ETV Bharat / international

COVID-19: ଉତ୍ତର କୋରିଆରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହେବାରୁ ଜାତୀୟ ଜରୁରୀକାଳୀନ ସ୍ଥିତି ଘୋଷଣା - ଉତ୍ତର କୋରିଆରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଉତ୍ତର କୋରିଆରୁ ଚିହ୍ନଟ ହେଲେ ପ୍ରଥମ କୋରୋନା ଆକ୍ରାନ୍ତ । ସଂକ୍ରମିତ ଚିହ୍ନଟପରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ କିମ୍‌ ଜୋଙ୍ଗ୍‌ ଉନ୍‌ । ଅଧିକ ପଢନ୍ତୁ

ଉତ୍ତର କୋରିଆରେ ପ୍ରଥମ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା

author img

By

Published : May 12, 2022, 11:37 AM IST

ପାଙ୍ଗଙ୍ଗ୍: ଉତ୍ତର କୋରିଆରୁ ଚିହ୍ନଟ ହେଲେ ପ୍ରଥମ କୋରୋନା(COVID-19) ଆକ୍ରାନ୍ତ । ସଂକ୍ରମିତ ଚିହ୍ନଟପରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ କିମ୍‌ ଜୋଙ୍ଗ୍‌ ଉନ୍‌ । ସୂଚନା ଅନୁସାରେ, ୨୦୨୦ରେ ମହାମାରୀ ପ୍ରାରମ୍ଭରୁ ନିଜର ସୀମାନ୍ତ ସବୁ ବନ୍ଦ ରଖିଥିବା ଉତ୍ତର କୋରିଆ ଆଜିଯାଏଁ ଗୋଟିଏ ମଧ୍ୟ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା କଥା ସ୍ବୀକାର କରି ନ ଥିଲା । ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଉତ୍ତର କୋରିଆରେ ଜ୍ବରରେ ପୀଡ଼ିତ ଜଣେ ବ୍ୟକ୍ତିଙ୍କ ଠାରୁ ସଂଗ୍ରହ କରାଯାଇଥିବା ନମୁନାରୁ ଜଣାପଡ଼ିଛି ଯେ, ସେ ଓମିକ୍ରନ୍‌ ଭେରିଏଣ୍ଟ ଦ୍ବାରା ସଂକ୍ରମିତ ।

କିମ୍‌ ଜୋଙ୍ଗ୍‌ ଉନ୍‌ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ଏକ ବୈଠକରେ କିମ୍‌ ଜୋଙ୍ଗ୍‌ ଉନ୍‌ କହିଛନ୍ତି ଯେ, "ସ୍ବଳ୍ପ ସମୟ ମଧ୍ୟରେ କୋରୋନା ଭୂତାଣୁର ମୂଳୋତ୍ପାଟନ ହେଉଛି ଜରୁରୀ ପରିସ୍ଥିତି ଘୋଷଣାର ଲକ୍ଷ୍ୟ । ତେଣୁ ଲକଡାଉନ ଘୋଷଣା କରାଯାଇଛି । ଜନସାଧାରଣଙ୍କ ମଧ୍ୟରେ ସଚେତନତା ଅଧିକ ଥିବାରୁ ଜରୁରୀକାଳୀନ ପରିସ୍ଥିତି ଜନିତ ଅସୁବିଧା ସହ୍ୟକରି ବିଜୟୀ ହେବୁ ।" ଏହାସହ ସୀମାନ୍ତରେ କଟକଣାକୁ କଠୋର କରିବା ସହ ଏହି ମାରାତ୍ମକ ଭୂତାଣୁକୁ ଚେକ୍‌ ଦେବାକୁ ଲକଡାଉନ ଘୋଷଣା କରାଯାଇଛି । ସମସ୍ତ ବ୍ୟବସାୟ ଏବଂ ଉତ୍ପାଦନ କାର୍ଯ୍ୟକଳାପ ନିମନ୍ତେ ସ୍ବତନ୍ତ୍ର ୟୁନିଟ ଗଠନ କରାଯିବ ବୋଲି କହିଛନ୍ତି କିମ୍‌ ଜୋଙ୍ଗ୍‌ ଉନ୍‌ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.