ETV Bharat / international

ପାକିସ୍ତାନରେ ଭୂକମ୍ପ ଝଟକା, ତୀବ୍ରତା 4.2 ରେକର୍ଡ - ପୁଣି ଭୂକମ୍ପରେ ଥରିଲା ପାକିସ୍ତାନ

ପୁଣି ଭୂକମ୍ପରେ ଥରିଲା ପାକିସ୍ତାନ । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.2 ଆକଳନ ହୋଇଛି । ଅଧିକ ପଢ଼ନ୍ତୁ

earthquake hits in pakistan
ପାକିସ୍ତାନରେ ଭୂକମ୍ପ ଝଟକା, ତୀବ୍ରତା 4.2 ରେକର୍ଡ
author img

By

Published : Sep 27, 2022, 12:46 PM IST

ଇସଲାମବାଦ: ପାକିସ୍ତାନରେ ପୁଣି ଭୂକମ୍ପ ଝଟକା (Earthquake hits in Pakistan) । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.2 ରେକର୍ଡ କରାଯାଇଛି । ଆଜି ସକାଳ 6ଟା 35 ମିନିଟରେ ଭୂକମ୍ପ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Center for Seismology) ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଭୂକମ୍ପର ଗଭୀରତା 10 କିଲୋମିଟର ହୋଇଛି । ସେହିପରି ଏହାର ଅକ୍ଷାଂଶ 32.97 ଥିବାବେଳେ ଦ୍ରାଘିମା 73.61 ରହିଛି । ତେବେ ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହା ପୂର୍ବରୁ ଗତ ମେ ମାସରେ ପାକିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ୫.୧ ରେକର୍ଡ ହୋଇଥିଲା । ଏହାର ପ୍ରଭାବ ପାକିସ୍ତାନର ଏକାଧିକ ସ୍ଥାନ ସହିତ ଆଫଗାନିସ୍ତାନ ଏବଂ ଇରାନରେ ମଧ୍ୟ ଅନୁଭୁତ ହୋଇଥିଲା । ଭୂକମ୍ପ ଝଟ୍‌କା ଏତେ ଅଧିକ ଥିଲା ଯେ ଘରେ ଥିବା ଜିନିଷପତ୍ରଗୁଡିକ ଦୋହଲି ଯାଇଥିଲା ।

ଫଳରେ ଲୋକେ ଭୟରେ ଜୀବନ ବଞ୍ଚାଇବାକୁ ବାହାରକୁ ଚାଲିଆସିଥିଲେ । ଭୂକମ୍ପ ଫଳରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା । ତେବେ ଭୂକମ୍ପରେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ନାହିଁ । ସେହିପରି ଗତ ବର୍ଷ ଫେବୃୟାରୀ ମାସରେ 6.4 ତୀବ୍ରତାର ଭୂକମ୍ପ ହୋଇଥିଲା । ଭୂକମ୍ପର ଗଭୀରତା କେନ୍ଦ୍ରସ୍ଥଳ ଠାରୁ 80 କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିଲା।ଝଟକା ଇସଲାମବାଦ, ପଞ୍ଜାବ, ଖାଇବର ପଖତୁନଖ୍ବା ଏବଂ ବାଲୋଚିସ୍ତାନରେ ଲାଗିଥିଲା । ଭୂକମ୍ପର ତୀବ୍ରତା ଶକ୍ତିଶାଳୀ ଥିବାବେଳେ ଏହା ଲୋକଙ୍କ ମଧ୍ୟରେ ଭୟ ସଂଞ୍ଚାର କରିଥିଲା । ଯାହାଫଳରେ ଭୟଭୀତ ହୋଇ ଲୋକମାନେ ବାହାରକୁ ଦୌଡି ପଳାଇଥିଲେ।

ଏହା ମଧ୍ୟ ପଢ଼ନ୍ତୁ: ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ PFI ସଂଗଠନ ଉପରେ ଚଢାଉ

ସେହିପରି 2019ରେ ପାକିସ୍ଥାନରେ ମୃଦୁ ଭୂକମ୍ପରେ ଦିଲ୍ଲୀ-NCR ଓ ପଞ୍ଜାବ, ହରିୟାଣା, କାଶ୍ମୀର ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଚଳରେ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା 6.1 ଥିଲା । ଲାହୋର ଠାରୁ 173 କିଲୋମିଟର ଦୂରରେ ରହିଥିଲା ଏହି ଭୂ-କମ୍ପରେ କେନ୍ଦ୍ର । ପାକିସ୍ତାନର ଜାଟଲାନ ଭୂକମ୍ପର କେନ୍ଦ୍ରସ୍ଥଳୀ ଥିଲା ବୋଲି ସୂଚନା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.