ETV Bharat / international

ପାକ୍‌ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୁରିଭୁରି ପ୍ରଶଂସା - ପାକିସ୍ତାନରେ ମୋଦିଙ୍କୁ ପ୍ରଶଂସା

ପୁଣିଥରେ ଶତ୍ରୁ ଦେଶରେ ଭାରତକୁ ପ୍ରଶଂସା । ମୋଦିଙ୍କ ଦୃଢ ଏବଂ ସୁଚିନ୍ତିତ ନେତୃତ୍ବକୁ ପାକିସ୍ତାନରେ ପ୍ରଶଂସା । ଅଧିକ ପଢନ୍ତୁ

modi
modi
author img

By

Published : Jan 16, 2023, 3:43 PM IST

ଇସଲାମବାଦ: ଶତ୍ରୁ ଦେଶରେ ମୋଦିଙ୍କୁ ପ୍ରଶଂସା । ପାକିସ୍ତାନର ପ୍ରମୁଖ ଖବରକାଗଜ ଦ ଏକ୍ସପ୍ରେସ ଟ୍ରିବ୍ୟୁନରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରାଯାଇଛି । ଏଥିରେ ମୋଦିଙ୍କ ଦୃଢ ଏବଂ ସୁଚିନ୍ତିତ ନେତୃତ୍ବଠାରୁ ଆରମ୍ଭ କରି ଭାରତର ସ୍ବାଧୀନ ବୈଦେଶିକ ନୀତି, ନିବେଶ ସୁଯୋଗ, ଅର୍ଥନୈତିକ ଅଭିବୃଦ୍ଧି, ରାଜନୈତିକ ସ୍ଥିରତା ଏବଂ ବିଶ୍ବ ସ୍ତରରେ ଭାରତର ପ୍ରଭାବକୁ ପ୍ରଶଂସା କରାଯାଇଛି ।

ପାକିସ୍ତାନର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଛି । ଏଠାରେ ଲୋକଙ୍କ କ୍ରୟ କରିବା ଆର୍ଥିକ ଶକ୍ତି ହ୍ରାସ ପାଇଛି । ଭାରତ ବିପକ୍ଷରେ ସବୁବେଳେ ଷଡଯନ୍ତ୍ର କରୁଥିବା ପାକିସ୍ତାନ ବର୍ତ୍ତମାନ ନିଜେ ନିଜର ଶିକାର ପାଲଟିବାକୁ ବସିଛି । ଏଭଳି ସ୍ଥିତିରେ ନେତା, ବୁଦ୍ଧିଜୀବୀ ଏବଂ ଗଣମାଧ୍ୟମ ଭାରତର ପ୍ରଶଂସାରେ ଶତମୁଖ ହେବାରେ ଲାଗିଛି ।

ତେବେ ପାକିସ୍ତାନର ସାମରିକ ବିଶେଷଜ୍ଞ ଶେହଜାଦ ଚୌଧୁରୀ ଲେଖିଛନ୍ତି, "ମୋଦିଙ୍କ ନେତୃତ୍ବ ଭାରତକୁ ବିଶ୍ବ ସ୍ତରରେ ସୁପ୍ରତିଷ୍ଠିତ କରିଛି । ବିଶ୍ବ ମଞ୍ଚରେ ଭାରତର ପ୍ରଭାବ ବଢିବାରେ ଲାଗିଛି । ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ଭାରତ ପ୍ରଗତି କ୍ଷେତ୍ରରେ ଆଗକୁ ବଢିଛି । ରାଜନୈତିକ ଏବଂ ଅର୍ଥନୈତିକ ଦୃଷ୍ଟିକୋଣରୁ ଭାରତକୁ ଏକ ସ୍ଥିର ଏବଂ ଅଭିବୃଦ୍ଧି ରାଷ୍ଟ୍ରଭାବେ ପରିଗଣିତ କରାଇବାରେ ମୋଦିଙ୍କ ଯଥେଷ୍ଟ ଭୂମିକା ରହିଛି । ମୋଦିଙ୍କ ନେତୃତ୍ବ ଯୋଗୁଁ ଭାରତର ବିଦେଶ ନୀତି ମଧ୍ୟ କୁଶଳତାର ସହ ଆଗେଇ ଚାଲିଛି ।"

ଏହା ମଧ୍ୟ ପଢନ୍ତୁ: Plane Crash Tragedy: ମିଳିଲା ବିମାନର ବ୍ଲାକ ବକ୍ସ

ସେ ଆହୁରି ମଧ୍ୟ କହିଛନ୍ତି, "ବର୍ତ୍ତମାନ ଭାରତର GDP ୩ ଟ୍ରିଲିୟନ ଡଲାର ଟପିଛି । ଶିଳ୍ପ, ବାଣିଜ୍ୟ, ଗବେଷଣା, ଶିକ୍ଷା ଏବଂ ପ୍ରତିରକ୍ଷା ଭଳି ଅନେକ କ୍ଷେତ୍ରରେ ଭାରତ ଆଖିଦୃଶିଆ ସଫଳତା ହାସଲ କରିଛି । ବିଶ୍ବର ପ୍ରମୁଖ ନିବେଶକମାନେ ବର୍ତ୍ତମାନ ଭାରତକୁ ସବୁଠାରୁ ନିର୍ଭରଯୋଗ୍ୟ ସ୍ଥାନଭାବେ ଗ୍ରହଣ କରିଛନ୍ତି । IT ସେକ୍ଟରଠାରୁ ଆରମ୍ଭ କରି କୃଷିକ୍ଷେତ୍ର ପର୍ଯ୍ୟନ୍ତ ଭାରତ ସବୁ ଦିଗରେ ଆଗୁଆ ରହିଛି । ଭାରତର ଜନସଂଖ୍ୟା ୧୪୦ କୋଟିରୁ ଅଧିକ ରହିଥିଲେ ସୁଦ୍ଧା ସେଠାରେ ଅପେକ୍ଷାକୃତ ସ୍ଥିର, ସୁଶାସନ ଓ କର୍ମତତ୍ପର ରାଜନୀତି ପ୍ରତିଷ୍ଠା ହୋଇପାରିଛି । ଭାରତର ପ୍ରଶାସନିକ ବ୍ୟବସ୍ଥା ମଧ୍ୟ ଦେଶକୁ ଅନେକ କ୍ଷେତ୍ରରେ ବିକଶିତ କରାଇବାରେ ପଥ ଦେଖାଇଛି । ଭାରତ ଯାହା ଚାହୁଁଛି ମୋଦି ତାହା କରିପାରୁଛନ୍ତି ।" ପ୍ରକାଶଥାଉକି, ଏହା ପୂର୍ବରୁ ପୂର୍ତବନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତର ବୈଦେଶିକ ନୀତିକୁ ପ୍ରଶଂସା କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.