସାମ୍ବାଦିକଙ୍କୁ ଧମକ ଦେବା ଓ ଆକ୍ରମଣ କରିବା ଘଟଣା ଗୁଡିକୁ ବରାଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ସେ । ଏଭଳି ପରିସ୍ଥିତି ଉପରେ ଇସଲାମବାଦ ଆଇଜି ନଜର ରଖିଛନ୍ତି ଏବଂ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶଙ୍କୁ କଡାକଡି ପାଳନ କରାଯିବା ନେଇ କହିଛନ୍ତି ମାରିୟମ ଔରଙ୍ଗଜେବ ।

ପାକିସ୍ତାନରେ ଇମ୍ରାନ ଖାନଙ୍କ ଶାସନ ସମୟରେ ଅନେକ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିଲା । ଆସାଦ ଅଲ୍ଲି ଟୁର ନାମକ ସାମ୍ବାଦିକଙ୍କୁ 2021 ମସିହାରେ ତାଙ୍କୁ ଇସଲାମାବାଦ ବାସଭବନରେ ତିନିଜଣ ବ୍ୟକ୍ତି ଆକ୍ରମଣ କରିଥିଲେ, ଅନ୍ୟ ଜଣେ ସାମ୍ବାଦିକ ଜାହିଦ ଶରିଫ ରାଣାଙ୍କୁ ମଧ୍ୟ ଟାର୍ଗେଟ କରାଯାଇଥିଲା । ଇମ୍ରାନ ଖାନଙ୍କ ତେହେରିକ-ଇ-ଇନସାଫ ସହ ଜଡିତ ଜଣେ ବିଧାୟକଙ୍କ ରାଜନୈତିକ ସହଯୋଗୀ ଓ ସମ୍ପର୍କୀୟଙ୍କ ଏକ ରିପୋର୍ଟକୁ ନେଇ ଟାର୍ଗେଟ କରାଯାଇଥିଲା । ପାକିସ୍ତାନର ଅନ୍ୟ ଜଣେ ସାମ୍ବାଦିକ ହାମ୍ମିଦ ମିର ଶକ୍ତିଶାଳୀ ସାମରିକ ପ୍ରତିଷ୍ଠାନ ବିରୋଧରେ କଠୋର ମନ୍ତବ୍ୟ ଦେଇଥିବାରୁ ତାଙ୍କୁ କଠୋର ଦଣ୍ଡ ଦିଆଯାଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.