ETV Bharat / international

India-Canada row: ଭାରତରେ ରହୁଥିବା ନାଗରିକଙ୍କ ଲାଗି କାନାଡାର ଆଡଭାଇଜରି ଜାରି, ସତର୍କ ରହିବାକୁ ପରାମର୍ଶ - ସତର୍କ ରହିବାକୁ ପରାମର୍ଶ

ଭାରତରୁ ନିଜର ୪୧ କୂଟନୈତିଜ୍ଞଙ୍କୁ ଫେରାଇ ନେବା ପରେ ଏଠାରେ ରହୁଥିବା ନାଗରିକଙ୍କ ଲାଗି ଆଡଭାଇଜରି ଜାରି କଲା କାନାଡା । ମୁଖ୍ୟତଃ ୩ଟି ସହରରେ ସତର୍କ ରହିବାକୁ ଦେଲା ପରାମର୍ଶ । ଅଧିକ ପଢନ୍ତୁ

India Canada row
India Canada row
author img

By ETV Bharat Odisha Team

Published : Oct 20, 2023, 5:04 PM IST

ନୂଆଦିଲ୍ଲୀ: ଭାରତରେ ରହୁଥିବା ନିଜ ନାଗରିକଙ୍କୁ ଆଡଭାଇଜରି ଜାରି କଲା କାନାଡା । ବେଙ୍ଗାଲୁରୁ, ଚଣ୍ଡିଗଡ଼ ଓ ମୁମ୍ବାଇରେ ଥିବା କାନାଡା କୂଟନୈତିଜ୍ଞକୁ ଭାରତରୁ ଫେରସ୍ତ ନିଆଯିବା ପରେ କାନାଡା ଏହି ଆଡଭାଇଜରି ଜାରି କରିଛି । ଏହି ସହରରେ ରହୁଥିବା କାନାଡାର ନାଗରିକ ଅଧିକ ସତର୍କ ରହିବାକୁ ଏହି ନିର୍ଦ୍ଦେଶାନାମାରେ ପରାମର୍ଶ ଦିଆଯାଇଛି । ଏଭଳି ବଡ଼ ବଡ଼ ସହରରେ ବିଦେଶୀ ଓ ପର୍ଯ୍ୟଟକଙ୍କୁ ଡକାୟତି ଲାଗି ଟାର୍ଗେଟ କରାଯାଇଥାଏ । ଏଥିରୁ ବର୍ତ୍ତିବା ଲାଗି ସତର୍କ ରହିବାକୁ ନିଜ ନାଗରିକଙ୍କୁ ପରାମର୍ଶ ଦେଇଛି କାନାଡା ।

ଭାରତ ଓ କାନାଡା ମଧ୍ୟରେ କୂଟନୈତିଜ୍ଞ ବିବାଦ ଲାଗି ରହିଥିବା ବେଳେ ଭାରତକୁ ୪୧ କୂଟନୈତିଜ୍ଞଙ୍କୁ ଫେରାଇ ନେଇଛି କାନାଡା । ଏହାପରେ ସଙ୍ଗେ ସଙ୍ଗେ ଭାରତରେ ରହୁଥିବା ନିଜ ନାଗରିକଙ୍କୁ ଆଡଭାଇଜରି ଜାରି କରିଛି । ମୁମ୍ବାଇ, ବେଙ୍ଗାଲୁରୁ ଓ ଚଣ୍ଡିଗଡ଼ରେ କର୍ମଚାରୀଙ୍କୁ ଫେରସ୍ତ କରି ନିଆଯାଇଥିବାରୁ ଏହି ସହର ଗୁଡ଼ିକରେ ନାଗରିକଙ୍କୁ ବ୍ୟକ୍ତିଗତ ସେବା ମିଳିବ ନାହିଁ । ଏହି ଆଡଭାଇଜରିରେ ଆହୁରି କୁହାଯାଇଛି, "କାନାଡା ଓ ଭାରତ ମଧ୍ୟରେ ବିବାଦ ଯୋଗୁଁ ଭାରତ ଓ ସୋସିଆଲ ମିଡିଆରେ କାନାଡା ବିରୋଧରେ ଅନେକ ପୋଷ୍ଟ ଦେଖିବାକୁ ମିଳୁଛି । କାନାଡା ନାଗରିକଙ୍କୁ ଧମକ ଦିଆଯିବା ସହ ନିର୍ଯାତନା ଦିଆଯାଇପାରେ । ଏଣୁ ଦିଲ୍ଲୀ ଏନସିଆର ଅଞ୍ଚଳରେ ଅଧିକ ସତର୍କ ରୁହନ୍ତୁ । ନିଜର ବ୍ୟକ୍ତିଗତ ତଥ୍ୟ କାହା ସହିତ ସେୟାର କରନ୍ତୁ ନାହିଁ । "

ଏହା ବି ପଢନ୍ତୁ- Canada-India Row: ଭାରତ ଛାଡ଼ିଲେ 41କାନାଡା କୂଟନୈତିଜ୍ଞ, ପୂର୍ବରୁ ଭାରତ ଦେଇଥିଲା ଅଲ୍ଟିମେଟମ

ଏହାସହିତ ନିଜର କୂଟନୈତିଜ୍ଞଙ୍କୁ ଭାରତକୁ ଫେରାଇ ନେବା ପରେ ଭାରତର ୩ଟି ବଡ଼ ସହର ବେଙ୍ଗାଲୁରୁ, କାନାଡା ଓ ମୁମ୍ବାଇରେ ଭିସା ଓ କନସୁଲାର ସର୍ଭିସ ବା ବ୍ୟକ୍ତିଗତ ସେବା ବାତିଲ କରାଯିବ ବୋଲି ନିଜ ନାଗରିକଙ୍କୁ ସୂଚିତ କରିଛି ଦେଶ । ଏହି ସେବାକୁ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି । ଏହି ସହରରେ ବାସ କରୁଥିବା କାନାଡା ନାଗରିକ କୌଣସି କାର୍ଯ୍ୟ ଲାଗି ଦିଲ୍ଲୀଠାରେ ଥିବା ହାଇ କମିଶନ ଅଫ କାନାଡା ସହିତ ଯୋଗାଯୋଗ କରିବାକୁ ଆଡଭାଇଜରିରେ କୁହାଯାଇଛି ।

ସୂଚନା ଥାଉ କି କାନାଡ଼ାରେ ଥିବା ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜର ହତ୍ୟାକାଣ୍ଡକୁ ନେଇ ଭାରତ-କାନାଡ଼ା ମଧ୍ୟରେ ବିବାଦ ଲାଗି ରହିଛି । ଏହାମଧ୍ୟରେ ଭାରତରେ ଥିବ ୬୨ କାନାଡ଼ା କୂଟନୈତିଜ୍ଞ ମଧ୍ୟରୁ ୪୧ ଜଣଙ୍କୁ କାନାଡ଼ାକୁ ଫେରାଇ ନିଆଯାଇଛି । ଏନେଇ ଗୁରୁବାର ଦିନ କାନାଡା ବୈଦେଶିକ ମନ୍ତ୍ରୀ ମେଲାନି ଜୋଲି ସୂଚନା ଦେଇଥିଲେ । ୪୧ ଜଣ କାନାଡା କୂଟନୈତିଜ୍ଞ ଓ ସେମାନଙ୍କର ପରିବାର ଲୋକଙ୍କୁ କାନାଡା ଫେରସ୍ତ ନିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.