ETV Bharat / international

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ନେତାନ୍ୟାହୁଙ୍କ ଦ୍ବାରା ଅନୁମୋଦିତ ଆଇନ ରଦ୍ଦ

author img

By ETV Bharat Odisha Team

Published : Jan 2, 2024, 12:41 PM IST

Israel Supreme Court: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ସୁପ୍ରିମକୋର୍ଟଙ୍କ ବଡ ଝଟକା । ନ୍ୟାୟପାଳିକାଙ୍କ ଶକ୍ତିକୁ ସଙ୍କୁଚିତ କଲାଭଳି ଏକ ବିବାଦୀୟ ଆଇନକୁ ରଦ୍ଦ କଲେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

Israel Supreme Court
ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା

ତେଲ ଆଭିଭ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ବଡ ଝଟକା । ସୋମବାର ଦିନ ଇସ୍ରାଏଲ ନ୍ୟାୟପାଳିକାଙ୍କ ଶକ୍ତିକୁ ସଙ୍କୁଚିତ କଲାଭଳି ଏକ ବିବାଦୀୟ ଆଇନକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । ଗତବର୍ଷ ଗାଜା ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଏହି ଆଇନ ଆସିଥିବା ବେଳେ ଏହାକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ମଧ କରାଯାଇଥିଲା ।

ଇସ୍ରାଏଲର ଏକ ପ୍ରମୁଖ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସୋମବାର ଦିନ ଇସ୍ରାଏଲର ସୁପ୍ରିମକୋର୍ଟ ଏକ ବିବାଦୀୟ ଆଇନକୁ ରଦ୍ଦ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ରାୟ ପରେ ଦେଶରେ ବିବାଦ ବଢିବାର ସମ୍ଭାବନା ରହିଛି । ଗୋଟିଏ ପଟେ ଇସ୍ରାଏଲ ହମାସ ସହ ଜୋରଦାର ଯୁଦ୍ଧ ଜାରି ରଖିଥିବା ବେଳେ ଏହା ମଧ୍ୟରେ ସୁପ୍ରିମକୋର୍ଟଙ୍କ ଏଭଳି ନିଷ୍ପତି ଦେଶରେ ଅଶାନ୍ତି ସୃଷ୍ଟି କରିପାରେ ।

ଏହି ଆଇନ ଗତବର୍ଷ ଜୁଲାଇ ମାସରେ ଇସ୍ରାଏଲର ସଂସଦରେ ଅନୁମୋଦନ ହୋଇଥିଲା । ଏହି ଆଇନ ବଳରେ ସରକାରୀ ନିର୍ଣ୍ଣୟକୁ ସୁପ୍ରିମକୋର୍ଟ ଯୁକ୍ତିହୀନ ବୋଲି ଘୋଷଣା କରିପାରିବା ଭଳି ଆଇନକୁ ସଙ୍କୁଚିତ କରାଯାଇଥିଲା । ଯାହାକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ହେଲେ ଅକ୍ଟୋବରରେ ହମାସ ଆକ୍ରମଣ ପରେ ଦେଶରେ ଯୁଦ୍ଧ ସ୍ଥିତି ଘୋଷଣା ହୋଇଥିଲା । ଯେଉଁଥିପାଇଁ ଏହି ବିବାଦ ଶିଥିଳ ହୋଇଯାଇଥିଲା । ହେଲେ ବର୍ତ୍ତମାନ ଦେଶ ଯୁଦ୍ଧ ମଧ୍ୟରେ ଗତି କରୁଥିବା ବେଳେ ସୁପ୍ରିମକୋର୍ଟଙ୍କ ନିଷ୍ପତି ପୁଣି ଦେଶରେ ଅସ୍ଥିରତା ବଢାଇପାରେ ବୋଲି ଆଶଙ୍କା କରାଯାଉଛି ।

ଏହାମଧ୍ୟ ପଢନ୍ତୁ.. ଲୋହିତ ସାଗରରେ ଆମେରିକା ନୌସେନା-ହାଉତି ବିଦ୍ରୋହୀ ମୁହାଁମୁହିଁ, ୧୦ ବିଦ୍ରୋହୀ ମୃତ

ଅନ୍ୟପଟେ ଇସ୍ରାଏଲ ଓ ଗାଜା ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି । ନୂଆବର୍ଷରେ ସାରା ବିଶ୍ବ ଆତସବାଜି ଶବ୍ଦରେ ଗୁଞ୍ଜରିତ ହେଉଥିବା ବେଳେ ପାଲେଷ୍ଟାଇନରେ ରକେଟ ମିସାଇଲ ମାଡ ଦେଖିବାକୁ ମିଳିଥିଲା । ଅକ୍ଟୋବର ମାସରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ହମାସର ବିନାଶ ପରେ ହିଁ ଶେଷ ହେବ ବୋଲି ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଶନିବାର ଦିନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି , "ଯୁଦ୍ଧ ଏବେ ଚରମ ସ୍ଥିତିରେ ଅଛି । ଆହୁରୀ ଅନେକ ମାସ ପର୍ଯ୍ୟନ୍ତ ଜାରି ରହିବ ।" 2024ରେ ବି ଯୁଦ୍ଧ ଚାଲୁ ରହିବ ବୋଲି ଇସ୍ରାଏଲ ସେନା ପକ୍ଷରୁ ଘୋଷଣା କରାଯାଇଛି ।

ହମାସ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ଆକ୍ରମଣରେ 11 ସପ୍ତାହ ମଧ୍ୟରେ ପାଖାପାଖି 22 ହଜାର ଜୀବନ ଯାଇଛି । ଯେଉଁଥିରେ ଅଧିକାଂଶ ମହିଳା ଓ ଶିଶୁ ରହିଛନ୍ତି । ଅନ୍ୟପଟେ ଅକ୍ଟୋବର 7ରେ ଇସ୍ରାଏଲ ଉପରକୁ ଆକ୍ରମଣ କରି 12ଶହ ଜଣଙ୍କ ଜୀବନ ନେଇଥିବା ବେଳେ 240 ଜଣଙ୍କୁ ବନ୍ଧକ କରି ଅଟକ ରଖିଥିଲା ହମାସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.