ETV Bharat / international

Earthquake In Japan: ଶକ୍ତିଶାଳୀ ଭୂକମ୍ପରେ ଥରିଲା ଜାପାନ

ଜାପାନର ହକ୍କାଇଡୋ ଅଞ୍ଚଳରେ ଭୂକମ୍ପ । କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଅଧିକ ପଢନ୍ତୁ

author img

By

Published : Aug 11, 2023, 8:55 AM IST

Updated : Aug 11, 2023, 10:31 AM IST

Earthquake hits in Japan
Earthquake hits in Japan

ଟୋକିଓ: ଜାପାନରେ ଶକ୍ତିଶାଳୀ ଭୂକମ୍ପ । ଭୂକମ୍ପ ଝଟକାରେ ଥରିଲା ଜାପାନ । ଜାପାନର ହକ୍କାଇଡୋ ଅଞ୍ଚଳରେ 6.0 ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ହୋଇଥିବା ସୂଚନା ମିଳିଛି । ଭୂକମ୍ପ ପରେ ସୁନାମି ଆଲର୍ଟ ଜାରି କରାଯାଇନଥିବା ପାଣିପାଗ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ ।

ଜିଓ ସାଇନ୍ସ ପାଇଁ ଜର୍ମାନ ଅନୁସନ୍ଧାନ କେନ୍ଦ୍ରର ସୂଚନା ଅନୁଯାୟୀ, ଜାପାନର ହକ୍କାଇଡୋ ଅଞ୍ଚଳରେ ସ୍ଥାନୀୟ ସମୟ ସକାଳ 5.44ରେ ଭୂକମ୍ପ ହୋଇଥିଲା । ଏହାର ଗଭୀରତା 46 କିଲୋମିଟର ରେକର୍ଡ କରାଯାଇଛି । ଭୂକମ୍ପରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ସୁନାମି ଆଲର୍ଟ ଜାରି କରାଯାଇନାହିଁ । ଭୂକମ୍ପ ଝଟକା ପରେ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । କୌଣସି ବିଲ୍ଡିଂ ଭୁଶୁଡିଥିବା ନେଇ ଖବର ମଧ୍ୟ ଆସିନାହିଁ ।

ଏହା ମଧ୍ୟ ପଢନ୍ତୁ-Earthquake in Japan: ଶକ୍ତିଶାଳୀ ଭୂକମ୍ପରେ ଥରିଲା ଜାପାନ, ତୀବ୍ରତା 6.3 ରେକର୍ଡ

ଏହା ପୂର୍ବରୁ ମେ 5 ତାରିଖରେ ଜାପାନର ମଧ୍ୟ ଇଶିକାୱା ଅଞ୍ଚଳରେ 6.3 ତୀବ୍ରତାରେ ଭୂକମ୍ପ ହୋଇଥିଲା । ଏହାର ଗଭୀରତା 40 କିଲୋମିଟର ରହିଥିବା ବେଳେ ଅକ୍ଷାଂଶ 37.51 ଓ ଦ୍ରାଘିମା 137.38 ରହିଥିଲା । ଜାପାନ ନାଓଗାଁ ଠାରୁ 262 କିଲୋମିଟର ଦୂରରେ ଭୂକମ୍ପ ଅନୁଭୂତ ହୋଇଥିଲା । ତେବେ ଏହି ଶକ୍ତିଶାଳୀ ଭୂକମ୍ପ ହେବା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଥିଲେ । ସମସ୍ତେ ଘର ବାହାରକୁ ପଳାଇ ଆସିଥିଲେ । କିନ୍ତୁ ସୁନାମି ଆଲର୍ଟ ଜାରି କରାଯାଇନଥିଲା ।

ଏହା ମଧ୍ୟ ପଢନ୍ତୁ-Earthquake In Japan: ୪.୬ ତୀବ୍ରତା ବିଶିଷ୍ଟ ଭୂକମ୍ପରେ ଥରିଲା ଜାପାନ

ଗତ ଏପ୍ରିଲ 25 ତାରିଖ ଦିନ ଇଣ୍ଡୋନେସିଆରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ସୁମାତ୍ରା ଦ୍ୱୀପପୁଞ୍ଜର ପଶ୍ଚିମ ଦିଗରେ 7.3 ତୀବ୍ରତାରେ ଭୂକମ୍ପ ହୋଇଥିବା ବେଳେ ସୁନାମୀ ଆଲର୍ଟ ଜାରି କରାଯାଇଥିଲା । କ୍ରମାଗତ ଭାବେ 5.8 ଓ 4.6 ତୀବ୍ରତା ମଧ୍ୟରେ 5 ଥର ଭୂକମ୍ପ ହୋଇଥିବା ଇଣ୍ଡୋନେସିଆର ଜିଓଫିଜିକ ଏଜେନ୍ସି ତରଫରୁ ସୂଚନା ପ୍ରଦାନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-Earthquake In Japan: ଭୟଙ୍କର ଭୂକମ୍ପ ପରେ ସୁନାମି ଆଲର୍ଟ, ୪ ମୃତ

ଗତ ଗୁରୁବାର ତୁର୍କୀରେ ଭୂକମ୍ପ ହୋଇଥିଲା । 5.2 ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ହୋଇଥିବାୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର ସୂଚନା ଦେଇଛି । ଏହାର ଗଭୀରତା 10.9 କିଲୋମିଟର ରେକର୍ଡ କରାଯାଇଛି ।

Last Updated : Aug 11, 2023, 10:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.