ETV Bharat / international

Twitter New CEO: ଲିଣ୍ଡା ୟାକାରିନୋ ନୂଆ ଟ୍ବିଟର ସିଇଓ

author img

By

Published : May 13, 2023, 7:32 AM IST

ଟ୍ବିଟର ନୂଆ ସିଇଓ ନେଇ ଘୋଷଣା କଲେ ଏଲନ ମସ୍କ । ଲିଣ୍ଡା ୟାକାରିନୋ ହେବେ ନୂଆ ଟ୍ବିଟର ସିଇଓ । ଅଧିକ ପଢନ୍ତୁ

Twitter New CEO
Twitter New CEO

ନୂଆଦିଲ୍ଲୀ: ସତ ହେଲା ଜାତୀୟ ଗଣମାଧ୍ୟମରେ ଆକଳନ । ଟ୍ବିଟରର ନୂଆ ସିଇଓ ଘୋଷଣା କଲେ ଏଲନ ମସ୍କ । ଏନବିସି ୟୁନିଭର୍ସାଲ୍‌ର ଏକ୍‌ଜିକ୍ୟୁଟିଭ୍‌ ଲିଣ୍ଡା ୟାକାରିନୋ ଟ୍ବିଟରର ନୂଆ ସିଇଓ । ଏନେଇ ଗତକାଲି(ଶୁକ୍ରବାର) ଟ୍ବିଟ କରି ସୂଚନା ଦେଇଛନ୍ତି ଏଲନ ମସ୍କ । ଟ୍ୱିଟର ସିଇଓ ଏଲୋନ୍ ମସ୍କ ଗତ ବର୍ଷ ଅକ୍ଟୋବରରେ 44 ବିଲିୟନ ଡଲାରରେ ଟ୍ୱିଟର କିଣିଥିଲେ । ଏହାର କିଛି ଦିନ ପରେ ଟ୍ବିଟର ସିଇଓରେ ସନ୍ଧାନରେ ଥିଲେ । ପରିଶେଷରେ ମସ୍କଙ୍କୁ ମିଳିଲା ଟ୍ବିଟର ସିଇଓ । ଆସନ୍ତା ସପ୍ତାହରେ ଦାୟିତ୍ବ ଗ୍ରହଣ କରିବେ ଲିଣ୍ଡା ।

  • I am excited to welcome Linda Yaccarino as the new CEO of Twitter!@LindaYacc will focus primarily on business operations, while I focus on product design & new technology.

    Looking forward to working with Linda to transform this platform into X, the everything app. https://t.co/TiSJtTWuky

    — Elon Musk (@elonmusk) May 12, 2023 " class="align-text-top noRightClick twitterSection" data=" ">

ଏନେଇ ଏଲନ ମସ୍କ କହିଛନ୍ତି, ଲିଣ୍ଡା ମୁଖ୍ୟତଃ ବିଜନେସ ଅପରେସନର ଦାୟିତ୍ବ ନେବେ । ଅନ୍ୟପଟେ ପ୍ରୋଡକ୍ଟ ଡିଜାଇନ ଏବଂ ନୂଆ ଟେକ୍ନୋଲୋଜି ଉପରେ ଧ୍ୟାନ ଦେବେ ଏଲନ ମସ୍କ । ଏନେଇ ଶୁକ୍ରବାର ମସ୍କ ଟ୍ବିଟ କରି କହିଛନ୍ତି, "ମୁଁ ଟ୍ବିଟରର ନୂଆ ସିଇଓ ଲିଣ୍ଡା ୟାକାରିନୋଙ୍କ ନାମ ଘୋଷଣା କରି ଉତ୍ସାହିତ । ସେ ବିଜନେସ ଅପରେସନର ଦାୟିତ୍ବ ସମ୍ଭାଳିବେ ଏବଂ ମୁଁ ନୂଆ ଟୋକ୍ନୋଲୋଜି ଉପରେ ଧ୍ୟାନ ଦେବି । ଏହି ପ୍ଲାଟଫର୍ମକୁ ଆହୁରି ଶୀର୍ଷରେ ପହଞ୍ଚାଇବା ପାଇଁ ଆପଣଙ୍କ ସହ କାମ କରିବା ପାଇଁ ମୁଁ ଆଗ୍ରହୀ ।"

ପ୍ରକାଶ ଥାଉକି, ଗୁରୁବାର ବିଳମ୍ବିତ ରାତିରେ ମସ୍କ ଟ୍ବିଟର ସିଇଓ ନେଇ ଏକ ସସପେନ୍ସ ପୋଷ୍ଟ କରିଥିଲେ । ସେ କେବଳ ଜଣେ ମହିଳା ହିଁ ଟ୍ବିଟର ସିଇଓ ହେବେ ବୋଲି କହିଛନ୍ତି । କିନ୍ତୁ ରାତିରେ ସେ ତାଙ୍କର ନାମ ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Karnataka Result: ଉତ୍ତରାଖଣ୍ଡ ଜ୍ୟୋତିଷଙ୍କ ଭବିଷ୍ୟବାଣୀ, 'ବହୁମତରେ ସରକାର ଗଢିବ ବିଜେପି'

ମସ୍କ ଗତ ବର୍ଷ ଅକ୍ଟୋବର ମାସରେ 44 ବିଲିୟନ ଡଲାରରେ ଟ୍ୱିଟର କିଣିଥିଲେ । ଏହା ପରେ ସେ ସିଇଓ ପରାଗ ଅଗ୍ରୱାଲଙ୍କୁ ବାହାର କରି କମ୍ପାନୀ ପାଇଁ ଏକ ନୂତନ ସିଇଓ ଖୋଜିବାରେ ବ୍ୟସ୍ତ ଥିଲା । ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ଟ୍ୱିଟରର ସିଇଓ ଭାବରେ ଦାୟିତ୍ବ ଗ୍ରହଣ କରିବା ପରେ ମସ୍କ ଡିସେମ୍ବର ମାସରେ କହିଥିଲେ, ଯେ ଜଣେ ନୂତନ ବ୍ୟକ୍ତି ମିଳିବ ମାତ୍ରେ ସେ ସିଇଓ ପଦ ଛାଡିବେ । ଏହାପରେ ସେ ଟ୍ୱିଟରର ସଫ୍ଟୱେୟାର ଏବଂ ସର୍ଭର ଟିମ ଚଲାଇବେ ।

କିଏ ଏହି ଲିଣ୍ଡା ୟାକାରିନୋ: ଲିଣ୍ଡାଙ୍କର ଲିଙ୍କଡଇନ ପ୍ରୋଫାଇଲ ଅନୁସାରେ, ସେ ୨୦୧୧ ମସିହାରୁ ଏନବିସିରେ କାର୍ଯ୍ୟରତ ଅଛନ୍ତି । ସେ ବର୍ତ୍ତମାନ ବିଜ୍ଞାପନ ଏବଂ ପାର୍ଟନରସିପ ଚେୟାରମ୍ୟାନ ଭାବେ ଦାୟିତ୍ବ ତୁଲାଉଛନ୍ତି । ଏହାପୂର୍ବରୁ ସେ କମ୍ପାନୀର ମନୋରଞ୍ଜନ ଏବଂ ଡିଜିଟାଲ ବିଜ୍ଞାପନ ବିଭାଗରେ କାର୍ଯ୍ୟ କରୁଥିଲେ ।

ଲିଣ୍ଡା ଟର୍ନରରେ 19 ବର୍ଷ କାମ କରିଥିଲେ । ସେଠାରେ ସେ କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ବା COO, ବିଜ୍ଞପନର ସେଲସ ମୁଖ୍ୟ ଏବଂ ମାର୍କେଟିଙ୍ଗ ଦାୟିତ୍ବ ତୁଲାଇଛନ୍ତି । ସେ ପେନ୍ ଷ୍ଟେଟ୍ ୟୁନିଭରସିଟିର ଛାତ୍ରୀ ଥିଲେ । ସେଠାରେ ସେ ଲିବରାଲ୍ ଆର୍ଟ ଆଣ୍ଡ କମ୍ୟୁନିକେସନ୍ ପାଠ ପଢିଛନ୍ତି ।

ବିଜନେସ୍ ଇନସାଇଡର୍ ରିପୋର୍ଟ ଅନୁଯାୟୀ, ଲଣ୍ଡା ତାଙ୍କ ସାଙ୍ଗମାନଙ୍କୁ କହିଥିଲେ ଯେ, ସେ ଟ୍ୱିଟରର ସିଇଓ ହେବାକୁ ଚାହୁଁଛନ୍ତି । ସେ ମସ୍କର ଜଣେ ସମର୍ଥକ ଅଟନ୍ତି । ତେବେ ପରବର୍ତ୍ତୀ ସିଇଓ ଭାବରେ ଏଲା ଇରାବିନ ବିଷୟରେ ମଧ୍ୟ ଚର୍ଚ୍ଚା ହେଉଥିଲା । ଇରାବିନ ବର୍ତ୍ତମାନ ଟ୍ୱିଟରର ଟ୍ରଷ୍ଟ ଏବଂ ସୁରକ୍ଷା ପ୍ରୟାସ ବିଭାଗର ମୁଖ୍ୟ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.