ETV Bharat / international

କାନାଡାରରେ ଗୌରୀଶଙ୍କର ମନ୍ଦିରରେ ଭଙ୍ଗାରୁଜା ଘଟଣା, କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କଲା ଭାରତ - କଡ୍ଡା କାର୍ଯ୍ୟାନୁଷ୍ଠାନ ଦାବି କଲା ଭାରତ

କାନାଡାର ବ୍ରମ୍ପଟନ୍‌ର ଏକ ପ୍ରସିଦ୍ଧ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ । ମନ୍ଦିରର କାନ୍ଥରେ ହିନ୍ଦୁ ବିରୋଧୀ ସ୍ଲୋଗାନକୁ ନେଇ କାନାଡାର ଭାରତୀୟ ସମ୍ପ୍ରଦାୟଙ୍କ ଅସନ୍ତୋଷ । ଅଧିକ ପଢ଼ନ୍ତୁ

କାନାଡାର ଏକ ହିନ୍ଦୁ ମନ୍ଦିରର କାନ୍ଥରେ ହିନ୍ଦୁ ବିରୋଧୀ ସ୍ଲୋଗାନ

author img

By

Published : Feb 1, 2023, 7:45 AM IST

ହାଇଦ୍ରାବାଦ: ପୁଣି ବିଦେଶରେ ହିନ୍ଦୁ ମନ୍ଦିରକୁ ଟାର୍ଗେଟ । ଏଥର କାନାଡାର ବ୍ରମ୍ପଟନ୍‌ର ଏକ ପ୍ରସିଦ୍ଧ ହିନ୍ଦୁ ମନ୍ଦିରକୁ ଆକ୍ରମଣ କରାଯାଇଛି । ମନ୍ଦିରର କାନ୍ଥରେ ହିନ୍ଦୁ ବିରୋଧୀ ସ୍ଲୋଗାନ ଲେଖାଯାଇଛି । ଯେଉଁଥିପାଇଁ ଭାରତୀୟ ସମ୍ପ୍ରଦାୟର ଭାବନା ଆଘାତ ପାଇବା ସହ ସେଠାରେ ଜନ ଅସନ୍ତୋଷ ଦେଖାଦେଇଛି । ଗୌରୀଶଙ୍କର ମନ୍ଦିରରେ ଭଙ୍ଗାରୁଜା ଘଟଣାର ନିନ୍ଦା କରି ଟରୋଣ୍ଟୋରେ ଥିବା ଭାରତର କନସୁଲେଟ୍ ଜେନେରାଲ୍ କହିଛନ୍ତି ଯେ ମନ୍ଦିରର କ୍ଷତି ଘଟାଇବା ଘଟଣା କାନାଡାର ଭାରତୀୟ ସମ୍ପ୍ରଦାୟର ଭାବନାକୁ ଆଘାତ ଦେଇଛି ।

କାନାଡାର ଏକ ହିନ୍ଦୁ ମନ୍ଦିରର କାନ୍ଥରେ ହିନ୍ଦୁ ବିରୋଧୀ ସ୍ଲୋଗାନ
କାନାଡାର ଏକ ହିନ୍ଦୁ ମନ୍ଦିରର କାନ୍ଥରେ ହିନ୍ଦୁ ବିରୋଧୀ ସ୍ଲୋଗାନ

କାନାଡାରେ ଥିବା ଭାରତୀୟ ଦୂତାବାସ ଗ୍ଲୋବାଲ୍ ଆଫେୟାର୍ସ, କାନାଡାକୁ ମଧ୍ୟ ଏହି ବିଷୟରେ ସୂଚନା ଦେଇଛି । ଏହା ସହିତ ଅପରାଧୀମାନଙ୍କ ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି ଭାରତୀୟ ଦୂତାବାସ । ଏହାପୂର୍ବରୁ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରୁ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଛି । ମେଲବର୍ଣ୍ଣର ବିଷ୍ଣୁ ମନ୍ଦିର ଖାଲିସ୍ତାନ ସମର୍ଥକଙ୍କ ଦ୍ୱାରା ନଷ୍ଟ କରାଯାଇଥିଲା । ଏହାପରେ ଅଷ୍ଟ୍ରେଲିଆରେ ଉପସ୍ଥିତ ଥିବା ଭାରତୀୟ ଉଚ୍ଚ କମିଶନର ମନ୍ଦିର ପରିଦର୍ଶନ କରିଥିଲେ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ତଥାକଥିତ ଶିଖ ବିଚ୍ଛିନ୍ନତାବାଦୀଙ୍କ ଏକ ଦଳ ବ୍ରିଟେନ, ଜର୍ମାନୀ ଏବଂ ଆମେରିକାରେ ସକ୍ରିୟ ରହି ସ୍ୱତନ୍ତ୍ର ଖଲିସ୍ଥାନ ଦାବି ନେଇ ଶିଖମାନଙ୍କ ସହାୟତା ନେଉଛନ୍ତି ।

କାନାଡାର ଏକ ଲୋକପ୍ରିୟ ହିନ୍ଦୁ ମନ୍ଦିରର କାନ୍ଥରେ ହିନ୍ଦୁ ବିରୋଧୀ ସ୍ଲୋଗାନ

କାନାଡା ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଅନୁଯାୟୀ, ୨୦୧୯ ରୁ ୨୦୨୧ମଧ୍ୟରେ କାନାଡାରେ ଧର୍ମ, ଏବଂ ଜାତିକୁ ଟାର୍ଗେଟ କରି ଘୃଣା ଅପରାଧରେ ୭୨ ପ୍ରତିଶତ ବୃଦ୍ଧି ଘଟିଛି । ଭାରତୀୟ ଅଧିକାରୀମାନେ କାନାଡାର ଖାଲିସ୍ତାନିଙ୍କ ଦ୍ୱାରା ଭାରତୀୟ ସମ୍ପ୍ରଦାୟ ଉପରେ ଆକ୍ରମଣ ପ୍ରସଙ୍ଗକୁ ବାରମ୍ବାର ଉଠାଇଛନ୍ତି । ଗତ ସେପ୍ଟେମ୍ବରରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଦ୍ଵାରା ବିବୃତ୍ତି ଜାରି କରି କୁହାଯାଇଥିଲା ଯେ କାନାଡାରେ ଭାରତୀୟଙ୍କ ପ୍ରତି ଘୃଣା ଅପରାଧ ତଥା ଅନ୍ୟାନ୍ୟ “ଭାରତ ବିରୋଧୀ କାର୍ଯ୍ୟକଳାପ”ରେ ତୀବ୍ର ବୃଦ୍ଧି ଘଟିଛି । ଘଟଣାର ସଠିକ୍ ଅନୁସନ୍ଧାନ ପାଇଁ ଭାରତ ସରକାର କାନାଡା ସରକାରଙ୍କୁ ଅନୁରୋଧ କରିଥିଲେ ।

ତେବେ କେବଳ ମନ୍ଦିର ନୁହେଁ ବିଦେଶରେ ଥିବା ଭାରତୀୟ ମହାପୁରୁଷଙ୍କ ମଧ୍ୟ ମୃର୍ତ୍ତିକୁ ମଧ୍ୟ ଭାଙ୍ଗୁଥିବା ଘଟାଣା ସାମ୍ନାକୁ ଆସିଛି । ଗତ ବର୍ଷ ନ୍ୟୁୟୁର୍କରେ ଗାନ୍ଧୀ ମୃର୍ତ୍ତି ଭାଙ୍ଗିବାର ଘଟଣା ସାମ୍ନାକୁ ଆସିଥିଲା । ନିୟୁର୍କର କ୍ବିନ୍ ଟେମ୍ପୁଲ ପାଖରେ ଖିବା ଗାନ୍ଧୀଙ୍କ ମୃର୍ତ୍ତିକୁ ୬ ଜଣ ଲୋକ ଭାଙ୍ଗୁଥିବା ସିସିଟିଭିରେ କଏଦ ହୋଇଥିଲା । ଯାହାପରେ ଭାରତରେ ଏହାତୁ ନେଇ ତୀବ୍ର ପ୍ରତିବାଦ ଦେଖିବାକୁ ମୁଳିଥିଲା । ତେବେ ବିଭିନ୍ନ ଦେଶରେ ଏପରି ଘଟଣାକୁ ରୋକିବା ପାଇଁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ଦେଶକୁ ନୋଟିସ ଜାରି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.