ETV Bharat / international

Earthquake in Indonesia: ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପ, ସୁନାମୀ ଆଲର୍ଟ ଜାରି

author img

By

Published : Apr 25, 2023, 9:57 AM IST

ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପପୁଞ୍ଜର ପଶ୍ଚିମ ଦିଗରେ ଭୂକମ୍ପ ଝଟକା । ସୁନାମୀ ଆଲର୍ଟ ଜାରି । ଅଧିକ ପଢନ୍ତୁ

Etv Bharat
Etv Bharat

ଜାକାର୍ତ୍ତା: ଇଣ୍ଡୋନେସିଆରେ ଭୂକମ୍ପ ଝଟକା । ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ । ଆଜି ସକାଳ ସକାଳ ସମୟରେ ଇଣ୍ଡୋନେସିରେ 7.3 ତୀବ୍ରତାରେ ଭୂକମ୍ପ ହୋଇଛି। ସୁମାତ୍ରା ଦ୍ୱୀପପୁଞ୍ଜର ପଶ୍ଚିମ ଦିଗରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ସୁନାମୀ ଆଲର୍ଟ ଜାରି କରାଯାଇଛି। ଆଗାମୀ ଦୁଇ ଘଣ୍ଟା ପର୍ଯ୍ୟନ୍ତ ସୁନାମୀ ଆଲର୍ଟ ଜାରି ରହିବ। କ୍ରମାଗତ ଭାବେ 5.8 ଓ 4.6 ତୀବ୍ରତା ମଧ୍ୟରେ 5 ଥର ଭୂକମ୍ପ ହୋଇଛି। ଏନେଇ ଇଣ୍ଡୋନେସିଆର ଜିଓଫିଜିକ ଏଜେନ୍ସି ତରଫରୁ ସୂଚନା ପ୍ରଦାନ କରାଯାଇଛି । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।

ଭୂକମ୍ପ ଝଟକା ପରେ ଭୟଭୀତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ଲୋକେ । କୌଣସି ମୁହୁର୍ତ୍ତରେ ସୁନାମି ଆସିବା ନେଇ ଆଶଙ୍କା ପ୍ରକାଶ ପାଇଛି । ବର୍ତ୍ତମାନ ସ୍ଥାନୀୟ ଲୋକେ ଘରଠାରୁ ଦୂରକୁ ଚାଲିଯାଇଛନ୍ତି । 2 ଘଣ୍ଟା ପାଇଁ ସୁନାମୀ ଆଲର୍ଟ ଜାରି ହୋଇଥିବା ବେଳେ ପରବର୍ତ୍ତୀ ନିର୍ଦ୍ଦେଶନାମାକୁ ଅପେକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ପାକିସ୍ତାନ ଥାନାରେ ଆତ୍ମଘାତୀ ବିସ୍ଫୋରଣ ! ୧୨ ପୋଲିସ ମୃତ

ଗତ ଏପ୍ରିଲ 23 ତାରିଖରେ ଇଣ୍ଡୋନେସିଆରେ 2ଥର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏନେଇ ୟୁରୋପିଆନ ମେଡିଟେରାନିଆନ ସେଣ୍ଟର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ପ୍ରଥମେ 6.1 ତୀବ୍ରତାର ଏକ ଭୂକମ୍ପ ସଂଗଠିତ ହୋଇଥିବା ବେଳେ ଏହା ପରେ ପୁଣି 5.8 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଗୋଟିଏ ଘଣ୍ଟା ମଧ୍ୟରେ ହିଁ ବାତୁଲରେ ଦୁଇ ଥର ଭୂକମ୍ପ ହୋଇଥିଲା ।

ସେହିପରି ପ୍ରଥମେ ହୋଇଥିବା ଭୂକମ୍ପର ଗଭୀରତା 43 କିମି ରେକର୍ଡ କରାଯାଇଥିଲା । ଦ୍ବିତୀୟ ଥର ହୋଇଥିବା ଭୂକମ୍ପର ଗଭୀରତା 40 କିମି ରେକର୍ଡ କରାଯାଇଛି । ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ । ସୁନାମୀ ନେଇ ମଧ୍ୟ ଆଲର୍ଟ ଜାରି ହୋଇନଥିଲା । ଗୋଟିଏ ଘଣ୍ଟାରେ ଦୁଇ ଥର ଭୂକମ୍ପ ହେବା ଫଳରେ ଲୋକେ ଭୟଭୀତ ହୋଇଯାଇଥିଲେ । ଆତଙ୍କିତ ଅବସ୍ଥାରେ ଲୋକେ ଘର ବାହାରକୁ ଚାଲି ଆସିଥିଲେ ।

ଗତକାଲି(ରବିବାର) ସକାଳୁସକାଳୁ ଭୂକମ୍ପରେ ଥରିଲା ନ୍ୟୁଜିଲାଣ୍ଡ । କର୍ମାଡେକ୍‌ ଦ୍ବୀପରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ରିକ୍ଟର ସ୍କେଲରେ ଏହାର ତୀବ୍ରତା 7.2 ରେକର୍ଡ କରାଯାଇଥିଲା । ଏନେଇ ଜାତୀୟ ଭୂ-ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଥିଲା । ଭୂକମ୍ପ ପରେ ସୁନାମୀ ନେଇ କୌଣସି ଆଲର୍ଟ ଜାରି କରାଯାଇନଥିଲା । କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.