ETV Bharat / international

ବ୍ରିଟେନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ବିଦେଶୀ ନାଗରିକଙ୍କୁ ଗିରଫ କଲା ଚୀନ

author img

By ETV Bharat Odisha Team

Published : Jan 9, 2024, 10:43 PM IST

China Detains UK's MI6 Spy : ବ୍ରିଟେନର ଗୁଇନ୍ଦା ସଂସ୍ଥା ଏମଆଇ ୬ ସହ ସମ୍ପୃକ୍ତି ଥିବା ଅଭିଯୋଗରେ ବିଦେଶୀ ନାଗରିକଙ୍କୁ ଗିରଫ କରିଛି ଚୀନ । ଏହି ବ୍ୟକ୍ତି ଙ୍କ ସରନେମ ହୁଆଙ୍ଗ ହୋଇଥିବା ବେଳେ ସମ୍ପୂର୍ଣ୍ଣ ପରିଚୟକୁ ଗୁପ୍ତ ରଖିଛି ଚୀନ ରାଜ୍ୟ ସୁରକ୍ଷା ମନ୍ତ୍ରଣାଳୟ । ଅଧିକ ପଢନ୍ତୁ

ବ୍ରିଟେନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ବିଦେଶୀ ନାଗରିକଙ୍କୁ ଗିରଫ କଲା ଚୀନ
ବ୍ରିଟେନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ବିଦେଶୀ ନାଗରିକଙ୍କୁ ଗିରଫ କଲା ଚୀନ

ବେଜିଂ : ବ୍ରିଟେନ ତରଫରୁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଚୀନ ଜଣେ ବିଦେଶୀ ନାଗରିକଙ୍କୁ ଗିରଫ କରିଛି । ସିଏନଏନ ରିପୋର୍ଟ ଅନୁସାରେ ଏହି ବ୍ୟକ୍ତି ଜଣକ ଗୋଟେ ବିଦେଶୀ କନସଲ୍ଟିଂ ଫର୍ମ ର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ । ଚୀନର ନାଗରିକ ଗୁଇନ୍ଦା ସଂସ୍ଥା ରାଜ୍ୟ ସୁରକ୍ଷା ମନ୍ତ୍ରଣାଳୟ (ଏମଏସଏସ) ଏକ ବୟାନ ଜାରି କରି ଏହି ସୂଚନା ଦେଇଛି । ଗତ ସୋମବାର ଦିନ ଏହି ବିଷୟରେ ସୋସିଆଲ ମିଡିଆରେ ପୋଷ୍ଟ ଦ୍ବାରା ଏମଏସଏସ ଜଣାଇଛି ଯେ ବ୍ରିଟେନର ଗୁଇନ୍ଦା ସଂସ୍ଥା ଏମଆଇ ୬ ସହିତ ଉକ୍ତ ବ୍ୟକ୍ତି ଜଣକ ୨୦୧୫ ଠାରୁ ସମ୍ପର୍କରେ ରହିଥିଲା । ଏହି ବ୍ୟକ୍ତି ଙ୍କ ସରନେମ ହୁଆଙ୍ଗ ହୋଇଥିବା ବେଳେ ଚୀନର ଗୁଇନ୍ଦା ସଂସ୍ଥା ହୁଆଙ୍ଗଙ୍କ ସମ୍ପୂର୍ଣ୍ଣ ନାଁ , ଲିଙ୍ଗ ତଥା ଜାତୀୟତା ସମ୍ପର୍କରେ କୌଣସି ଉଲ୍ଲେଖ କରିନାହିଁ । ଏହା ସହ ସେ କାମ କରୁଥିବା କନସଲ୍ଟିଙ୍ଗ ଫର୍ମର ପରିଚୟ ମଧ୍ୟ ଗୁପ୍ତ ରଖାଯାଇଛି ।

ଏହା ମଧ୍ୟ ପଢନ୍ତୁ ... ଭାରତ ସହ କୂଟନୈତିକ ବିବାଦ ମଧ୍ୟରେ ଚୀନ ଗସ୍ତରେ ମାଳଦ୍ବୀପ ରାଷ୍ଟ୍ରପତି

ବ୍ରିଟିସ ଗୁଇନ୍ଦା ସଂସ୍ଥା ଗୁପ୍ତଚରୀ କରିବା ପାଇଁ ଓ ସମ୍ଭାବିତ ଏସେଟ (ସମ୍ବଳ) କୁ ଚିହ୍ନଟ କରିବା ପାଇଁ ହୁଆଙ୍ଗ ଙ୍କୁ ବାରମ୍ବାର ଚୀନ ଗସ୍ତ କରିବା ପାଇଁ ନିର୍ଦେଶ ଦେଇ ଥିଲା । ଏମଏସଏସ କହିଛି ଯେ ଏମ ଆଇ ୬ ହୁଆଙ୍ଗକୁ ଗୁଇନ୍ଦାଗିରି ଓ ଟେକନୋଲୋଜିକୁ ବ୍ୟବହାର କରି କମ୍ୟୁନିକେସନ କରିବା ରେ ଟ୍ରେନିଂ ଦିଆଯିବା ସହ ପେଶାଦାର ଜାସୁସୀ ସରଞ୍ଜାମ ମଧ୍ୟ ଦିଆଯାଇଥିଲା । ଚୀନ ଗୁଇନ୍ଦା ଏଜେନ୍ସି ଆରୋପ ଲଗାଇଛି ଯେ ହୁଆଙ୍ଗ ବ୍ରିଟେନ କୁ ୧୭ ଟି ରହସ୍ୟ ସମ୍ପର୍କ ରେ ସୂଚନା ପ୍ରଦାନ କରିଛି । ଯେଉଁଥିରେ ଚୀନର ଅନେକ ରାଷ୍ଟ୍ରୀୟ ରହସ୍ୟ ସାମିଲ ରହିଛି । ଏମଏସଏସ ଯାଞ୍ଚ ସମୟରେ ହୁଆଙ୍ଗଙ୍କୁ ଆଇନ ଆନୁଯାୟୀ ନିଜ ଦେଶର କନସୁଲାରଙ୍କୁ ଭେଟିବା ପାଇଁ ସୁଯୋଗ ଦିଆ ଯାଇଛି ।

ଏ ସମ୍ପର୍କ ରେ ବ୍ରିଟିସ ସରକାର (ଏଫସିଡିଓ) ଙ୍କ ତରଫରୁ କୌଣସି ପ୍ରକାର ମନ୍ତବ୍ୟ ଦେବାକୁ ମନା କରାଯାଇଛି । ମିଡିଆ ରିପୋର୍ଟ ଅନୁସାରେ ଚୀନ ପ୍ରାୟ ଏକ ମାସ ଧରି ସେଠାରେ କାମ କରୁଥିବା ଇଣ୍ଟରନ୍ୟାସନାଲ କନସଲ୍ଟିଙ୍ଗ ଫର୍ମ ମାନଙ୍କ ଉପରେ ନଜର ରଖି ଆସୁଛି । ସେହିପରି ଗତ ସେପ୍ଟେମ୍ବର ମାସରେ ବ୍ରିଟିଶ ପୋଲିସ ୨ ଜଣ ଲୋକ ଙ୍କୁ ଚୀନ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗିରଫ କରିଥିଲା । କିନ୍ତୁ ଚୀନ ଏହି ଅଭିଯୋଗକୁ ସିଧାସଳଖ ଖାରଜ କରିଥିଲା ।

ବ୍ୟୁରୋ ରିପୋର୍ଟ , ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.