ETV Bharat / international

ଭାରତ ଆସିବେ ମାଳଦ୍ବୀପ ରାଷ୍ଟ୍ରପତି! ବିବାଦରେ ପଡ଼ିପାରେ ବିରାମ - ମାଳଦ୍ବୀପ ରାଷ୍ଟ୍ରପତି

Maldives president may visit India:ଜାନୁଆରୀ ଶେଷ ସପ୍ତାହରେ ଭାରତ ଆସିପାରନ୍ତି ମାଳଦ୍ୱୀପ ରାଷ୍ଟ୍ରପତି । ଅଧିକ ପଢନ୍ତୁ

ଭାରତ ଆସିବେ ମାଳଦ୍ବୀପ ରାଷ୍ଟ୍ରପତି! ବିବାଦରେ ପଡ଼ିପାରେ ବିରାମ

author img

By ETV Bharat Odisha Team

Published : Jan 9, 2024, 1:38 PM IST

Updated : Jan 9, 2024, 4:01 PM IST

ମାଲି (ମାଳଦ୍ବୀପ): ଚୀନ ପରେ ଭାରତ ଆସିପାରନ୍ତି ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ । ବିବାଦ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି ମାଳଦ୍ବୀପ ରାଷ୍ଟ୍ରପତି । ଚଳିତମାସ ଶେଷ ସପ୍ତାହରେ ସେ ଭାରତ ଆସିପାରନ୍ତି । ଏନେଇ ସ୍ଥାନୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ବିବୃତ୍ତି ଜାରି କରାଯାଇନଥିଲେ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଭାରତ ଆସିବା ପାଇଁ ମାଳଦ୍ବୀପ ରାଷ୍ଟ୍ରପତି ନିଜେ ଇଚ୍ଛାପ୍ରକଟ କରିଥିବା ସୂତ୍ରରୁ ଜଣାପଡିଛି । ବର୍ତ୍ତମାନ ସେ ଚୀନ ଗସ୍ତରେ ଅଛନ୍ତି । ନିକଟରେ ତାଙ୍କ 3 ମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିବାରୁ ସେମାନଙ୍କୁ ନିଲମ୍ବିତ କରାଯାଇଥିଲେ ମଧ୍ୟ 2 ଦେଶ ମଧ୍ୟରେ ତିକ୍ତତା ଦେଖିବାକୁ ମିଳିଛି । ଏହି ନିଲମ୍ବନକୁ ସମ୍ପୃକ୍ତ ମନ୍ତ୍ରୀମାନେ ମଧ୍ୟ ଅସ୍ବୀକାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରି ମାଳଦ୍ୱୀପ ଏବେ ଅଡୁଆରେ ପଡ଼ିଥିବା ବେଳେ ଏବେ ଏହାର ସମାଧାନ ପାଇଁ, ମାଳଦ୍ବୀପ ରାଷ୍ଟ୍ରପତି ଭାରତ ଗସ୍ତ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ପ୍ରଧାନମନ୍ତ୍ରୀଙ୍କ ଲାକ୍ଷାଦ୍ୱୀପ ଗସ୍ତ ପରେ ଏହି ବିବାଦ ଆରମ୍ଭ ହୋଇଥିଲା । ସୋସିଆଲ ମିଡିଆରେ ମୋଦିଙ୍କୁ ସମାଲୋଚନା କରି ମାଳଦ୍ୱୀପର 3 ମନ୍ତ୍ରୀ ନିଲମ୍ବିତ ହୋଇଥିଲେ ମଧ୍ୟ ସେମାନଙ୍କ ବରଖାସ୍ତ ଦାବି କରିଛି ଭାରତ । ପ୍ରଧାନମନ୍ତ୍ରୀଙ୍କ ସମାଲୋଚନା ମାଳଦ୍ୱୀପର ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ବିଶେଷ ପ୍ରଭାବ ପକାଇବାର ସମ୍ଭାବନା ରହିଛି ।

ଦୁଇ ଦେଶ ମଧ୍ୟରେ ବିବାଦକୁ ନେଇ ମାଳଦ୍ୱୀପରେ ରାଜନୈତିକ ଓ ପର୍ଯ୍ୟଟନ କ୍ଷେତ୍ରରେ ଅସ୍ଥିରତା ବଢ଼ି ଚାଲିଛି । ମାଳଦ୍ବୀପ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରିଛନ୍ତି ସେଠାକାର ବିରୋଧୀ ଦଳ ନେତା ଅଲ୍ଲି ଆଜିମ୍ । ରାଷ୍ଟ୍ରପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ କହିଛନ୍ତି ଅଲ୍ଲି ଆଜିମ୍ । ଅନ୍ୟପଟେ ଭାରତ ବିରୋଧୀ ମନ୍ତବ୍ୟକୁ ପୂର୍ବତନ ତଥା ମାଳଦ୍ବୀପର ପ୍ରଥମ ନିର୍ବାଚିତ ରାଷ୍ଟ୍ରପତି ମହମ୍ମଦ ନସିଦ ନିନ୍ଦା କରିଛନ୍ତି । ସେ ବର୍ତ୍ତମାନର ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କୁ ଏହି ପ୍ରସଙ୍ଗରେ ଦେଶର ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ ମଧ୍ୟ କହିଛନ୍ତି । ତାଙ୍କ ମନ୍ତ୍ରୀମାନେ ଦେଇଥିବା ଭାରତ ବିରୋଧୀ ମନ୍ତବ୍ୟ ସେମାନଙ୍କ ବ୍ୟକ୍ତିଗତ ଟିପ୍ପଣୀ, ଏହା ମାଳଦ୍ବୀପର ବିଦେଶ ଆଭିମୁଖ୍ୟକୁ ପ୍ରତିଫଳନ କରେନାହିଁ ବୋଲି ରାଷ୍ଟ୍ରପତି ମୁଇଜୁ ସ୍ପଷ୍ଟ କରନ୍ତୁ ବୋଲି ନାସିଦ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ମୋଦିଙ୍କ ଲାକ୍ଷାଦ୍ବୀପ ଗସ୍ତରେ ବିବ୍ରତ ମାଳଦ୍ବୀପ ! ଭାରତକୁ ଟାର୍ଗେଟ କଲେ ଏକାଧିକ ମନ୍ତ୍ରୀ

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାକ୍ଷାଦ୍ବୀପ ଗସ୍ତ କରି ସେଠାକାର ରୋମାଞ୍ଚକର ଅନୁଭୂତି ସୋସିଆଲ ମିଡିଆରେ ସେୟାର କରିଥିଲେ । ଯାହାପରେ ଏହି ବିବାଦ ଆରମ୍ଭ ହୋଇଥିଲା । ସାରା ଦେଶରେ ଓ ବିଶ୍ବରେ ଏବେ ଲାକ୍ଷାଦ୍ବୀପ ସୌନ୍ଦର୍ଯ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଏହି ଲାକ୍ଷାଦ୍ବୀପ ଗସ୍ତ ମାଳଦ୍ବୀପ ପର୍ଯ୍ୟଟନ ଶିଳ୍ପକୁ ପ୍ରଭାବିତ କରିବ ବୋଲି ମାଳଦ୍ବୀପରେ ସନ୍ଦେହ ପ୍ରକାଶ ପାଇଛି । ମାଳଦ୍ୱୀପକୁ ବର୍ଜନ କରିବା ଭାରତୀୟମାନଙ୍କ ମଧ୍ୟରେ ଆକ୍ରୋଷ ଦେଖାଯାଇଥିବା ବେଳେ ଏହି ବିବାଦରେ ବିରାମ ଲଗାଇବା ପାଇଁ ମାଳଦ୍ୱୀପ ରାଷ୍ଟ୍ରପତି ଭାରତ ଗସ୍ତ କରିପାରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 9, 2024, 4:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.