ETV Bharat / international

ପ୍ରାର୍ଥନା ବେଳେ ଭୁଶୁଡିଲା ମସଜିଦ କୋଠା: ୭ ଜଣଙ୍କ ମୃତ୍ୟୁ

author img

By

Published : Aug 12, 2023, 9:58 AM IST

ପ୍ରାର୍ଥନା ସମୟରେ ମସଜିଦ କୋଠା ଭୁଶୁଡି ୭ ଜଣ ମୃତ । ଜାଣନ୍ତୁ କେଉଁଠି ଘଟିଛି ଏହି ଅଘଟଣ

ମସଜିଦ କୋଠା ଭୁଶୁଡି ୭ ଜଣ ମୃତ
ମସଜିଦ କୋଠା ଭୁଶୁଡି ୭ ଜଣ ମୃତ

ଅବୁଜା: ପ୍ରାର୍ଥନା ସମୟରେ ଭୁଶୁଡିଲା ମସଜିଦ । ଆଖି ପିଛୁଳାକେ ଚାଲିଗଲା ୭ ଜଣଙ୍କ ଜୀବନ । ଶୁକ୍ରବାର ଦିନ ଉତ୍ତର-ପଶ୍ଚିମ ନାଇଜେରିଆର କଦୁନା ରାଜ୍ୟରେ ଏଭଳି ଅଘଟଣ ଘଟିଯାଇଛି । କଦୁନାର ଜରିଆ ସହର ସ୍ଥିତ ଜରିଆ ସେଣ୍ଟ୍ରାଲ ମସଜିଦ କୋଠା ଭୁଶୁଡି ପଡିଛି । ଏଥିରେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅଗ୍ନିଶମ କର୍ମଚାରୀ ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଉକ୍ତ ମସଜିଦଟି ୨୦୦ରୁ ବର୍ଷରୁ ଅଧିକ ପୁରୁଣା ଥିଲା । ଅଘଟଣ ସମୟରେ ୧୦୦ରୁ ଅଧିକ ଲୋକେ ମସଜିଦ ଭିତରେ ପ୍ରାର୍ଥନା କରୁଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳର ଅନେକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଥିଲା ।

ସୂଚନା ମୁତାବକ, ଜରିଆ ଉତ୍ତର ନାଇଜେରିଆର ସର୍ବବୃହତ ସହର ଗୁଡିକ ମଧ୍ୟରୁ ଅନ୍ୟତମ । ଶୁକ୍ରବାର ଦିନ ଶତାଧିକ ଲୋକେ ସମୂହ ପ୍ରାର୍ଥନା ପାଇଁ ଜରିଆ ସେଣ୍ଟ୍ରାଲ ମସଜିଦ ଏକାଠି ହୋଇଥିଲେ । ପ୍ରାର୍ଥନା ଚାଲିଥିବା ବେଳେ ହଠାତ୍ ମସଜିଦ କୋଠାର ଗୋଟିଏ ଭାଗ ଭୁଶୁଡି ପଡିଥିଲା । ଏହାତଳେ ଅନେକ ମୁସଲମାନ ଶ୍ରଦ୍ଧାଳୁ ଫସି ଯାଇଥିଲେ । ଖବର ପାଇ ତୁରନ୍ତ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ହେଲେ ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଥିଲା । ରାଜ୍ୟ ଜରୁରୀକାଳୀନ ପରିଚାଳନା ଏଜେନ୍ସି ପକ୍ଷରୁ କୁହାଯାଇଛି, ଅଗ୍ନିଶମ କର୍ମଚାରୀଙ୍କ ଦ୍ବାରା ୨୦ରୁ ୨୩ ଜଣ ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ତେବେ ଦୁର୍ଘଟଣା ସମୟର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଏଥିରେ ଦେଖାଯାଇଛି ଯେ, ମସଜିଦର ଛାତର ଗୋଟିଏ ଭାଗ ଭୁଶୁଡି ଯାଇ ଲୋକଙ୍କ ଉପରେ ପଡିଥିଲା ।

ଏହାମଧ୍ୟ ପଢନ୍ତୁ: ଆମେରିକାର ହୱାଇ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ: ଗଲାଣି ୬୭ ଜୀବନ

କଦୁନା ଗଭର୍ଣ୍ଣର ଉବା ସାନା ଏହି ଅଘଟଣରେ ଦୁଃଖ ପ୍ରକାଶ କରିବା ସହ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାର ଅନୁଧ୍ୟାନ ପାଇଁ ଏକ ତଦନ୍ତକାରୀ ଟିମ୍ ଜରିଆରେ ପହଞ୍ଚିଛନ୍ତି । ଗତ ବର୍ଷ ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ରରେ ଡର୍ଜନରୁ ଅଧିକ କୋଠା ଭୁଶୁଡିବା ଘଟଣା ସାମ୍ନାକୁ ଆସିବା ପରେ ଏବେ ପୁଣି ଗୋଟିଏ ସର୍ବପୁରାତନ ମସଜିଦ କୋଠା ଭୁଶୁଡିଛି । ୧୮୩୦ ମସିହାରେ ଏହି ଜରିଆ ମସଜିଦ ନିର୍ମିତ ହୋଇଥିଲା । ତେବେ ଏହି ପ୍ରାଚୀନ ଜରିଆ ମସଜିଦରେ ଉପଯୁକ୍ତ ରକ୍ଷଣାବେକ୍ଷଣର ଅଭାବ ଏବଂ ବିଲ୍ଡିଂ ସୁରକ୍ଷା ନିୟମର ଅନୁପାଳନ ନହେବା ଯୋଗୁଁ ଏତେ ବଡ ଅଘଟଣ ଘଟିଥିବା କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.