ETV Bharat / international

WHOର ଏକ୍ସଟରନାଲ ଅଡିଟର ଭାବେ ପୁନର୍ବାର ନିର୍ବାଚିତ ହେଲେ CAG ଗିରିଶ ଚନ୍ଦ୍ର ମୁର୍ମୁ

ବିଶ୍ବ ସ୍ବାସ୍ଥ୍ୟ ସଂଗଠନରେ ଅଡିଟର ଭାବେ ପୁନର୍ବାର ନିର୍ବାଚିତ ହୋଇଛନ୍ତି CAG ଗିରିଶ ଚନ୍ଦ୍ର ମୁର୍ମୁ । ଅଧିକ ପଢ଼ନ୍ତୁ

author img

By

Published : May 30, 2023, 4:11 PM IST

CAG girish murmu elected as external auditor at WHO
WHOର ଏକ୍ସଟରନାଲ ଅଡିଟର ହେଲେ ଗିରିଶ ମୁର୍ମୁ

ଜେନେଭା: ଭାରତୀୟ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (CAG) ତଥା ଓଡ଼ିଆ ପୁଅ ଗିରିଶ ଚନ୍ଦ୍ର ମୁର୍ମୁ ପୁଣି ଥରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନରେ ଅଡିଟର ଭାବେ ନିର୍ବାଚିତ ହୋଇଛନ୍ତି । ଆସନ୍ତା ୪ ବର୍ଷ ପାଇଁ ସେ ଏକ୍ସଟରନାଲ ଅଡିଟର ଭାବେ ନିର୍ବାଚିତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଗିରିଶ ଚନ୍ଦ୍ର ମୁର୍ମୁ । ତାଙ୍କ କାର୍ଯ୍ୟକାଳ ୨୦୨୪ରୁ ୨୦୨୭ ପର୍ଯ୍ୟନ୍ତ ରହିବ । ଏହା ପୂର୍ବରୁ ୨୦୧୯ରୁ ୨୦୨୩ ପର୍ଯ୍ୟନ୍ତ ସେ ଦାୟିତ୍ବରେ ରହି ଆସିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ପୁନର୍ବାର ଜାତିସଂଘ ଏଡିଟର ପ୍ୟାନେଲର ଚେୟାରମ୍ୟାନ ହେଲେ ଗରିଶ ମୁର୍ମୁ

ଗିରିଶ ଚନ୍ଦ୍ର ମୁର୍ମୁ କହିଛନ୍ତି, "ମେ ୨୯ ତାରିଖରେ ଜେନେଭାରେ ୭୬ତମ ବିଶ୍ବ ସ୍ବାସ୍ଥ୍ୟ ସମ୍ମିଳନୀରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୧୫୬ରୁ ୧୧୪ ଭୋଟ ପାଇ ଭାରତର CAG ଗିରିଶ ଚନ୍ଦ୍ର ମୁର୍ମୁ ପୁନଃ ବିଜୟୀ ହୋଇଛନ୍ତି । ଏହା ପୂର୍ବରୁ ସେ ଜେନେଭା ସ୍ଥିତ ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ILO)ରେ ଏକ୍ସଟରନାଲ ଅଡିଟର ଭାବେ ୨୦୨୪ ରୁ ୨୦୨୭ ପର୍ଯ୍ୟନ୍ତ ନିର୍ବାଚିତ ହୋଇଥିଲେ । ଏହି ପରିପ୍ରେକ୍ଷୀରେ CAG ଗିରିଶ ଚନ୍ଦ୍ର ମୁର୍ମୁ ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟ ଓ CAG କର୍ମଚାରୀଙ୍କୁ ବିଜୟର ଶ୍ରେୟ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଓଡିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ନୂଆ ଦାୟିତ୍ବ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବ୍ୟତୀତ CAG ଗିରିଶ ଚନ୍ଦ୍ର ମୁର୍ମୁ ଖାଦ୍ୟ, ଏବଂ କୃଷି ସଂଗଠନ (୨୦୨୦-୨୫), ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା (୨୦୨୨-୨୭), ରାସାୟନିକ ଅସ୍ତ୍ର ନିଷେଧ ସଂଗଠନ (୨୦୨୧-୨୩), ଏବଂ ଇଣ୍ଟର ପାର୍ଲିଆମେଣ୍ଟାରି ୟୁନିୟନ (୨୦୨୦-୨୨ ଏକ୍ସଟରନାଲ ଅଡିଟର ଭାବେ ଦାୟିତ୍ବରେ ଅଛନ୍ତି । ସେହିପରି ସେ ମିଳିତ ଜାତିସଂଘର ଅଡିଟର ପ୍ୟାନେଲର ସଦସ୍ୟ ତଥା ସୁପ୍ରିମ ଅଡିଟ ଇନଷ୍ଟିଚ୍ୟୁସନ ତଥା INTOSAI ଏବଂ ASOSAIର ପରିଚାଳନା ବୋର୍ଡର ସଦସ୍ୟ ଅଟନ୍ତି । ଜାତିସଂଘର ଏହି ପ୍ୟାନେଲରେ ଜର୍ମାନୀ , ଚିଲି,ଚାଇନା, ୟୁକେ , ଫ୍ରାନ୍ସ ,ଫିଲ୍ପିନ୍ସ , ସୁଇଜରଲ୍ୟାଣ୍ଡ, ଇଟାଲି ,ଘାନା,ସୁଇଜରଲ୍ୟାଣ୍ଡ, ଇଣ୍ଡୋନେସିଆ ଆଉ ରୁଷ ସଦସ୍ୟ ଅଛନ୍ତି । 1959ରେ ମିଳିତ ଜାତିସଂଘ ସାଧାରଣ ସଭା ଏକ୍ସଟରନାଲ ଅଡିଟର ପ୍ୟାନେଲ ପ୍ରତିଷ୍ଠା କରିଥିଲା । ଏଥିରେ ସଦସ୍ୟ ଥିବା ରାଷ୍ଟ୍ରମାନଙ୍କ କମ୍ପ୍ଟ୍ରୋଲର ଏବଂ ଅଡିଟର୍ସ ଜେନେରାଲର ମୁଖ୍ୟମାନେ ପ୍ୟାନେଲର ସଦସ୍ୟ ଅଟନ୍ତି | ସେହି କ୍ରମରେ ଭାରତର ପ୍ରତିନିଧିତ୍ବ କରୁଛନ୍ତି CAG ଗିରିଶ ଚନ୍ଦ୍ର ମୁର୍ମୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.