ETV Bharat / international

ମାଲେସିୟା ରାଜଧାନୀରେ ଭୟଙ୍କର ଭୂସ୍ଖଳନ: ୨ ମୃତ, ଏକାଧିକ ନିଖୋଜ

author img

By

Published : Dec 16, 2022, 10:01 AM IST

ମାଲେସିଆ ରାଜଧାନୀ କ୍ବାଲାଲାମପୁରେ ଭୂସ୍ଖଳନ । ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଊର୍ଦ୍ଧ୍ବ ନିଖୋଜ ଅଛନ୍ତି । ଅଧିକ ପଢନ୍ତୁ

ମାଲେସିଆ ରାଜଧାନୀରେ ଭୟଙ୍କର ଭୁସ୍ଖଳନ
ମାଲେସିଆ ରାଜଧାନୀରେ ଭୟଙ୍କର ଭୁସ୍ଖଳନ

କ୍ବାଲାଲାମପୁର: ମାଲେସିୟାରେ ବଡଧରଣର ଭୂସ୍ଖଳନ । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଊର୍ଦ୍ଧ୍ବ ନିଖୋଜ ଥିବା ସୂଚନା । ମାଲେସିୟାର ରାଜଧାନୀ କ୍ବାଲାଲାମପୁରର ଏକ କ୍ୟାମ୍ପସାଇଟରେ ଭୂସ୍ଖଳନ ହୋଇଥିବା ଜଣାପଡିଛି(landslide struck at capital Kuala Lumpur ) ।

ସ୍ଥାନୀୟ ପୋଲିସର ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ଭୂସ୍ଖଳନ ହେବା ଖବର ମିଳିଥିଲା । ସକାଳ ୭ଟା ପର୍ଯ୍ୟନ୍ତ ୫୧ ଜଣ ନିଖୋଜ ଥିବା ବେଳେ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏକ ଗଣମାଧ୍ୟମ କହିଛି ଯେ,''ଭୂସ୍ଖଳନ ଘଟିଥିବା ବେଳେ ମୋଟ ୭୯ ଲୋକ କ୍ୟାମ୍ପସାଇଟରେ ଥିଲେ''। ବର୍ତ୍ତମାନ ସୁଦ୍ଧା ୨୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩ ଜଣ ଆହତ ହୋଇଥିବା ଅଗ୍ନିଶମ ବିଭାଗ ଓ ଉଦ୍ଧାରକାରୀ ଟିମ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.