ETV Bharat / international

ଆପାର୍ଟମେଣ୍ଟରେ ଲାଗିଲା ଭୟଙ୍କର ନିଆଁ; ୫୦ ଜୀବନ୍ତ ଦଗ୍ଧ

୯ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ ବିଲ୍ଡିଂରେ ନିଆଁ ଲାଗି ୫୦ରୁ ଅଧିକ ଜୀବନ୍ତ ଦଗ୍ଧ । ଜାଣନ୍ତୁ କେଉଁଠି ଘଟିଛି ଏହି ଅଘଟଣ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Sep 13, 2023, 2:56 PM IST

ଆପାର୍ଟମେଣ୍ଟରେ ଲାଗିଲା ଭୟଙ୍କର ନିଆଁ
ଆପାର୍ଟମେଣ୍ଟରେ ଲାଗିଲା ଭୟଙ୍କର ନିଆଁ

ହାନୋଇ: ରାତିରେ ଖାଇ ପିଇ ସମସ୍ତେ ଶୋଇଥିଲେ । ଅଚାନକ ମାଡି ଆସିଲା ମୃତ୍ୟୁ । ରାତିର ଘନ ଅନ୍ଧକାର ଭିତରେ ହୁହୁ ହୋଇ ଜଳିଲା ଆପାର୍ଟମେଣ୍ଟ ବିଲ୍ଡିଂ । ଭୟଙ୍କର ଅଗ୍ନିକାଣ୍ଡରେ ବିଲ୍ଡିଂ ସହ ମଣିଷ ବି ଜଳିଗଲେ । ମଙ୍ଗଳବାର ରାତିରେ ଭିଏତନାମର ରାଜଧାନୀ ହାନୋଇ ସ୍ଥିତ ଏକ ୯ ମହଲା ଆପାର୍ଟମେଣ୍ଟରେ ଭୀଷଣ ନିଆଁ ଲାଗିବା ଯୋଗୁଁ ୫୦ରୁ ଅଧିକ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏଥିରେ ଏକାଧିକ ଲୋକ ଗୁରୁତର ଆହତ ହୋଇଥିବା ବେଳେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏଯାଏଁ ଏହି ଅଗ୍ନିକାଣ୍ଡର କାରଣ ଜଣାପଡ଼ିନି ।

ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ସାଢେ ୧୧ଟା(ସ୍ଥାନୀୟ ସମୟ) ବେଳେ ଆପାର୍ଟମେଣ୍ଟ ବିଲ୍ଡିଂରେ ନିଆଁ ଲାଗି ଯାଇଥିଲା । ଏହି ବିଲ୍ଡିଂରେ ୪୫ ପରିବାର ବସବାସ କରୁଥିଲେ । ରାତିରେ ସମସ୍ତେ ଖାଇ ପିଇ ବିଶ୍ରାମ କରୁଥିବା ବେଳେ ଅଗ୍ନିକାଣ୍ଡ ଘଟିଥିଲା । ଆଖି ପିଛୁଳାକେ ହୁ ହୁ ହୋଇ ଜଳି ଉଠିଥିଲା କୋଠା । ଲୋକମାନେ ଜୀବନ ବିକଳରେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ । ଏ ସମ୍ପର୍କରେ ଖବର ପାଇ ସଙ୍ଗେସଙ୍ଗେ ଅଗ୍ନିଶମ ବାହାନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ତେବେ ବିଲ୍ଡିଂ ପାଖକୁ ଯାଉଥିବା ରାସ୍ତା ଖୁବ୍ ସଂକୀର୍ଣ୍ଣ ଥିବାରୁ ଦମକଳ ଗାଡ଼ିକୁ ସେଠି ପହଞ୍ଚିବାରେ ଅସୁବିଧା ହୋଇଥିଲା । ବିଲ୍ଡିଂଠାରୁ ୩୦୦ରୁ ୪୦୦ ମିଟର ଦୂରରେ ଦମକଳ ଗାଡ଼ି ଅଟକି ରହିଥିଲା । ଉଦ୍ଧାରକାରୀ ଦଳ ବିଲ୍ଡିଂ ଭିତରୁ ପ୍ରାୟ ୭୦ ଜଣଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କ ମଧ୍ୟରୁ ୫୪ ଜଣଙ୍କୁ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ: Libya floods: ଲିବ୍ୟାରେ ସାମୁଦ୍ରିକ ଝଡ଼ ପରେ ବନ୍ୟା ବିଭୀଷିକା, ମୃତ୍ୟୁସଂଖ୍ୟା ୫,୩୦୦କୁ ବୃଦ୍ଧି

ଅଗ୍ନିକାଣ୍ଡରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସେଥିମଧ୍ୟରେ ୩ ଜଣ ଛୋଟ ଛୁଆ ରହିଛନ୍ତି । ଏହି ଅଘଟଣରେ ୫୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଏବେ ସମସ୍ତେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତେବେ ବିଲ୍ଡିଂ ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ଆଜି ସକାଳେ ପର୍ଯ୍ୟନ୍ତ ସେଥିରୁ ଧୂଆଁ ଉଠିଥିବାର ଦେଖିବାକୁ ମିଳିଛି । ଏଇ କିଛି ଦିନ ପୂର୍ବରୁ ଦକ୍ଷିଣ ଆଫ୍ରିକା ଜୋହନ୍ସବର୍ଗ ସ୍ଥିତ ଏକ ଆବାସିକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୬୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ୪୦ରୁ ଅଧିକ ଲୋକ ଆହତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.