ETV Bharat / international

Turkey-Syria Earthquake: 15 ହଜାର ଟପିଲା ମୃତ୍ୟୁ ସଂଖ୍ୟା, ଜଣେ ଭାରତୀୟ ନିଖୋଜ - ତୁର୍କୀରେ ଭାରତୀୟ ନିଖୋଜ

ପ୍ରଳୟଙ୍କାରୀ ଭୂକମ୍ପରେ ତୁର୍କୀର ସ୍ଥିତି ଅତି ଜଟିଳ ହୋଇ ପଡିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜଣେ ଭାରତୀୟ ନିଖୋଜ ଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

Turkey Syria Earthquake
Turkey Syria Earthquake
author img

By

Published : Feb 9, 2023, 7:54 AM IST

ଅଙ୍କରା: ଭୟଙ୍କର ଭୂକମ୍ପରେ ତୁର୍କୀ ଏବଂ ସିରିଆ ଛାରଖାର ହୋଇଯାଇଥିବା ବେଳେ ଏବେ ସ୍ଥିତି ଦୟନୀୟ ହୋଇଛି । ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ୧୫ ହଜାର ପାର କରିଛି । ବର୍ତ୍ତମାନ ସୁଦ୍ଧା ମଧ୍ୟ ଶହଶହ ଲୋକ କୋଠା ତଳେ ଚାପି ହୋଇ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି । ପ୍ରାକୃତିକ ବିପର୍ଯ୍ୟୟରେ ପେଶି ହୋଇଯାଇଛି ତୁର୍କୀ । ତେବେ ଏହାରି ଭିତରେ ଜଣେ ଭାରତୀୟ ନିଖୋଜ ରହିଥିବା ଖବର ସାମ୍ନାକୁ ଆସିଛି । ଏନେଇ ଗତକାଲି(ବୁଧବାର) ବୈଦେଶିକ ବ୍ୟାପାର ସଚିବ ସଞ୍ଜୟ ବର୍ମା ସୂଚନା ଦେଇଛନ୍ତି ।

ଅପରେସନ ଦୋସ୍ତ ସେ କହିଛନ୍ତି, " 10ଜଣ ଭାରତୀୟ ଅନେକ ସ୍ଥାନରେ ଫସି ରହିଛନ୍ତି । କିନ୍ତୁ ସେମାନେ ସୁରକ୍ଷିତ ରହିଛନ୍ତି । ହେଲେ ଜଣେ ଭାରତୀୟଙ୍କ ଦୁଇ ଦିନ ହେଲା କୌଣସି ପତ୍ତା ମିଳି ନାହିଁ । ତୁର୍କୀର ମାଲତୟାକୁ ବ୍ୟବସାୟକୁ ଆସି ଫସିଯାଇଥିବା ଜଣାପଡିଛି । ଆମେ ତାଙ୍କ ପରିବାର ଏବଂ ସେ କାମ କରୁଥିବା ବେଙ୍ଗାଲୁରୁର କମ୍ପାନୀ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରୁଛୁ ।"

ସଞ୍ଜୟ ବର୍ମା ଆହୁରି ମଧ୍ୟ କହିଛନ୍ତି, "ତୁର୍କୀରେ ସମୁଦାୟ ୩୦୦୦ ହଜାର ଭାରତୀୟ ବାସ କରନ୍ତି । ସେଥିମଧ୍ୟରୁ ଇସ୍ତାନବୁଲରେ ୧୮୫୦ ଜଣ ଏବଂ ଅଙ୍କରାରେ ୨୫୦ଜଣ ରହିଛନ୍ତି । ଆଉ କିଛି ଜଣ ଦେଶର ବିଭିନ୍ନ ସ୍ଥାନରେ ରହୁଛନ୍ତି । "

କହୁରଖୁଛୁ କି, ନିଖୋଜ ଯୁବକ ଜଣକ ଉତ୍ତରାଖଣ୍ଡର ହୋଇଥିବା ବେଳେ ପରିବାର ଲୋକେ ଉଦ୍ଧାର କରିବା ପାଇଁ ଗୁହାରି କରିଛନ୍ତି ।ନିଖୋଜ ଯୁବକ ହେଲେ ବିଜୟ ଚନ୍ଦ୍ର । ସେ ବେଙ୍ଗାଲୁରୁ ଏକ କମ୍ପାନୀରେ କାମ କରୁଥିବା ବେଳେ ଗତ ଜାନୁଆରୀ ୨୨ ତାରିଖରେ କୌଣସି କାମ ପାଇଁ ତୁର୍କୀ ଯାଇଥିଲେ । ବିଜୟଙ୍କ ବଡଭାଇ ଅରୁଣ କହିଛନ୍ତି, " ଭୂକମ୍ପ ପୂର୍ବରୁ ବିଜୟ ସହ ସର୍ବଦା ଭିଡିଓ କଲରେ କଥା ହେଉଥିଲୁ । କିନ୍ତୁ ଭୂକମ୍ପ ପରଠାରୁ କୌଣସି ଯୋଗାଯୋଗ ହୋଇପାରି ନାହିଁ ।"

ଏହା ମଧ୍ୟ ପଢନ୍ତୁ: Turkey-Syria Earthquake: ଭୂକମ୍ପରେ ଛାରଖାର ରାଷ୍ଟ୍ର, ମୃତ୍ୟୁସଂଖ୍ୟା ୧୧ ହଜାର ପାର୍

ତୁର୍କୀ ଓ ସିରିଆରେ ଭୂମିକମ୍ପ ଦ୍ବାରା ପ୍ରଭାବିତ ହୋଇଥିବା ଲୋକଙ୍କୁ ଉଦ୍ଧାର କରିବା ପ୍ରକ୍ରିୟା ଜାରି ରହିଛି । ଏଥିଲାଗି ଅନେକ ବିଦେଶୀ ରାଷ୍ଟ୍ର ସହଯୋଗର ହାତ ବଢାଇଛି । ଭାରତ ମଧ୍ୟ ତୁର୍କୀକୁ ସହାୟତା କରିବା ଲାଗି 'ଅପରେସନ ଦୋସ୍ତ' ଅଭିଯାନ ଆରମ୍ଭ କରିଛି । ତୁର୍କୀର ଦକ୍ଷିଣାଞ୍ଚଳରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି । ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକେ ଅତ୍ୟଧିକ ଥଣ୍ଡାରେ ପ୍ରାଣତ୍ୟାଗ କରିବା ପୂର୍ବରୁ ସେମାନଙ୍କୁ ସୁରକ୍ଷିତର ସହିତ ଉଦ୍ଧାର କରିବା ଲାଗି ଉଦ୍ୟମ ଜାରି ରହିଛି । ସିରିଆର ଉତ୍ତରାଞ୍ଚଳରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଥିବା ଜଣାପଡ଼ିଛି । ଉଭୟ ରାଷ୍ଟ୍ରରୁ ଶୀଘ୍ର ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ ଜାରି ରହିଛି । ଉଦ୍ଧାର କାର୍ଯ୍ୟ ବେଳେ ଅନେକ କୁନି ଶିଶୁଙ୍କୁ ଉଦ୍ଧାର କରାଯାଇଛି ।

ପ୍ରକାଶଥାଉକି, ଗତ ସୋମବାର ଦିନ ହୋଇଥିବା ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୧୫ ହଜାର ଟପିଥିବା ବେଳେ ଆହତଙ୍କ ସଂଖ୍ୟା ୪୦ ହଜାର ଅତିକ୍ରମ କରିଛି । ତେବେ ମୃତ୍ୟୁ ସଂଖ୍ୟା ୨୦ ହଜାର ଟପିବ ବୋଲି ପୂର୍ବରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଆଶଙ୍କା ପ୍ରକାଶ କରାଯାଇଛି । ଉଦ୍ଧାର କାର୍ଯ୍ୟ ପର୍ଯ୍ୟାପ୍ତ ହେଉ ନାହିଁ ବୋଲି ତୁର୍କୀ ରାଷ୍ଟ୍ରପତି ରିସେପ ତାୟିପ ଏର୍ଡୋଗାନ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.