ETV Bharat / international

ଆତଙ୍କବାଦର କେନ୍ଦ୍ରସ୍ଥଳ ପାଲଟିବାକୁ ଯାଉଛି ତାଲିବାନ୍: ଆମେରିକା

author img

By

Published : Jan 28, 2023, 9:37 AM IST

ଆତଙ୍କବାଦର କେନ୍ଦ୍ରସ୍ଥଳ ପାଲଟିବାକୁ ଯାଉଛି ତଲିବାନ୍ । ତାଲିବାନ ସଂଗଠନକୁ ଅସ୍ତ୍ରଶସ୍ତ୍ର ଯୋଗାଉଛି ଚୀନ । କିଛି ଏଭଳି ଅଭିଯୋଗ କରିଛି ଯୁକ୍ତ ରାଷ୍ଟ୍ର ଆମେରିକା । ଅଧିକ ପଢ଼ନ୍ତୁ

ତାଲିବାନ ସଂଗଠନକୁ  ଅସ୍ତ୍ରଶସ୍ତ୍ର  ଯୋଗାଉଛି ଚୀନ

ହାଇଦ୍ରାବାଦ: ଆତଙ୍କବାଦର କେନ୍ଦ୍ରସ୍ଥଳ ପାଲଟିବାକୁ ଯାଉଛି ତଲିବାନ୍ ଶାସନ । ଆଫଗାନିସ୍ତାନକୁ ତଲିବାନ୍ ନିଜ କବଜାକୁ ନେବାପରେ ଦିନକୁ ଦିନ ଆଫଗାନିସ୍ତାନ ସ୍ଥିତି ଜଟିଳ ହେବାରେ ଲାଗିଛି । ଅର୍ଥନୀତିଠାରୁ ଆରମ୍ଭ କରି ସାମାଜିକ ଏବଂ ରାଜନୈତିକ ସ୍ଥିତି ଦିନକୁ ଦିନ ବିଗିଡିବାରେ ଲିଗିଛି । ଦେଶରେ ଖାଦ୍ୟଠାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ ଉତ୍କଟ ସମସ୍ୟା ଦେଖିବାକୁ ମିଳିଛି । ନାରୀମାନଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି । ମହିଳାମାନଙ୍କ ଶିକ୍ଷା ଉପରେ ପ୍ରତିବନ୍ଧ ଲାଗିବ ସହ ସାମାଜିକ କ୍ଷେତ୍ରରୁ ନାରୀ ମାନଙ୍କୁ ବଞ୍ଚିତ ରଖୁଥିବା ନଜୀର ରହିଛି ।

ନାରୀମାନେ ପ୍ରତିବାଦ କଲେ ବନ୍ଧୁକ ମୁନରେ ସେମାନଙ୍କୁ ଦମନ କରିବା ସହ ଅକଥନୀୟ ଅତ୍ୟାଚାରର ଅନେକ ଉଦାହରଣ ଦେଖିବାକୁ ମିଳିଛି । ତେବେ ଏହାରି ମଧ୍ୟରେ ଆମେରିକା ଦ୍ଵାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନର ତାଲିବାନ ସଂଗଠନକୁ ଚୀନ ଏହାର ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଥିବା ପ୍ରକାଶିତ ହୋଇଛି । ତାଲିବାନ ସଂଗଠନ ଓ ଇସଲାମିକ ଷ୍ଟେଟ ମଧ୍ୟରେ ତିକ୍ତତା ଲାଗି ରହିଥିବାବେଳେ ଚୀନ ତାଲିବାନର ସମର୍ଥନରେ ବାହାରିଛି । ତେଣୁ ଆଗାମୀ ଦିନରେ ତାଲିବାନ ଆତଙ୍କବାଦର ବଡ଼ କେନ୍ଦ୍ରବିନ୍ଦୁ ସାଜିବାକୁ ଯାଉଛି ବୋଲି ଆମେରିକା ଦ୍ବାରା ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ଗତ ଡିସେମ୍ବର ୧୨ରେ କାବୁଲର ଏକ ହୋଟେଲ ଚୀନର ଦୂତାବାସ କର୍ମଚାରୀଙ୍କ ସମ୍ମିଳନୀ ଚାଲିଥିବାବେଳେ ଇସଲାମିକ ଷ୍ଟେଟ୍ (IS) ଆତଙ୍କବାଦୀଙ୍କ ଦ୍ବାରା ଆକ୍ରମଣ ହୋଇଥିଲା। ଆଇଏସ୍‌ର ଆକ୍ରମଣରେ କେତେକ ଚୀନ ନାଗରିକ ଆହତ ହୋଇଥିଲେ। ଯେଉଁ ହୋଟେଲ ଉପରେ ଆକ୍ରମଣ ହୋଇଥିଲା ତାହା ଚୀନ ନାଗରିକଙ୍କ ଦ୍ବାରା ମଧ୍ୟ ପରିଚାଳିତ ହେଉଥିଲା।

୨୦୨୧ ଅଗଷ୍ଟରେ ଆଫଗାନିସ୍ତାନର ନିର୍ବାଚିତ ସରକାର ଗାଦିରୁ ହଟାଇ କରି ତାଲିବାନ ସଂଗଠନ ଦେଶର ଶାସନ ଭାର ନିଜ ହାତକୁ ନେଇଥିଲା । ଆଫଗାନିସ୍ତାରେ ତାଲିବାନର କ୍ଷମତା ଦଖଲ ପରେ ଏଠାରେ ଅସ୍ଥିରତା ଓ ହିଂସା ଦେଖାଯିବା ନେଇ ବିଶ୍ୱ ସମୁଦାୟ ଆଶଙ୍କା ବ୍ୟକ୍ତ କରିଥିଲେ । ମାତ୍ର ବିଶ୍ବ ସମୁଦାୟର ଏପରି ଆଶଙ୍କାକୁ ଚୀନ, ପାକିସ୍ତାନ, ଇରାନ ଓ ରୁଷ୍ ଭଳି କେତେକ ଦେଶ ଖଣ୍ଡନ କରିଥିଲେ । ଏହିସବୁ ଦେଶ କହିଥିଲେ ଆଫଗାନିସ୍ତାନରେ ସ୍ଥିରତା ଆଣିବାକୁ ହେଲେ ତାଲିବାନକୁ ସହାୟତା ଯୋଗାଇ ଦିଆଯିବା ଦରକାର । ତାଲିବାନର କ୍ଷମତା ଦଖଲ ପରେ ଆମେରିକା ଏହାର ସୈନ୍ୟକୁ ସେଠାରୁ ପ୍ରତ୍ୟାହାର କରି ନେଇଥିଲା । ଆମେରିକାର ସୈନ୍ୟ ପ୍ରତ୍ୟାହାର ଚୀନକୁ ଆହୁରି ସୁହାଇଥିଲା । କାରଣ ଆଫଗାନିସ୍ତାନରେ ଆମେରିକା ସୈନ୍ୟ ଉପସ୍ଥିତିକୁ ଚୀନ ନିୟମିତ ଭାବେ ବିପଦ ମଣି ଆସୁଥିଲା ।

ବ୍ୟରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.