ETV Bharat / international

୧୦୦୦ କୁକୁରକୁ ଖାଇବାକୁ ନଦେଇ ମାରିଦେଲେ ବୃଦ୍ଧ

author img

By

Published : Mar 9, 2023, 9:59 AM IST

୧୦୦୦ କୁକୁରକୁ ଖାଇବାକୁ ନଦେଇ ମାରିଦେଲେ ରାକ୍ଷାସରୂପୀ ବୃଦ୍ଧ । ଉତ୍ତର କୋରିଆରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ଅଧିକ ପଢନ୍ତୁ

dogs starved to death in South Korea
dogs starved to death in South Korea

ସିଓଲ: ନୃଶଂସ, ବର୍ବର, ଅମାନୁଷିକତା । ସୀମା ଟପିଲା ପାଶବିକତା । ରାକ୍ଷସ ସାଜି ଗୋଟିଏ କି ଦୁଇଟି ନୁହେଁ ବରଂ ଏକାଥରେ ୧୦୦୦ଟି କୁକୁରକୁ ହତ୍ୟା କଲେ ୬୦ ବର୍ଷୀୟ ବୃଦ୍ଧ । ଏଭଳି ଘଟଣା ସାମ୍ନାକୁ ଆସିଛି ଦକ୍ଷିଣ କୋରିଆରୁ । ଏନେଇ ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି । ଘଟଣା ବିଷୟରେ ଅବଗତ ହେବାପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ପଶୁ ଅଧିକାର କର୍ମୀଙ୍କ କହିବା ଅନୁସାରେ, ସେହି ୬୦ ବର୍ଷୀୟ ବୃଦ୍ଧ ଜଣକ ଡଗ୍‌ ବ୍ରିଡରଙ୍କଠାରୁ କୁକୁର କିଣୁଥିଲେ । ବାର୍ଦ୍ଧକ୍ୟ କୁକୁର କିମ୍ବା ପ୍ରଜନନ କ୍ଷମତା ନଥିବା କୁକୁରମାନଙ୍କୁ କମ ମୂଲ୍ୟ ଦେଇ ଆଣୁଥିଲା । ୨୦୨୦ ମସିହାରୁ ଏହି ବ୍ୟାପାର ଚଳାଇଥିଲେ । ଏହାସହ କୁକୁରମାନଙ୍କ ଯତ୍ନ ନେବା ପାଇଁ ଗୋଟିଏ କୁକୁର ପିଛା ୧୦ ହଜାର ଟଙ୍କା ଦେଉଥିଲା । ଏହାପରେ କୁକୁରମାନଙ୍କୁ ଆଣି କୌଣସି ଏକ ସ୍ଥାନରେ ବନ୍ଦ କରି ଖାଇବାକୁ ନଦେଇ ମାରି ଦେଉଥିଲା । ବର୍ତ୍ତମାନ ସୁଦ୍ଧା ୧୦୦୦ କୁକୁରଙ୍କୁ ମାରି ଏକ ଚଟାଣ ତିଆରି କରିଥିଲା ।

ତେବେ ନିକଟରେ ଜଣେ ବ୍ୟକ୍ତିଙ୍କ କୁକୁର ହଜିଯାଇଥିଲା । ସେ କୁକୁର ଖୋଜିଖୋଜି ଆସି ସେହି ସ୍ଥାନରେ ପହଞ୍ଚିଥିବା ବେଳେ ଏଭଳି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାପରେ ପୋଲିସକୁ ଜଣାଇବା ପରେ ଘଟଣା ଉପରୁ ପରଦା ହଟାଇଛି । ବର୍ତ୍ତମାନ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ଏହି ଘଟଣାକୁ ନେଇ ସ୍ଥାନୀୟ ୟୋଙ୍ଗପ୍ୟାଙ୍ଗ ସରକାର କହିଛନ୍ତି,"ଚଳିତ ସପ୍ତାହ ମଧ୍ୟରେ ସମସ୍ତ କୁକୁରଙ୍କ ମୃତଦେହକୁ ଉଦ୍ଧାର କରାଯିବ । ଗୁରୁତର ଅବସ୍ଥାରେ ୪ଜଣ କୁକୁରକୁ ଉଦ୍ଧାର କରାଯାଇ ସ୍ଥାନୀୟ ପଶୁ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଚାରିଜଣଙ୍କ ମଧ୍ୟରୁ ୨ଜଣ କୁକୁରଙ୍କ ଅବସ୍ଥା ଗୁରୁତର ରହିଛି । "

ପ୍ରକାଶଥାଉକି, ଦକ୍ଷିଣ କୋରିଆରେ ପଶୁ ସୁରକ୍ଷା ନେଇ କୋଠର ଆଇନ ପ୍ରଣୟଣ କରାଯାଇଛି । ପଶୁ ନିର୍ଯାତନା କିମ୍ବା ହତ୍ୟା ଅଭିଯୋଗରେ ଅନ୍ୟୁନ ୩ ବର୍ଷ ଜେଲ ଦଣ୍ଡ ସହ ୩୦ ମିଲିୟମ ଫାଇନ ଦିଆଯିବା ନେଇ ନିୟମ ରହିଛି । ଦିଆଯାଇଥିବା ତଥ୍ୟ ଅନୁସାରେ, ଦକ୍ଷିଣ କୋରିଆରେ ପଶୁ ହତ୍ୟା ବୃଦ୍ଧି ପାଇବାରେ ଲାଗିଛି । ୨୦୧୦ ମସିହାଠାରୁ ୨୦୧୯ ମସିହା ପର୍ଯ୍ୟନ୍ତ ପଶୁ ହତ୍ୟା ୬୯ରୁ ବୃଦ୍ଧି ପାଇ ୯୧୪ରେ ପହଞ୍ଚିଛି । ପଶୁ ବିଭାଗର ତଥ୍ୟ ମୁତାବକ ବର୍ତ୍ତମାନ ପଶୁ ହତ୍ୟା ବୃଦ୍ଧି ପାଇ ୪୦ହଜାରରେ ପହଞ୍ଚିଛି ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.