ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ (Liz Truss )ଙ୍କ ଇସ୍ତଫା । ପ୍ରଧାନମନ୍ତ୍ରୀ ହେବାର ଗୋଟିଏ ମାସ ପରେ ତାଙ୍କ ଗାଦି ଟଳମଳ ହେଉଥିବା ବେଳେ ଆଜି ସେ ଇସ୍ତଫା ଦେଇଛନ୍ତି । ଏହାପରେ ଆସନ୍ତା ସପ୍ତାହ ମଧ୍ୟରେ ବ୍ରିଟେନ ଲିଡ଼ରସିପ ନିର୍ବାଚନ ( Leadership election ) ହେବ ବୋଲି ଇସ୍ତଫା ଦେବା ପରେ ଏନେଇ ସୂଚନା ଦେଇଛନ୍ତି ଲିଜ । ଦାୟିତ୍ୱ ଗ୍ରହଣର 45 ଦିନ ପରେ ପଦତ୍ୟାଗ କରିଛନ୍ତି ଟ୍ରସ୍ । ବଜେଟକୁ ନେଇ ଜନ ଆକ୍ରୋଶର ଶିକାର ହୋଇଥିଲେ । ପ୍ରତିଶ୍ରୁତି ପାଳନରେ ଖିଲାପ ନେଇ ବଢିଥିଲା ଅସନ୍ତୋଷ ।
-
📹 Watch: Liz Truss announce she is resigning after 44 days in office pic.twitter.com/FYEcf0Fz44
— The Times and The Sunday Times (@thetimes) October 20, 2022 " class="align-text-top noRightClick twitterSection" data="
">📹 Watch: Liz Truss announce she is resigning after 44 days in office pic.twitter.com/FYEcf0Fz44
— The Times and The Sunday Times (@thetimes) October 20, 2022📹 Watch: Liz Truss announce she is resigning after 44 days in office pic.twitter.com/FYEcf0Fz44
— The Times and The Sunday Times (@thetimes) October 20, 2022
ସେ ପ୍ରଧାନମନ୍ତ୍ରୀ ହେବାର ୪୫ ଦିନରେ ଏହି ଇସ୍ତଫା ଦେଇଛନ୍ତି । ଲିଜଙ୍କ ଇସ୍ତଫା ପୂର୍ବରୁ ଅନେକ ମନ୍ତ୍ରୀ ଇସ୍ତଫା ଦେଇସାରିଥିଲେ । ସେ ଲୋକଙ୍କ ଆଶା ପୂରଣ କରିବାରେ ବିଫଳ ହେବାରୁ ଏହି ଇସ୍ତଫା ଦେଇଛନ୍ତି । ଲିଜ ଏହି ପଦକୁ ସଙ୍କଟ ସମୟରେ ସମ୍ଭାଳିଥିଲେ ବୋଲି କହିଛନ୍ତି । ଗତ ମାସରେ ବ୍ରିଟେନ ସରକାର ଏକ ଆର୍ଥିକ ଯୋଜନା ଆଣିଥିଲେ । ଏହା ଅସଫଳ ହେବାରୁ ରାଷ୍ଟ୍ରରେ ଆର୍ଥିକ ସ୍ଥିତି ସଙ୍କଟରେ ରହିଛି । ଫଳରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି ।
ଏହାପରେ ସେ ନିଜର ଘନିଷ୍ଠ ବନ୍ଧୁ ତଥା ବ୍ରିଟେନର ଅର୍ଥମନ୍ତ୍ରୀ କ୍ସାସି କ୍ବାର୍ଟେଙ୍ଗଙ୍କୁ ଅର୍ଥମନ୍ତ୍ରୀ ପଦରୁ ହଟାଇଥିଲେ । ଅର୍ଥମନ୍ତ୍ରୀ ଭାବେ କ୍ବାର୍ଟେଙ୍ଗ ପ୍ରଧାନମନ୍ତ୍ରୀ ଟ୍ରସଙ୍କ ନୀତିକୁ କାର୍ଯ୍ୟକାରୀ କରିଥିଲେ । ତାଙ୍କର ଟିକସ ନୀତି ଆର୍ଥିକ ବଜାରରେ ବିପର୍ଯ୍ୟୟ ସୃଷ୍ଟି କରିଥିଲା । ଏହାସହିତ କାର୍ଯ୍ୟକାଳ ସମୟରେ ଲିଜ ନିଜ କଞ୍ଜେରଭେଟିଭ ପାର୍ଟିର ବିରୋଧର ଶିକାର ମଧ୍ୟ ହୋଇଥିଲେ । କଞ୍ଜରଭେଟିଭ ପାର୍ଟିର ଅନେକ ନେତା ଲିଜଙ୍କ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦାବି କରିଥିଲେ ।
ଏହା ବି ପଢନ୍ତୁ- UK PM Crisis: ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ ଇସ୍ତଫା
ଇସ୍ତଫା ଦେବା ବେଳେ କଣ କହିଲେ ଲିଜ ?
ଲିଜ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସମୟରେ କହିଥିଲେ, "ଯେଉଁ କାର୍ଯ୍ୟ ପାଇଁ ମୋତେ ଚୟନ କରାଯାଇଥିଲା ସେହି କାର୍ଯ୍ୟ ମୁଁ କରିବାରେ ଅସଫଳ ରହିଲି । ଲୋକଙ୍କ ଆଶା ପୂରଣ କରିବାରେ ମୁଁ ବିଫଳ ହୋଇଛି । ଏହି ପଦବୀକୁ ମୁଁ ସଙ୍କଟ ସମୟରେ ସମ୍ଭାଳିଥିଲି ।" ସେ ନିଜ ଇସ୍ତଫା ଦେବା ସମ୍ପର୍କରେ ବ୍ରିଟେନ ମହାରାଜା ଚାର୍ଲ୍ସଙ୍କୁ ମଧ୍ୟ ସୂଚିତ କରିଛନ୍ତି ।
ଗୃହମନ୍ତ୍ରୀ ମଧ୍ୟ ଦେଇଥିଲେ ଇସ୍ତଫା:-
ଲିଜଙ୍କ ଇସ୍ତଫା ପୂର୍ବରୁ ଭାରତୀୟ ବଂଶୋଦ୍ଭୋବ ତଥା ବ୍ରିଟେନ ସ୍ବରାଷ୍ଟ ମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନ ଇସ୍ତଫା ଦେଇଥିଲେ । ଇସ୍ତଫା ପତ୍ରରେ ସୁଏଲା ଲେଖିଥିଲେ, ''ଆମେ ଏବେ ଜଟିଳ ସମୟ ଦେଇ ଗତି କରୁଛୁ । ସରକାର ଯେଉଁ ଦିଗରେ ଯାଉଛନ୍ତି ତାକୁ ନେଇ ଚିନ୍ତିତ । କେବଳ ନିଜ ମତଦାତାଙ୍କୁ ଦେଇଥିବା ପ୍ରତିଶ୍ରୁତିରୁ ଓହରି ଯାଇନାହୁଁ ବରଂ ସରକାର ନିଜ ଇସ୍ତାହାରରେ ଦେଇଥିବା କଥା ରଖି ପାରିନାହାନ୍ତି । ବିଶେଷ କରି ଜଳପଥ ଦେଇ ଅବୈଧ ଅନୁପ୍ରବେଶ ବନ୍ଦ କରିବା ଉପରେ ଗୁରୁତ୍ବ ଦିଆଯିବାକୁ କୁହାଯାଇଥିଲା । କିନ୍ତୁ ସରକାର ଏଥିରେ ବିଫଳ ହୋଇଛନ୍ତି ।'' ଅତ୍ୟନ୍ତ ଦୁଃଖ ଓ ପରିତାପର ସହ ପଦ ଛାଡ଼ୁଥିବା କହିଛନ୍ତି ସୁଏଲା ।
ଏହା ବି ପଢନ୍ତୁ-ବ୍ରିଟେନ ସ୍ବରାଷ୍ଟ୍ର ମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନଙ୍କ ଇସ୍ତଫା
ସୂଚନା ଥାଉ କି ଗତ ସେପ୍ଟେମ୍ବର ୬ ତାରିଖରେ ବ୍ରିଟିଶ ୧୬ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଭାରତୀୟ ବଂଶୋଦ୍ଭବ ତଥା ବ୍ରିଟିଶ ସାଂସଦ ଋଷି ସୁନକଙ୍କୁ ୨୦ ହଜାରରୁ ଅଧିକ ଭୋଟରେ ହରାଇ ପିଏମ ଗାଦି ଅକ୍ତିଆର କରିଥିଲେ ୪୭ ବର୍ଷୀୟ ଲିଜ ଟ୍ରସ । ତୃତୀୟ ମହିଳା ଭାବେ ବ୍ରିଟେନ ପିଏମ ଆସନ ଅଳଙ୍କୃତ କରିଥିଲେ । ତେବେ ଆଜି ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବ୍ରିଟେନର ସ୍ବଳ୍ପକାଳୀନ ପ୍ରଧାନମନ୍ତ୍ରୀ ହୋଇଛନ୍ତି ।