ETV Bharat / international

Sudan: ସେନା-ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ଆକ୍ରମଣ ଜାରି, ଡ୍ରୋନ ମାଡରେ 23 ମୃତ - ସୁଦାନ ଗୃହଯୁଦ୍ଧରେ 23 ମୃତ

ସୁଦାନ ରାଜଧାନୀ ଖାର୍ତୁମରେ ଡ୍ରୋନ୍‌ ମାଡରେ 23 ମୃତ । ଏପ୍ରିଲ ମଧ୍ୟଭାଗରୁ ଜାରି ରହିଛି ସେନା ଓ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ଗୃହଯୁଦ୍ଧ । ଅଧିକ ପଢନ୍ତୁ

Sudan: ବିଦ୍ରୋହୀ ଗୋଷ୍ଠୀଙ୍କ ଡ୍ରୋନ ମାଡରେ 23 ମୃତ

author img

By ETV Bharat Odisha Team

Published : Sep 10, 2023, 3:38 PM IST

ହାଇଦ୍ରାବାଦ: କେନ୍ଦ୍ର ଅଫ୍ରିକୀୟ ଦେଶ ସୁଦାନରେ ସେନା ଓ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ କ୍ଷମତା ଦଖଲ କରିବାକୁ ଜାରି ରହଥିବା ଗୃହଯୁଦ୍ଧ ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଆଜି ଡ୍ରୋନ୍‌ ଆକ୍ରମଣରେ ପ୍ରାୟ 23ଜଣଙ୍କ ମୃତ୍ଯୁ ଘଟିଥିବା ସୂଚନା ମିଳିଛି । ସୁଦାନ ରାଜଧାନୀ ଖାର୍ତୁମର ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଡ୍ରୋନ୍‌ ଯୋଗେ ବୋମାମାଡ଼ ହୋଇଛି । କେଉଁ ଗୋଷ୍ଠୀ ପକ୍ଷରୁ ଏହି ଆକ୍ରମଣ ହୋଇଛି ତାହା ବର୍ତ୍ତାମାନ ସୁଦ୍ଧା ସ୍ପଷ୍ଟ ହୋଇନି । କିଛି ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତାହତଙ୍କ ସଂଖ୍ୟା ବର୍ତ୍ତମାନର ସଂଖ୍ୟାଠାରୁ ଅଧିକ ହେବା ନେଇ ଏକାଧିକ ମାନବାଧିକାର ସଂଗଠନ ଅଭିଯୋଗ କରିଛନ୍ତି ।

ସାମାଜିକ କର୍ମୀ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି । ଏହି ଆକ୍ରମଣ ସେନା ଓ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ଜାରି ରହିଥିବା ଗୃହଯୁଦ୍ଧ କାରଣରୁ ହୋଇଥିବା ବେଳେ ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି । ଘଟଣା ସ୍ଥଳରେ ହାଇଆଲର୍ଟ ଜାରି କରାଯାଇଛି । ସହରର ଭୟର ବାତାବରଣ ସୃଷ୍ଟି ହୋଇଛି ।

ଏପ୍ରିଲ ମାସ ମଧ୍ୟଭାଗରୁ ଦେଶରେ ଗୃହଯୁଦ୍ଧ ପରିସ୍ଥିତି ଜାରି ରହିଛି । ଏକାଧିକ ଆକ୍ରମଣରେ ପ୍ରାୟ 4 ହଜାର ସାଧାରଣ ନାଗରିକଙ୍କ ପ୍ରାଣହାନୀ ଘଟି ସାରିଲାଣି । ଜେନେରାଲ ଅବଦ୍ଦେଲ ପତେହ ବୁରହମଙ୍କ ନେତୃତ୍ବାଧୀନ ସେନା ଓ ଜେନେରାଲ ମହମ୍ମଦ ହମଦାନ ଦାଗାଲୋଙ୍କ ନେତୃତ୍ବରେ ଥିବା ପାରା ଫୋର୍ସ (ରାପିଡ ସପୋର୍ଟ ଫୋର୍ସ) ମଧ୍ୟରେ ଦେଶର କ୍ଷମତା ନିୟନ୍ତ୍ରଣ ପାଇଁ ଗୃହଯୁଦ୍ଧ ଆରମ୍ଭ ହୋଇଥିଲା । ଏକାଧିକ ସରକାରୀ କାର୍ଯ୍ୟାଳୟ, ବନ୍ଦର, ବିମାନ ବନ୍ଦରକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଦୁଇ ସାମରିକ ଗୋଷ୍ଠୀ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି । ସୁଦାନରେ ଏପରି ସଙ୍କଟ ସ୍ଥିତି ସୃଷ୍ଟି ହେବା ପରେ ବିଭିନ୍ନ ଦେଶ ସେମାନଙ୍କ ନାଗରିକଙ୍କୁ ସୁରକ୍ଷିତ ସ୍ବଦେଶ ଫେରାଇ ଆଣି ସାରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :-G20 ଘୋଷଣାପତ୍ରକୁ ୟୁକ୍ରେନର ସମାଲୋଚନା; କହିଲା ଗର୍ବ କରିବା ଭଳି କିଛି ନାହିଁ

ଜାତିସଙ୍ଘର ତଥ୍ୟ ଅନୁସାରେ, ଦେଶର ଦୁଇ ସଶସ୍ତ୍ର ବାହିନୀ ମଧ୍ୟରେ ଚାଲିଥିବା ଏହି କ୍ଷମତା ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ପ୍ରାୟ 4ହଜାର ଲୋକଙ୍କ ପ୍ରାଣହାନୀ ଘଟି ସାରିଲାଣି । ପ୍ରାୟ 5ଲକ୍ଷ ଲୋକ ହିଂସାରେ ପ୍ରଭାବିତ ହେବା ସହ ଶରଣାର୍ଥୀ ଭାବେ ନିଜ ଭିଟ୍ଟାମାଟି ଛାଡ଼ିଛନ୍ତି । ସୁଦାନର ସୀମାକୁ ଲାଗିଥିବା ପଡ଼ୋଶୀ ଦେଶକୁ ମଧ୍ୟ ସୁଦାନ ନାଗରିକମାନେ ପଳାୟନ କରୁଥିବା ଜଣାପଡ଼ିଛି । ଅନ୍ତର୍ଜାତୀୟ ସମୁଦାୟ ଏହି ଗୃହଯୁଦ୍ଧରେ ହସ୍ତକ୍ଷେପ କରୁ ବୋଲି ମଧ୍ୟ ସ୍ଥାନୀୟ ସାମାଜିକ ଅନୁଷ୍ଠାନ ଦାବି କରି ଆସୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.